You are on page 1of 1

ମୋ ଗାଁ

ଗାଁ ଟି ମୋର ସଦେଇ ପୁର


ଅଟେ ସେ ମନୋହର
ଏଇ ଗାଁ ରେ ଜନମ ମୋର
ଏଇଠି ମୋର ଘର | (୧)

ସରଗ ଠାରୁ ବଡ ମୋ ଗାଁ


ଆକାଶ ପରି ଉଚ୍ଚ
ସବୁ ଜାତି ର ସବୁ ବର୍ଗର
ରହନ୍ତି ଏଠି ନିତ୍ୟ | (୨)

ଏଇ ଗାଁ ରେ ପଢ଼ଇ ପାଠ


ଏଇଠି ମୋ ଖେଳ ଘର
ଏଇ ଗାଁ ରେ ବଢଇ ମୁଇଁ
ଏଇଠି ହେବି ବଡ | (୩)

ମୋ ଗାଁ ରେ ଜନମ ହୋଇ


କେତେ ଯେ ବଡ ହେଲେ
ମୋ ଗାଁ ର କେତେ ଯୁବକ
ଦେଶ ପାଇଁ ଜୀବନ ଦେଲେ | (୪)

ଏଇ ଗାଁ ର ସବୁ ଜ ଖେତ


ପୁଲକିତ କରେ ମନ
ଗାଁ କୁ ମୋର ଘେରି ରହିଛ ି
ନଦୀ ପାହାଡ଼ ବନ | (୫)

ଗାଁ ଦୁ ଆରେ ଶିବ ମନ୍ଦିର


ଗ୍ରାମ ଶେଷେ ଗ୍ରାମ-ବତୀ
ବିପଦେ ଆପଦେ ରକ୍ଷା କରନ୍ତି
ସମସ୍ତେ ରୁହନ୍ତି ଶାନ୍ତି | (୬)

ଶୁଭମ ମହାନ୍ତି
ଅଷ୍ଟମ ଶ୍ରେଣୀ (ଖ), ରୋଲ ନମ୍ବର - ୪୬

You might also like