You are on page 1of 23

ଆଭ୍ୟନ୍ତରୀଣ ମାନନିୟ ନିମନ୍ତେ ପ୍ରସ୍ତୁତ

ନିବନ୍ଧ (ସପ୍ତମ ଓ ଅଷ୍ଟମ ପତ୍ର)

ଆମ ଓଷା ବ୍ରତ ଓ ଆମ ଜନଜୀବନ

ଓଡ଼ିଆ ବିଭାଗ । ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ

ବାଲେଶ୍ଵର

ମାର୍ଗଦର୍ଶକ: ଡକ୍ଟର ନିଗମାନନ୍ଦ ବେହେରା

ପ୍ରାଧ୍ୟାପକ ଓଡିଆ ଭାଷା ଓ ସାହିତ୍ୟ ବିଭାଗ

ଉପସ୍ଥାପିକା:

ସଙ୍ଗୀତା ପାତ୍ର

+୩ ତୃତୀୟ ବର୍ଷ କଳା ( ଓଡ଼ିଆ ସମ୍ମାନ)

ପରୀକ୍ଷା କ୍ରମିକାଙ୍କ :- ୦୯ ଏ୧୫୦୨୫

ରେଜିଷ୍ଟ୍ରେସନ ନଂ :- ୦୧୨୩୬ ୦୯

ତତ୍ତ୍ବବଧାରକଙ୍କ ଅନୁମୋଦନ ପତ୍ର

ମୋ ତତ୍ତ୍ଵାବଧାନରେ ସଙ୍ଗୀତା ପାତ୍ର “ଆମ ଓଷା ବ୍ରତ ଓ ଆମ ଜୀବନ” ଶୀର୍ଷକ ବିଷୟ ଉପରେ ଏହି ସନ୍ଦର୍ଭ ପ୍ରସ୍ତୁତ କରିଛନ୍ତି ।
ଏହା ତାଙ୍କ ନିଜସ୍ୱ ଉଦ୍ୟମ ତଥା ପଠନଶୀଳତାର ଫଳଶ୍ରୁତି ଅଟେ । ପ୍ରବନ୍ଧଟିକୁ ଆମୁଳଚୂଳ ପଢିବା ପରେ ମୋର ହୃଦବୋଧ
ହୋଇଛି ଯେ ଏହା ତାଙ୍କର ଯଥା ସମ୍ଭବ ମୌଳିକ ରଚନା । ଅନ୍ୟାନ୍ୟ ପୁସ୍ତକର ସାହାଯ୍ୟ ନେଇଥିଲେ ବି ନିଜେ ସବୁକୁ
ଅଧୟନକରି ସେ ସବୁର ଆହରିତ ନିର୍ଯ୍ୟାସରେ ଏହି ସନ୍ଦର୍ଭ ରଚନା କରିଛନ୍ତି । ଏହି ଆଲୋଚନା ଧର୍ମୀ ସନ୍ଦର୍ଭଟିକୁ ମୁଁ
ଅନୁମୋଦନ କରୁଛି ।

ଡକୁର ନିଗମାନନ୍ଦ ବେହେରା

। ପ୍ରାଧ୍ୟାପକ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

କୃତଜ୍ଞତା

। ଏହି ସନ୍ଦର୍ଭ ପ୍ରସ୍ତୁତି ରେ ମୋର ମାର୍ଗ ଦର୍ଶକ ଡଃ. ନିଗମାନନ୍ଦ ବେହେରା ମୋତେ ଆବଶ୍ୟକୀୟ ପୁସ୍ତକ ଯୋଗାଇ ସମସ୍ତ
ପ୍ରକାର ସାହାଯ୍ୟ ତଥା ସହଯୋଗ କରିଥିବାରୁ ତାଙ୍କଠାରେ ମୁଁ ଚିର କୃତଜ୍ଞ । ଲାଇବ୍ରେରୀର ସମସ୍ତ ଶିକ୍ଷକମାନେ
ଆବଶ୍ୟକୀୟ ପୁସ୍ତକ ମୋତେ ଯୋଗାଇଥିବାରୁ ତାଙ୍କ ନିକଟରେ ମଧ୍ୟ ମୁଁ କୃତଜ୍ଞ ଅଟେ । ଏହା ବ୍ୟତୀତ ଡଃ. ନଟବର
ପାଣିଗ୍ରାହୀ ମତେ ଏହି ସନ୍ଦର୍ଭ ପ୍ରସ୍ତୁତି ସମୟରେ ସମୟୋଚିତ ଉପଦେଶ ଦେଇଥିବାରୁ ସେମାନଙ୍କ ଠାରେ ମୁଁ ଚିର କୃତଜ୍ଞ ।

ସଙ୍ଗୀତା ପାତ୍ର ଶ୍ରେଣୀ : ୩ୟ ବର୍ଷ କଳା (ଓଡ଼ିଆ)ସମ୍ମାନ ପରୀକ୍ଷା ରୋଲ୍ ନଂ :- ୦୯ A ୧୫୦୨୫ ରେଜିଷ୍ଟ୍ରେସନ ନଂ :-
୦୧୨୩୬/୦୯

ସୂଚୀପତ୍ର

ଅଧାୟ

ବିଷୟ

ପୃଷ୍ଠାଙ୍କ

ପ୍ରଥମ ଅଧ୍ୟାୟ - ଆମ ଲୋକ ସଂସ୍କୃତି ଓ ଆମ ଲୋକ ସାହିତ୍ୟ

୧- ୭

୨. ଦ୍ବିତୀୟ ଅଧ୍ୟାୟ – ଓଷାବ୍ରତର ସୃଷ୍ଟି

୮-୧୪

୩. ତୃତୀୟ ଅଧ୍ୟାୟ - ବ୍ରତ କଥା

। ୧୫ – ୨୦

୪.
ଚତୁର୍ଥ ଅଧ୍ୟାୟ – ଓଷା କଥା

୨୧- ୨୭

୫.

ପଞ୍ଚମ ଅଧ୍ୟାୟ – ଓଷା ଓ ବ୍ରତରେ ଉତ୍କଳୀଳ ସଂସ୍କୃତି ଆଚାର ବିଚାର ୨୮-୩୭

୬. ଉପସଂହାର

୭.

ସହାୟକ ଗ୍ରନ୍ଥସୂଚୀ

*****

ପ୍ରଥମ ଅଧ୍ୟାୟ ଆମ ଲୋକ ସଂସ୍କୃତି ଓ ଆମ ଲୋକ ସାହିତ୍ୟ

ସାହିତ୍ୟ କୌଣସି କ୍ଷେତ୍ରରେ ବା କୌଣସି ଯୁଗରେ ଜନଜୀବନ ଠାରୁ ପୃଥକ୍ ହୋଇ ଭିନ୍ନ ସାରଣୀରେ ଗତି କରିନାହିଁ । ଜୀବନ
ସହିତ ଏହାର ସମ୍ପର୍କ ଅବିଚ୍ଛେଦ୍ୟ । ମଣିଷର ଜୀବନ ତା' ସହିତ ତା’ର ସଂସ୍କୃତି କେଉଁ ଆବହମାନ କାଳରୁ । ଜଡ଼ିତ ହୋଇ
ରହିଆସିଛି । ସାହିତ୍ୟ ମାନବ ଭାବାବେଗରେ କଳାତ୍ମକ ବାହ୍ୟ ପରିପ୍ରକାଶ ହେଲେ ସଂସ୍କୃତି ହେବ ତାର ଅନ୍ତରାତ୍ମା। ଗୋଟିଏ
ଶରୀର ହେଲେ ଅନ୍ୟ ଗୋଟିଏ ତାର ଆମ୍ବା। ଲୋକ ସଂସ୍କୃତି କହିଲେ ଲୋକମାନଙ୍କ ମଧ୍ୟରେ ପ୍ରଚଳିତ ସମସ୍ତ ଚାଲିଚଳନ,
ଆଚାର, ବିଚାର, ବିଶ୍ଵାସବୋଧ, ନ୍ୟାୟ, ନୀତିକଥା ଅନ୍ୟ ସମସ୍ତ ସାମାଜିକ ଗୁଣଗୁଡ଼ିକ ଅନ୍ତର୍ଭୁକ୍ତ । ସଂସ୍କୃତି ଏକ ସମ୍ପତ୍ତି ନୁହେଁ
ତାହା ଏକ ଜୀବନ । ସଂସ୍କୃତି ଜୀବନର ଭୂମି ହୋଇ ରହିଯାଏ । ଜୀବନର ଅନ୍ତରାକାଶରେ ଏକ ଜଳବାୟୁ ପରି ହୋଇ
ରହିଯାଏ । ପୁଣି ସଂସ୍କୃତି ସେହି ଜୀବନର ଏକ ବିପୁଳତାର ସମ୍ଭାବନା ରୂପେ ଜୀବନର ଯାବତୀୟ ପ୍ରୟାସ ଏବଂ ପ୍ରେରଣା
ମଧ୍ୟରେ ସମାବିଷ୍ଟ ବି ହୋଇଥାଏ । ସେଥିପାଇଁ ସଂସ୍କୃତି ଶବ୍ଦର ଅର୍ଥ ବ୍ୟାପକ । ନିର୍ଦ୍ଦିଷ୍ଟ ସଂଜ୍ଞା ମଧ୍ୟରେ ଏହାକୁ ଆବଦ୍ଧ
କରିବା ଅସମ୍ଭବ।

‘ଲୋକ’ ଶବ୍ଦରୁ ଅର୍ଥକୁ ବିଶ୍ଳେଷଣ କଲେ ଜଣାଯାଏ- ‘ଲୋକ' ଶବ୍ଦର ଅର୍ଥ ଅତ୍ୟନ୍ତ ବ୍ୟାପକ ଏବଂ ଏହା ପ୍ରଧାନତଃ
ସର୍ବସାଧାରଣ ଜନତାକୁ ବୁଝାଇଥାଏ। କନ୍ଧ, କୋହଁ, ଗଣ୍ଡ, ପରଜା, ଗଜବା, ଭୂୟାଁ ପ୍ରଭୃତି ଆଦିବାସୀଙ୍କ ଠାରୁ ଆରମ୍ଭକରି
ପଲ୍ଲୀର ଅର୍ବଶିକ୍ଷିତ ଜନତା ପର୍ଯ୍ୟନ୍ତ ସମସ୍ତେ ଏହାର ଅନ୍ତର୍ଗତ । ଏହି ସଂସ୍କୃତିକୁ ଲୋକ ସଂସ୍କୃତି କୁହାଯାଏ । ଲୋକକଳା,
ଲୋକ ସାହିତ୍ୟ, ଲୋକ ସଙ୍ଗୀତ ଗଠିତ ଏବଂ ଏହା ନିତ୍ୟ ଜୀବନର ସଂସ୍କୃତି । ସ୍ଥାବର ଓ ଜଙ୍ଗମ ଭେଦରେ ଲୋକଙ୍କୁ ଦୁଇ
ଭାଗରେ ବିଭକ୍ତ

-୧

କରାଯାଇଛି । ତେଣୁ ପ୍ରକୃତି ଓ ପ୍ରାକୃତିକ ବିକୃତି ସହିତ ଲୋକ ଘନିଷ୍ଠ ଭାବେ ସମ୍ପୁକ୍ତ । ‘ଲୋକ’ ଏକ ଲକ୍ଷଣାର୍ଥକ ପର୍ବ।
ବ୍ୟକ୍ତି, ଜନସମୁଦାୟ, ଭୂମଣ୍ଡଳ ଇତ୍ୟାଦି ଏହାର । ଅଭିଧାନିକ ଅର୍ଥ କିନ୍ତୁ ପାରିଭାସିକ ଅର୍ଥରେ ସଂଜ୍ଞା ସମ୍ପୂର୍ଣ୍ଣ ସ୍ଵତନ୍ତ୍ର ।
ଆଧୁନିକ ବା | ପ୍ରଗତିଶୀଳ ବା ବ୍ୟକ୍ତି ସ୍ୱତନ୍ତ୍ଯବାଦୀ ଗୋଷ୍ଠୀ ସନ୍ଦର୍ଭରେ ଏହା ଅପ୍ରଯୋଜ୍ୟ । ଓଡ଼ିଶାର ଲୋକ ସଂସ୍କୃତି କହିଲେ
ଏଠାରେ ବସବାସ କରୁଥିବା ତିନି ଶ୍ରେଣୀର ଅଧିବାସୀଙ୍କର କଳା, ସାହିତ୍ୟ, ସଙ୍ଗୀତ, ପରମ୍ପରା, ଆଚାର ବିଚାର, ଚାଲିଚଳନ
ଆଦିକୁ ବୁଝାଇଥାଏ। ଏହି ତିନି ଶ୍ରେଣୀର ଅବାସୀ ହେଲେ ପ୍ରଥମେ ଶବର ସମ୍ପ୍ରଦାୟ । ଏହି ଶବର ସମ୍ପ୍ରଦାୟର ଲୋକମାନେ
ବାସ୍ତବରେ ଏଠାକାର ଆଦିମ ଅଧ୍ୱବାସୀ । ସେମାନଙ୍କ ଦ୍ବାରା ଓଡ଼ିଶାର ଆରାଧ୍ୟ ଦେବତା ‘ଶ୍ରୀଜଗନ୍ନାଥ' ପୂଜିତ ହେଉଥିଲେ ।
ତା’ ପରେ ଆସିଲେ ଦ୍ରାବିଡ଼ ଗୋଷ୍ଠୀ ଓ ସର୍ବଶେଷରେ ଆର୍ଯ୍ୟ ଗୋଷ୍ଠୀ । ଆର୍ଯ୍ୟମାନେ ପ୍ରବେଶ କରିବାପରେ ଯେଉଁମାନେ
ସେମାନଙ୍କର ବଶ୍ୟତା ସ୍ବୀକାର କରି ରହିଲେ, ସେମାନେ ଏ ସମାଜର ନୀଚସ୍ତରର ମଣିଷ ଭାବେ ପରିଚିତ ହେଲେ । କନ୍ଧ,
କୋହ୍ମ, ଭୂୟାଁ ଆଦି ଏହି ଶ୍ରେଣୀର । ଏହି ତିନି ଶ୍ରେଣୀର କଳାଠାରୁ ଆରମ୍ଭକରି ଆଚାର ବ୍ୟବହାର ପର୍ଯ୍ୟନ୍ତ ହିଁ ଓଡ଼ିଶାର ଲୋକ
ସଂସ୍କୃତି। ( ଓଡ଼ିଆ ଲୋକ ସାହିତ୍ୟ ଓ ଲୋକ ସଂସ୍କୃତି ।)

। ଓଡ଼ିଶାରେ ବାରମାସରେ ତେର ପର୍ବ ପାଳିତ ହୁଏ । ଏହି ପର୍ବପର୍ବାଣୀ ଅନ୍ତରାଳରେ ଓଡ଼ିଶାବାସୀଙ୍କ ଧର୍ମବିଶ୍ଵାସ,
ଲୋକାଚାର ଓ ପରମ୍ପରା ହିଁ ମୁଖ୍ୟ ସ୍ଥାନ ଅଧୁକାର କରି ଆସିଅଛି । ବିଭିନ୍ନ ପର୍ବପର୍ବାଣୀ ପାଳନ ପଶ୍ଚାତରେ ଓଡ଼ିଆମାନଙ୍କ
ଧାର୍ମିକ ଜୀବନ ହିଁ ପ୍ରତିଫଳିତ । ଧର୍ମବିଶ୍ବାସୀ ଓଡ଼ିଆ ସ୍ଵପ୍ନ ଦେଖେ ତାର ଦେବଦେବୀଙ୍କୁ ନେଇ। ତା’ର କଳ୍ପନାକୁ ବାସ୍ତବତାରେ
ପରିଣତ କରିବାକୁ ଚାହେଁ ଆରାଧ ଦେବଦେବୀଙ୍କ ଦ୍ବାରା ବିଭିନ୍ନ ମାନସିକତା ମାଧ୍ୟମରେ । ଏହି ପାଳନ ଅବକାଶରେ କିଛି
ପରିମାଣରେ ସକାମତା ଓ ନିଷ୍କାମତା ବିଦ୍ୟମାନ । ମାନବ ଜାଣେ, ଏହି ବିରାଟ ପୃଥିବୀରେ ସେ ଏକ

-9

କ୍ଷୁଦ୍ରତମ ଜୀବ। ଏପରି ଅନେକ କିଛି କାର୍ଯ୍ୟ ରହିଛି, ଯାହା ତା’ପରି ଏକ ସାମାନ୍ୟ ପ୍ରାଣୀ ଦ୍ବାରା ସମ୍ଭବପର ନୁହେଁ ।
ସେଥିପାଇଁ ତା’ ହାତ ପାଆନ୍ତାର ଦୂରରେ ଥିବା ପଦାର୍ଥ ପାଇବାକୁ ଆଶାୟୀ । ମାନବ ଆଶ୍ରୟ ଗ୍ରହଣ କରେ ଏକ ପ୍ରବଳ ଶକ୍ତି
ନିକଟରେ । ପୁଣି ବିଭିନ୍ନ କାର୍ଯ୍ୟ ଏବଂ ଉଦେଶ୍ୟର ସୁସମାପ୍ତି ତଥାପି ସହଜ ପ୍ରାପ୍ତି ପାଇଁ ଜଣେ ମାତ୍ର । ଦେବତା ବା ଦେବୀଙ୍କ
ଉପରେ ସେ ଭରସା କରିପାରେ ନାହିଁ । ସେଥିପାଇଁ ଭାରତୀୟ ସଂସ୍କୃତିରେ ହିନ୍ଦୁମାନଙ୍କ ନିକଟରେ ଜଣେ ଦେବତା ବା ଦେବୀ
ନୁହନ୍ତି, ତେତ୍ରିଶ | କୋଟି ଦେବଦେବୀ ବିଭିନ୍ନ ରୂପ ଦେଇ ଆବିର୍ଭାବ ହୋଇଛନ୍ତି ।

। ପ୍ରାଟ୍ ବୈଦିକ ଯୁଗରେ ମାନବ ଯେତେବେଳେ ସଭ୍ୟତା ସମ୍ପର୍କରେ ଅବହିତ ଥୁଲା ସଂସ୍କୃତି ସମ୍ପର୍କରେ ତା’ର ଜ୍ଞାନ ଥୁଲା
ସୀମାବଦ୍ଧ । ବଣ ଜଙ୍ଗଲର ଗିରି ଗୁମ୍ଫା ଥିଲା ତା’ର ଆଶ୍ରୟସ୍ଥଳୀ । ଖାଦ୍ଯମ୍ବେଷଣରେ ତାକୁ ବାରମ୍ବାର ସ୍ଥାନ ପରିବର୍ଭନ
କରିବାକୁ ପଡୁଥିଲଶ, ଠିକ୍ ସେତିକି ବେଳେ ତା’ର ଭୟାତୁର ମନ ବିଭିନ୍ନ । ଦେବାଦେବୀଙ୍କୁ ବିଶ୍ଵାସ କରିବାକୁ ବାଧ୍ୟ
ହୋଇଥିଲା । ଗ୍ରୀଷ୍ମର ପ୍ରଚଣ୍ଡ ମାଇଁଣ୍ଡର ଅସହ୍ୟ ଉତ୍ତାପ ନିକଟରେ ଯେତେବେଳେ ନିଜକୁ ଅସହାୟ ମଣିଥିଲେ । ତା’ର
ସୀମିତ ଶକ୍ତି ସୂର୍ଯ୍ୟଙ୍କର ଶକ୍ତି ନିକଟରେ ତୁଚ୍ଛ ବୋଲି ପ୍ରମାଣିତ ହୋଇଥିଲା । ସେତେବେଳେ ସେ ସୂର୍ଯ୍ୟଙ୍କୁ ଅମିତ ଶକ୍ତିର
ଅଧିକାରୀ ଏକ ଦେବତା ଭାବରେ ଭୟ ଏବଂ ଭକ୍ତି କରିବାକୁ ଆରମ୍ଭ କଲା । ଠିକ୍ ସେହିପରି ପ୍ରଭଞ୍ଜଳର ପ୍ରଚଣ୍ଡତା, ବର୍ଷର
ପ୍ରବଳ ପ୍ରକୋପ, ଅଗ୍ନିର ସର୍ବଗ୍ରାସୀ ରୂପ ନିକଟରେ ବାରମ୍ବାର ପରାଜିତ ହୋଇ ସେମାନଙ୍କୁ ଏକ ଦେବତାର ଆସନରେ
ଆସୀନ କରାଇଥିଲା । ତେଣୁ ଏକଥା ସତ୍ୟ ଆଦିମାନବ ମାନବୀଙ୍କ ଭୟ ଏବଂ ଅସହାୟତାରୁ ହିଁ ଦେବାଦେବୀ ପୂଜାର
ପରମ୍ପରା ବା ଆଧାତ୍ମିକ ଭାବନା ସୃଷ୍ଟି । ଲାଭ କରିଛି । ପ୍ରକୃତି କ୍ରୋଡ଼ରେ ପରିପାଳିତ ମାନବ କେତେବେଳେ ପ୍ରକୃତରେ
ସୌନ୍ଦର୍ଯ୍ୟରେ ବିଭୋର ହୋଇଛି ତ ଆଉ କେତେବେଳେ ତା’ର କରାଳ ରୂପ ଦେଖ୍

-୩

ଅସହାୟ ହୋଇଛି । ସୌନ୍ଦର୍ଯ୍ୟର ଉପାସନା ଓ ମାଧୁର୍ଯ୍ୟରୁ ଅନ୍ୟ କେତେକ ଦେବାଦେବୀ ମଧ୍ୟ ସୃଷ୍ଟି ଲାଭ କରିଛନ୍ତି । ଅନ୍ୟ
ଏକ କାରଣରୁ ମଧ୍ୟ ମାନବ ସମାଜର ଆଉ କେତେକ
ଦେବାଦେବୀ ପ୍ରବେଶ ଲାଭ ସୁଯୋଗ ପାଇଛନ୍ତି । ମଣିଷ ଯେତେବେଳେ କୃଷି କାର୍ଯ୍ୟ ସମ୍ପର୍କରେ ଅନଭିଜ୍ଞ ଥିଲା, ବଣ
ଜଙ୍ଗଲର ଫଳମୂଳ ଥିଲା ତା’ର ଆହାର । ଗଛର ବକ୍କଳ ଥିଲା ତା’ର ପରିଧାନ । ସେତେବେଳେ କିଛି କରି ପାରୁନଥିବା
ମଣିଷକୁ ଯେଉଁ ପ୍ରକୃତି ଖାଦ୍ୟ, ପୋଷାକ ଓ ବାସଗୃହ ଯୋଗାଇ ଦେଉଥିଲା ତା’ ପ୍ରତି ସେ କୃତଜ୍ଞ ରହିବା ସ୍ଵାଭାବିକ । ଏହି
କୃତଜ୍ଞତା ନମୁନା ସୂଚକ ସେ ତାକୁ ଆରାଧନା କରିଛି, ଦେବୀର ଆସନରେ ବସାଇଛି । ତେଣୁ ପ୍ରାଟ୍ ବୈଦିକ କାଳର ମଣିଷର
ଇତିହାସକୁ ପର୍ଯ୍ୟାଲୋଚନା କଲେ ଏହି ଦେବାଦେବୀଙ୍କ ଆବିର୍ଭାବ ମୁଖ୍ୟତଃ ତିନୋଟି କାରଣରୁ ସମ୍ଭବ ହୋଇଥିବା ବିଶ୍ବାସ
କରାଯାଇପାରେ । ପ୍ରଥମତଃ ଭୟ ଓ ଅସହାୟତାରୁ ଦ୍ବିତୀୟତଃ ସୌନ୍ଦର୍ଯ୍ୟ ଓ ବିମୁଗ୍ଧତାରୁ ଓ ତୃତୀୟତଃ କୃତଜ୍ଞତା ତଥା ଆତ୍ମ
ସମର୍ପଣ ।

ଯାଯାବର ଜୀବନପରେ ମଣିଷ ଯେତେବେଳେ ଗୋଷ୍ଠୀ ଜୀବନଯାପନ କଲା, ସେତେବେଳେ ସେହି ଗୋଷ୍ଠୀର ମୁଖ୍ୟକୁ ସେ
ପୂଜା କଲା । ତା’ର ଆଦେଶକୁ ବିନା ପ୍ରତିବାଦ ଓ ପ୍ରତିରୋଧରେ ପାଳନ କଲା । ଗୋଷ୍ଠୀର ପ୍ରଧାନକୁ ସେ ସାଧାରଣ ମାନବ
ଭାବରେ ଗ୍ରହଣ ନକରି ଅତି ମାନବ ରୂପେ ଗ୍ରହଣ କଲା । ଏହିଠାରୁ ଆରମ୍ଭ ହେଲା ବ୍ୟକ୍ତି ପୂଜାର ପରମ୍ପରା । ପୁନଃ ବିଭିନ୍ନ
କାର୍ଯ୍ୟରେ ସଫଳତା ଉଦ୍ଦେଶ୍ୟରେ ଭିନ୍ନ ଭିନ୍ନ ବସ୍ତୁକୁ ପ୍ରତୀକ ଭାବରେ ସ୍ଥାପନ କଲା, ତାହା ଦ୍ଵାରା ନିଜର କର୍ତ୍ତବ୍ୟ ପରାୟଣତା
ଓ କଠିନ ପରିଶ୍ରମ ଦ୍ଵାରା ହେଉ ଅଥବା ଅନ୍ୟ କାହାର ସାହାଯ୍ୟ ଦ୍ଵାରା ହେଉ, ସେ କିଛି ପରିମାଣରେ କୃତକାର୍ଯ୍ୟ ହେଲା ଏବଂ
ଫଳପ୍ରାପ୍ତ ମଧ୍ୟ ହେଲା । ତେଣୁ ଫଳପ୍ରାପ୍ତି ତଥା ଫଳ ଅପ୍ରାପ୍ତି ପାଇଁ ସେ ତାକୁ ହିଁ ଦାୟୀ କଲା । ତା’ର ଦେବତା ଓ ଦେବୀଙ୍କ
ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା ।

---

II

-୪

ବୈଦିକ କାଳରେ ଯଜ୍ଞ କାର୍ଯ୍ୟ ତଥା ଅନ୍ୟାନ୍ୟ ଶୁଭ କାର୍ଯ୍ୟାପଲକ୍ଷେ ବହୁ ଦେବ ଦେବୀଙ୍କର ଆବିର୍ଭାବ ଘଟିଥିଲା । କୌଣସି
କାର୍ଯ୍ୟର ନିଦ୍ଧିଷ୍ଟ ସମାପନ ଉଦ୍ଦେଶ୍ୟରେ ଓ ମନସ୍କାମନା ପୂରଣ ପାଇଁ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର ମାନସିକ
କରାଗଲା । ସେହିଠାରେ ହିଁ ଓଷା ଓ ବ୍ରତପାଇଁ ନିୟମ ଧାର୍ଯ୍ୟ କରାଗଲା ।

ବ୍ରତ ଓ ଓଷା

ଓଡ଼ିଆ ଭାଷାରେ ‘ ବ୍ରତ’ ଏବଂ ‘ ଓଷା’ ଏପରି ଶବ୍ଦର ବ୍ୟବହାର ରହିଛି । । ଏହି ଦୁ ଇଟି ଶବ୍ଦକୁ ନେଇ ଆଲୋଚକମାନଙ୍ କ
ମଧ୍ୟରେ ମଧ୍ୟ ମତ ପାର୍ଥକ୍ୟ ପରିଲକ୍ଷିତ

ହୋଇଥାଏ। ବ୍ରତ ସାଧାରଣତଃ ଉପବାସ, ନିୟମ, ସଂଯମ, ନିଷ୍ଠା ପ୍ରଭୃତିକୁ କୁଟାଇଥାଏ। ନିତୟ ୍ ନୈସିଭିକ ଓ କାମ୍ୟ
ଭେଦରେ ବ୍ରତ ତିନି ଭାଗରେ ବିଭକ୍ତ । ତନ୍ମଧ୍ୟରୁ ପ୍ରଥମ ଦୁଇଟି ବ୍ରାହ୍ମଣ୍ୟ ଅନ୍ତର୍ଭୁକ୍ତ । ଧର୍ମ ଶାସକାରମାନଙ୍କ ଅନୁସାରେ ବ୍ରତ
କାୟିକା ଓ ମାନସିକ ଭେଦରେ ଦୁଇ ପ୍ରକାର। ତନ୍ମଧ୍ୟରୁ ଉପବାସାଦିକୁ କାୟିକା ଓ ଅହିଂସା, ସତ୍ୟ, ଅସ୍ତେୟ ବ୍ରହ୍ମଚର୍ଯ୍ୟାଦିକୁ
ମାନସିକ ବ୍ରତ କୁହାଯାଏ । ବ୍ରତ ମଧ୍ୟ ଶାସ୍ତର ୍ ୀୟ ଓ ଲୌକିକ ଭେଦରେ

ଦ୍ବିବିଧା

‘ବ୍ରତ’ ଶବ୍ଦଟି ବିଭିନ୍ନ ଅର୍ଥରେ ବ୍ୟବହୃତ ହୋଇଥିବାର ଲକ୍ଷ୍ୟ କରାଯାଇପାରେ । ଏହାର ଆଭି ଧାନିକ ଅର୍ଥ ନିୟମି ତ
ଅନୁଷ୍ଠିତ ସତ୍କର୍ମ ପାପ କ୍ଷୟଜନକ ପୁଣ୍ୟ କର୍ମ, ସଂକଳ୍ପ ଇତ୍ୟାଦି । ପୁଣୟ
୍ କେତେବେଳେ ଏହି ‘ବ୍ରତ’ ଶବ୍ଦ ‘ଗୋଷ୍ଠୀ’
ଅର୍ଥରେ ବ୍ୟବହୃତ ହୋଇଛି । ଏହା ପୁଣି ବ୍ରତ ବା ଅଯୌତର ଗୋଷ୍ଠୀ ଅର୍ଥରେ ମଧ୍ୟ ବ୍ୟବହୃତ । ଅତୀତରେ ଏହି ଭୂମିକୁ
ବ୍ରାତ୍ୟଭୂମି କୁହାଯାଉଥିଲା । କାରଣ ଏଠାରେ ଆର୍ଯ୍ୟତର ଜାତିର ବ୍ୟକ୍ତି ବସବାସ କରୁଥିଲେ । ତେଣୁ ଏହାର ଅନ୍ୟ ନାମ
ଥିଲା ପତିତ ଭୂମି । ବୋଧହୁଏ ଏହି ବ୍ରତ ଆର୍ଯ୍ୟତର ଜାତିଙ୍କ ଦ୍ଵାରା ପାଳିତ ହେଉଥିଲା । ପରବର୍ତ୍ତୀ ସମୟରେ ବିନିମୟ
ମାଧମରେ ଧାର୍ଯ୍ୟ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବେଶ ଲାଭ

-୫

କରିଛି । ଏଥିରୁ ଅନ୍ୟ ଗୋଟିଏ କଥା ସୂଚିତ ହୁଏ ଯେ, ଏହା ସମସ୍ତ ପ୍ରକାର ସଂକୀର୍ଣ୍ଣତା ଓ ଜାତି ଭେଦର ଉଦ୍ଧରେ ।

‘ବ୍ରତ’ ସମ୍ପର୍କରେ ସୂଚନା ଦେବାକୁ ଯାଇ ରାଇଚରଣ ଦାସ କୁହନ୍ତି ‘ମୋଟାମୋଟି ଭାବରେ ବ୍ରତ ଗୁଡ଼ିକରେ ଦିଗନ୍ତ କେତେକ
ଦେବଦେବୀ କେତେକ ଦେଶର କାହାଣୀ, ଅଳ୍ପ କେତେକ ଚରିତ୍ର ଓ ଅଳ୍ପ କେତେକ ଉଦ୍ଦେଶ୍ୟ ମଧ୍ୟରେ ସୀମାବଦ୍ଧ ।
ଦେବଦେବୀ ଗୁଡ଼ିକର ବିବର୍ଭନ କାହାଣୀ ମଧ୍ୟରେ ଐତିହାସିକ ପଟ୍ଟଭୂମିରେ | ବଣ୍ଡିତ ଦେଶ ଗୁଡ଼ିକର ଆପେକ୍ଷିକ ଗୁରୁତ୍ର
ମଧ୍ୟରେ, ସମାଜର ବିକାଶଧାରାର ପରିପ୍ରେକ୍ଷୀରେ ବର୍ଣ୍ଣିତ । ଚରିତ୍ର ଗୁଡ଼ିକର ତାତ୍ପର୍ଯ୍ୟ ଓ ବ୍ରତର ଆବଶ୍ୟକତା ମଧ୍ୟରେ ବ୍ରତ
। ଗୁଡ଼ିକର ଅନୁବର୍ଭନ କାହାଣୀ ଅନୁଶୀଳନ କରିବାକୁ ହେବ ।’ ।

‘ ଓଷା’ ଶବ୍ଦଟି ‘ଉପବାସ’ ଶବ୍ଦରୁ ଆସିଛି ବୋଲି କେତେକ ମତ ପ୍ରଦାନ କରିଥାନ୍ତି । ଉପବାସ ଶବ୍ଦର ଅର୍ଥ ହେଉଛି ଉପ
(ନିକଟରେ) + ବାସ (ବାସକରିବା) । ଅର୍ଥାତ୍ ଯେତେବେଳେ ଓଷେଇତି ବ୍ରତଚାରୀ ବା ବ୍ରତଚାରିଣୀ ନିଜର ଆରାଧ ଦେବତାଙ୍କ
ସନ୍ନିକଟରେ ବସି ନିଜର ଇଚ୍ଛା ପୂରଣପାଇଁ ପ୍ରାର୍ଥନା କରେ, ସେତେବେଳେ ତାକୁ ଉପବାସ କୁହାଯାଏ । ଏହା ଏକ ଧାର୍ମିକ
ବିଧ ଭାବରେ ଗୃହୀତ । ଏହି ଉପବାସରେ କେତେକ ସୋପାନ ରହିଛି, ଯଥା- ଉପବସ୍ତ, ଉପୋଷିତ, | ଉପୋଷଣ, ଔପବସ୍ତ
ଇତ୍ୟାଦି । ଏହା ନାରୀମାନଙ୍କ ଦ୍ଵାରା ଆଚରିତ ଏକ ବ୍ରତ ।

‘ବ୍ରତ’ ଶବ୍ଦ ସଂସ୍କୃତି ତଥା ମାର୍ଜିତ ଓଷା ଶବ୍ଦ ଗ୍ରାମୀଣ । ଏଥିରୁ ଅନେକ | ପ୍ରାୟ ପଦ୍ୟରେ ରଚିତ । କେତେକ ପ୍ରାଚୀନ ବ୍ରତରେ
ରଚୟିତା ଗଦ୍ୟର ପ୍ରୟୋଗ କରିଛନ୍ତି । ଆହୁରି କେତେକ ମଧ୍ୟ ପଦ୍ୟ ଗଦ୍ୟ ଉଭୟର ସମନ୍ବୟରେ ରଚିତ । ଏକା ବା
ଏକାଧୁକ ଆଲୌକିକ କାହାଣୀ ମାଧମରେ ‘ବ୍ରତ ବା ଓଷାର ମହିମା ପ୍ରତିପାଦନ ହିଁ ବ୍ରତ କଥା ବା ଓଷାର ମୂଳଲକ୍ଷ୍ୟ ।
ଆଲୋଚକ ଅରବିନ୍ଦ ପଟ୍ଟନାୟକ ‘ବ୍ରତ’ ଓ ‘ ଓଷା’

-୬

ମାଧ୍ୟମରେ କେତେକ ପାର୍ଥକ୍ୟ ନିର୍ଦ୍ଦିଷ୍ଟ କରାଇଛି। ‘କାମନା ପୂରଣ ଉଦ୍ଦେଶ୍ୟରେ ଆଚରଣ ଏବଂ ଖାଦ୍ୟପେୟରେ ଶୁଦ୍ଧ ଏବଂ
ସଂଯତ ରହି ନିର୍ଦ୍ଦିଷ୍ଟ ତିଥି, ବାର, ଯୋଗ, ସପ୍ତାହ, ମାସ ବା ସମୟରେ କୌଣସି ଦେବଦେବୀଙ୍କର ସନ୍ତୋଷ ବିଧାନ ଓ
ଆନୁକୂଲ୍ୟ ଲାଭପାଇଁ ସଂକଳ୍ପବଦ୍ଧ ହୋଇ ନିର୍ଦ୍ଧାରିତ ନିୟମ ଅନୁସାରେ ସମ୍ପାଦିତ ଏକ ପ୍ରକାର ଧର୍ମ କୃତ୍ୟକୁ ବ୍ରତ କୁହାଯାଏ ।
ଆଲୋଚକ ମହାନ୍ତିଙ୍କ ମତାନୁସାରେ ଓଷାର ସଂସ୍କାର ବା | ସଂସ୍କୃତାୟିତ ରୂପ ହେଉଛି ବ୍ରତ । ତେଣୁ ଓଷେଇତି’ ବା
‘ବ୍ରତଚାରିଣୀ’ ସେହି ଦୃଷ୍ଟିରୁ । ଯଥାକ୍ରମେ ଲୌକିକ ଓ ସଂସ୍କୃତ ରୂପ ।

। ଓଷା କେବଳ ନାରୀମାନଙ୍କ ଦ୍ଵାରା ପାଳିତ ହେଉଥିବାବେଳେ ‘ବ୍ରତ’ ଉଭୟ ପୁରୁଷ ଓ ନାରୀମାନଙ୍କ ଦ୍ଵାରା ପାଳିତ
ହୋଇଥାଏ । ମାତ୍ର ଆମ ଓଡ଼ିଆ ସମାଜ ‘ ଓଷା’ ଓ ‘ବ୍ରତ’ ମଧ୍ୟରେ ବିଶେଷ କିଛି ପାର୍ଥକ୍ୟ ପରିଲକ୍ଷିତ ହୋଇନଥାଏ ।
ନାରୀମାନଙ୍କ ଦ୍ଵାରା କେତେକ ‘ ଓଷା’ ଓ ‘ବ୍ରତ’ ଭାବରେ ମଧ୍ୟ କଥିତ ହୋଇଥାଏ । ଏ କ୍ଷେତ୍ରରେ ସୁରେନ୍ଦ୍ର ମହାନ୍ତିଙ୍କ ମତ
ଅଧିକ ସତ୍ୟର ନିକଟବର୍ତ୍ତୀ ବୋଲି ମନେହୁଏ । ବାସ୍ତବରେ ଏହି ଓଷା ବ୍ରତଗୁଡ଼ିକ ପ୍ରଥମେ ଲୌକିକ ପରମ୍ପରାରୁ ସୃଷ୍ଟି ଲାଭ
କରିଛି । ପରବର୍ତ୍ତୀ କାଳରେ ତାକୁ ସଂସ୍କାର ବା ସଂସ୍କୃତିକରଣ କରାଯାଇ ତନ୍ମଧରୁ ପୁରୋହିତ ପ୍ରଥାକୁ ପ୍ରଚଳନ କରି
ଶାସାନୁମୋଦିତ କରାଯିବା ସଙ୍ଗେ ସଙ୍ଗେ ବିଭିନ୍ନ ବିବିଧାନ ଖଞ୍ଜି ଦିଆଯାଇଛି ।

ଦ୍ବିତୀୟ ଅଧ୍ୟାୟ ଓଷାବ୍ରତର ସୃଷ୍ଟି

‘ ଓଷା’, ‘ବ୍ରତ’ କେବଳ ସୃଷ୍ଟି ଲାଭ କଲା, ତା’ର ଏକ ନିର୍ଦ୍ଦିଷ୍ଟ ସମୟସୀମା ନିର୍ଦ୍ଧାରଣ କରିବା କଠିନ ବ୍ୟାପାର । ଅନୁମାନ
କରାଯାଏ, ବୈଦିକ ଯୁଗରୁ ଏହାର ପ୍ରଚଳନ ଲୋକ ସମାଜରେ ରହି ଆସିଥିଲା । ବୈଦିକ ଯୁଗରେ ବିଭିନ୍ନ ନୀତି ନିୟମର
ଆଧାର ଉପରେ ଏହା ଗଢ଼ି ଉଠିଥିବାରୁ ଏବଂ ଯଜ୍ଞ ବା ଆହୁତି ପ୍ରଦାନ ଏହାର ଏକ ମୁଖ୍ୟ ଅଂଶଥିବାରୁ ସାଧାରଣ ବ୍ୟକ୍ତିଙ୍କ
ପକ୍ଷରେ ଏହାକୁ ପାଳନ କରିବା ସବୁ ସମୟରେ ସମ୍ଭବପର ନଥିଲା । କାର୍ଯ୍ୟ ପାଇଁ ବଳିପ୍ରଥାର ମଧ୍ୟ ଆବଶ୍ୟକତା ରହିଥିଲା
। ପରବର୍ତ୍ତୀ କାଳରେ ବୌଦ୍ଧ ଓ ଜୈନ ଧର୍ମର ବିକାଶ ସଙ୍ଗେ ସଙ୍ଗେ ଓଷାବ୍ରତ ଲୋକ ସମାଜରେ ଅଧିକ ଭାବରେ ଆହୁତ
ହୋଇଥିଲା । ଏହି ଉଭୟ ଧର୍ମରେ ବଳିପ୍ରଥାକୁ

କେବଳ ସମାଲୋଚନା କରାଯାଇ ନଥିଲା ପରନ୍ତୁ ଏହାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଜନମତ | ସଂଗ୍ରହ କରାଯାଇଥିଲା । ବିଭିନ୍ନ
ଯୁକ୍ତି ମାଧମରେ ଏହି ପ୍ରଥାର ଅଳିକତା ସମ୍ପର୍କରେ ସୂଚାଇ ଦେବା ସଙ୍ଗେ ସଙ୍ଗେ ଦେବା ଦେବୀଙ୍କର ଏହା ତୁଷ୍ଟି ବିଧାନ କରିବା
ପରିବର୍ତ୍ତେ ବରଂ ବିତୃଷ୍ଠାଭାବ ଯେ ସୃଷ୍ଟି କରିଥାଏ, ଏହିପରି ଏକ ଧାରଣା ବୌଦ୍ଧ ଏବଂ ଜୈନ ଧର୍ମାବଲମ୍ବୀମାନଙ୍କ ଦ୍ଵାରା
ପ୍ରଚାରିତ ହୋଇଥିଲା । ପୁନରାୟ ‘ବ୍ରତ’ ଓ ‘ ଓଷା’ ପାଳନ କରୁଥିବା ବ୍ୟକ୍ତିଙ୍କର ଧନ, ଜନ, ଗୋପ, ଲକ୍ଷ୍ମୀ ଲାଭ ସଙ୍ଗେ
ସଙ୍ଗେ ମୃତ୍ୟୁପରେ ମାନବର ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ଏକ ବିଶ୍ବାସ ବୋଧ ଲୋକ ସମାଜରେ ପ୍ରଚାରିତ ହେଲା ।

। ଏହି ଓଷାବ୍ରତ ଗୁଡ଼ିକର ବିକାଶ କ୍ଷେତ୍ରରେ ଆର୍ଯ୍ୟତର ଜାତିର ଭୂମିକା || ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି କେତେକ ଆଲୋଚକ
ମତ ଦେଇଥାନ୍ତି । ସୁରେନ୍ଦ୍ର ମହାନ୍ତିଙ୍କ

-୮

ମତରେ ଆର୍ଯ୍ୟତର ସମାଜରେ ପ୍ରଚଳିତ କେତେକ ଧାର୍ମିକ ବିଶ୍ବାସ ବା ବ୍ରତାଚାର ବା | ଧର୍ମାଚାର କାଳକ୍ରମେ ହିନ୍ଦୁ ସମାଜରେ
ସଂକ୍ରମିତ ହୋଇଅଛି । ହିନ୍ଦୁ ଆଧାର୍ମିକ ସଂସ୍କୃତିର ଇତିହାସ ଅନୁଧ୍ୟାନ କଲେ ଦେଖାଯିବ, ଏହା କୌଣସି ଦୈହିକ ଋଷି ବା
ମନ୍ତ୍ର ଦ୍ରଷ୍ଟାଙ୍କ ଆଶ୍ରମରେ ଜନ୍ମଲାଭ କରିନାହିଁ । ଓଷାବ୍ରତର ଉଦ୍ଦେଶ୍ୟ

ପ୍ରତ୍ୟେକ ଓଷାବ୍ରତର ଅନ୍ତରାଳରେ ଏକ ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ଲୁକ୍କାୟିତ । ମୁଖ୍ୟତଃ ଏକ ନିର୍ଦ୍ଦିଷ୍ଟ ଦେବଦେବୀଙ୍କ ମହତ୍ତ୍ବ ମହିମା
ପ୍ରଚାର ଉଦ୍ଦେଶ୍ୟରେ ଏଗୁଡ଼ିକ ରଚିତ । ଲୌକିକ ପରମ୍ପରାରୁ ସୃଷ୍ଟି ଲାଭ କଲାବେଳେ କେତୋଟି ସାମାଜିକ ଉଦ୍ଦେଶ୍ୟ
ସାଧନାପାଇଁ ରଚୟିତା ଚେଷ୍ଟା କରନ୍ତି । ଏ ସମ୍ପର୍କରେ ଆଲୋଚନା କରି ଶ୍ରୀଯୁକ୍ତ ପଟ୍ଟନାୟକ କୁହନ୍ତି, “ଲୋକ ବୃତ୍ତ ବା
ଲୌକିକ ବ୍ୟବହାର ମନୁଷ୍ୟର ସାମାଜିକ ବନ୍ଧନକୁ ଦୃଢ଼ କରେ । ସାମାଜିକ ମନୁଷ୍ୟ ଏହା ପାଳନ କରିଥାଏ । ଓଷାବ୍ରତ ମଧ୍ୟ
ଲୌକିକ |ବ୍ୟବହାର ବା ଲୋକ ବୃତ୍ତର ଅନ୍ତର୍ଭୁକ୍ତ । ଲୋକେ ବିଶ୍ଵାସ କରନ୍ତି, ଓଷାବ୍ରତ ନପାଳିଲେ

ଦେବତାମାନେ ଘରକୁ ଆସି ବାହୁଡ଼ିଯାନ୍ତି । ଓଷାବତ୍ରର କଥା ଓ ପରମ୍ପରା ମନ ଉପରେ


ଯେଉଁ ପ୍ରଭାବ ପକାଏ, ତାହା ଏଡ଼ଇ ଦେବା କଷ୍ଟକର।’ ଯେ କୌଣସି ଜାତିର ସାମାଜିକ |ସଂସ୍କୃତି ଜୀବନରେ ଏହାର
ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ଅସ୍ବୀକାର କରାଯାଇ ନପାରେ । ସମାଜରେ ଶୃଙ୍ଖଳ, ସଦ୍‌ଭାବ, ମୈତ୍ରୀଭାବ ତଥା ପରସ୍ପର ପ୍ରତି ସ୍ନେହ
ଓ ସମ୍ମାନଭାବ ସୃଷ୍ଟି କରିବାରେ ଓଷାବ୍ରତର ଉଲ୍ଲେଖନୀୟ ଭୂମିକା ରହିଛି । ।

ଭାରତର ଇତିହାସ ପର୍ଯ୍ୟାଲୋଚନା କଲେ ଜଣାଯାଏ କୌଣସି ସମୟରେ ଏକ ନିର୍ଦ୍ଦିଷ୍ଟ ଧର୍ମ ଭାରତର ଗଣଧର୍ମ ଭାବରେ
ଗୃହୀତ ହୋଇନାହିଁ । ବିଭିନ୍ନ ଧର୍ମର ବିଚିତ୍ର କ୍ରୀଡ଼ା ଭୂମି ଏଇ ଭାରତବର୍ଷ । ତେଣୁ ନିଦ୍ଧିଷ୍ଟ ଧର୍ମର ଧର୍ମ ପ୍ରଚାରକ ସେହି ଧର୍ମକୁ
ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ବ୍ରତ କଥା ସୃଷ୍ଟି କରିଯାଇଛନ୍ତି । ଏହି ବ୍ରତ

--୯

| କଥା ଗୁଡ଼ିକରେ ଉଦ୍ଦେଶ୍ୟ ହେଲା ସତ୍ୟ ଧର୍ମ ନ୍ୟାୟର ପ୍ରତିଷ୍ଠା କରିବା । ପୁଣି ବ୍ରତ

ନିନ୍ଦା କଲେ କଠିନ ଶାସ୍ତି ଭୋଗ କରିବାକୁ ଦେବ ବୋଲି ଗୋଟିଏ ସତର୍କ ବାଣୀ ମଧ୍ୟ ଦିଆଯାଇଥାଏ । ସମାଜରେ ଶାନ୍ତି,
ସ୍ଥିରତା ଓ ସଦ୍‌ଭାବ ସୃଷ୍ଟି କରିବା କ୍ଷେତ୍ରରେ ଏହାର ଅବଦାନ ଅନସ୍ବୀକାର୍ଯ୍ୟ । ସଂକ୍ ଷେପରେ କହିଲେ ସମାଜରେ ମଙ୍ ଗଳ
ବିଧାନ କରିବା ହିଁ ଏହି ଓଷାବ୍ରତ ଗୁଡ଼ିକର ପ୍ରକୃତ ଉଦ୍ଦେଶ୍ୟ । ଓଷାବ୍ରତର ସ୍ବରୂପ

। ପୂର୍ବରୁ ଆଲୋଚନା ପ୍ରସଙ୍ ଗରେ ସୂଚାଇ ଦିଆଯାଇ କୁ ହାଯାଇଛି ଅତୀତରେ ଓଷା ବ୍ରତଗୁଡ଼ିକ ବେଶି ପରି ମାଣରେ
ମୌଖୁକ ରୀତିରେ ପରମ୍ପରା କ୍ରମେ ଅତି ଆସୁଥିଲା । ସମାଜରେ ଏହାର ପ୍ରତିଷ୍ଠା ଓ ନିର୍ଦ୍ଦିଷ୍ଟ ଧର୍ମକୁ ଲୋକପ୍ରିୟ କରିବା
ଉଦ୍ଦେଶ୍ୟରେ ଏହା ଲିଖୁତ ରୂପ ପରିଗ୍ରହଣ କଲା । ବର୍ତ୍ତମାନ ପରିଦୃଷ୍ଟ ହେଉଥିବା ଓଷାବ୍ରତ ଗୁଡ଼ିକର ଦୁଇଟି ରୂପ ଦେଖୁବାକୁ
ମିଳେ । ଯଥା- ଗଦ୍ୟରୂପ ଓ ପଦ୍ୟରୂପ । ଅନେକ ଓଷା ବ୍ରତରେ କାବ୍ୟଧର୍ମୀ ଗଦ୍ୟ ଦେଖବାକୁ ମି ଳିଥାଏ । କେତେକ
ଓଷାବ୍ରତ ବିଭିନ୍ନ ପୁରାଣରୁ ଗୃହୀତ

ହୋଇଥିବାବେଳେ ଆଉ କେତେକ ସମ୍ପୂର୍ଣ୍ଣ ଲୌକିକ ପରମ୍ପରାରୁ ହିଁ ଆସିଛି । ଅଧକାଂଶ | ଓଷାବ୍ରତ ତଥା ଆର୍ଯ୍ୟତର ଜାତିରୁ ହିଁ
ଆସିଛି । କାରଣ ଏଥିରେ ବ୍ରାହ୍ମଣମାନଙ୍ କର ପୂଜକର ଆସନ ଆଦୌ ଦେଖୁବାକୁ ମି ଳେନାହିଁ । ଲୋକଗୀତ ବା
କାହାଣପରି ବହୁ ଓଷା ବ୍ରତରେ ରଚୟିତାମାନଙ୍କର ନାମ ଦେଖୁବାକୁ ମିଳି ନଥାଏ । ବହୁ ବ୍ରତ କଥାରେ | ଐନ୍ଦ୍ରଜାଲିକତା ଓ
ଆଲୌକିକତା ପରିଲକ୍ଷିତ ହେବାରୁ ଏବଂ ଏହା ବିଶେଷ ଭାବରେ ଆଯୌତର ଜାତିର ମୌଳିକ ଲକ୍ଷଣ ହୋଇଥିବାରୁ ଉକ୍ତ
ବ୍ରତ କଥାଗୁଡ଼ିକ ସେହି ଜାତିର ବୋଲି ପ୍ରମାଣିତ ହୋଇଥାଏ । ପୁଣି ଗୁଣଡ ୍ ିଆଣୀ, ଧୋବଣୀ, ମାଧବାଣୀ, କୁମାରୁଣୀ,
ଚଣ୍ଡୀରୁଣୀ ଆଦି ଚରିତ୍ରମାନଙ୍କର ପୂଜକର ଭୂମିକା ଏହାକୁ ଅଧିକ ସ୍ପଷ୍ଟ କରି ଦେଇଥାଏ । ଏହି ଓଷା ବ୍ରତଗୁଡ଼ିକ ଆର୍ଯ୍ୟ
ସମାଜର ସୃଷ୍ଟି ହୋଇଥିଲେ ବ୍ରାହ୍ମଣ ଜାତିର ସ୍ଵାର୍ଥ ସେଥିରେ

-୧୦

ମୁଖ୍ୟ ସ୍ଥାନ ଲାଭ କରିଥାନ୍ତି । ସମାଜର ବିଭିନ୍ନ ବର୍ଗର ପରିଚୟ ଏଥିରେ ଥିବାରୁ ଏବଂ ବିଶେଷ ଭାବରେ ଆଯୌତର ଜାତିର
ଭୂମିକା ଏଥିରେ ମୁଖ୍ୟ ହୋଇଥିବାରୁ ଏହା ନିଶ୍ଚିତ ଭାବରେ ସେହି ସମାଜରୁ ହିଁ ଆନୀତ ବୋଲି ବିଶ୍ଵାସ କରିବାର ବହୁ କାରଣ
ରହିଛି । ଓଷାର ଉଭବ ଓ ବିକାଶ

‘ ଓଷାବ୍ରତ’ କେବେ ସୃଷ୍ଟି ହେଲା ତା’ର ନିର୍ଦ୍ଦିଷ୍ଟ ସମୟସୀମା ନିର୍ଦ୍ଧାରଣ | କରିବା କଠିନ ବ୍ୟାପାର । କେବଳ ଓଷା ନୁହେଁ
ଲୋକ ସାହିତ୍ୟର ଉଭବ କେବେ ସୃଷ୍ଟି ହୋଇଥିଲା ସେ ସମ୍ପର୍କରେ କେହି ଐତିହାସିକ କାଳସୀମା ନିର୍ଣ୍ଣୟ କରିବାରେ ସକ୍ଷମ
ହୋଇଥାନ୍ତି । ପଲ୍ଲୀ ଜୀବବର ବିଭିନ୍ନ ଧାର୍ମିକ ବିଶ୍ବାସକୁ ଭିଭି କରି ମୁଖ୍ୟତଃ ଓଷା ସୃଷ୍ଟି ହୋଇଥିଲା । ସମସ୍ତ ପ୍ରକାର ଓଷା
କେବଳ ଗୋଟିଏ ଦିନରେ ସୃଷ୍ଟି ହୋଇନାହିଁ । ବିଭିନ୍ନ ସମୟରେ ଧର୍ମୀୟ ଆବଶ୍ୟକତା ବିଶ୍ୱାସ ବୋଧକୁ ନେଇ ଓଷାର ସୃଷ୍ଟି
ହୋଇଛି ।| ଉଦାହରଣ ସ୍ଵରୂପ ଓଡ଼ିଶାରେ ଶୈବ ଧର୍ମର ବିକାଶ ସମୟରେ ଶିବ ପାର୍ବତୀକୁ ଆଧାର କରି ଅନେକ ଓଷା ସୃଷ୍ଟି
ହୋଇଛି । ପରବର୍ତ୍ତୀ କାଳରେ ବୌଦ୍ଧ ଓ ଜୈନ ଧର୍ମର ବିକାଶ ସଙ୍ଗେ ସଙ୍ଗେ ଓଷାବ୍ରତ ଲୋକ ସମାଜରେ ଅଧୁକ ମାତ୍ରାରେ
ଆଦୃତ ହୋଇଥିଲା ।

ଶୈବ, ଶାକ୍ତ, ବୈଷକ, ଗାଣପତ୍ୟ, ସୌର ଆଦି ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ସ୍ଵଧର୍ମର । ମହତ୍ତ୍ବ ପ୍ରତିପାଦିତ ନିମିତ୍ତ ଅବିରତ
ଚେଷ୍ଟା କରିଥିବାରୁ ନିର୍ଦ୍ଦିଷ୍ଟ ସମୟରେ ସେହି ଧର୍ମକୁ ଅବଲମ୍ବନ କରି ବହୁ ‘ ଓଷା’ ଓ ବ୍ରତ ବିକାଶ ଲାଭ କରିଥିଲା । ବ୍ରତୀ ନିନ୍ଦା
କଲେ କୁମ୍ଭୀପାକ ନର୍କ ତଥା ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଏକ ମିଥ୍ୟା ଗୁଜବ ମଧ୍ୟ ପ୍ରଚାର
କଲେ । ସରଳ ନିରୀହ ପଲ୍ଲୀବାସୀ ବିନା ଯୁକ୍ତି ତଥା ପ୍ରଶ୍ନରେ ବିଶ୍ୱାସର ବଶବର୍ତ୍ତୀ ହୋଇ କିଛି ଫଳପ୍ରାପ୍ତି ଆଶାରେ ଏହାକୁ
ପାଳନ କରିବାକୁ ଲାଗିଲେ । ସ୍ଵ ଖର୍ଚ୍ଚରେ ଏହି ସବୁ ଓଷାବ୍ରତ ସମାହିତ ହୋଇ ପାରୁଥିବାରୁ ଜନସାଧାରଣ ଏହାକୁ ବୋଝ
ବୋଲି ଭାବିପାରୁ ନଥିଲେ ।

-୧୧

ଆମ ଜନଜୀବନକୁ ପ୍ରଭାବିତ କରୁଥିବା ଓଷା ଓ ବ୍ରତ ।

‘ ଓଷା’ ବ୍ରତ କୌଣସି ନିର୍ଦ୍ଦିଷ୍ଟ ଲୋକ ଗୋଷ୍ଠୀର ଏକ ଚାଟିଆ ନୁହେଁ, ଏହା ସମଗ୍ର ଲୋକ ସମାଜର । ଏହା ଲୋକ ଜୀବନର
ସାଭଲ୍ୟ ସୌକୁମାର୍ଯ୍ୟ, ସହଜ ବିଶ୍ୱାସ ଓ ସୃଷ୍ଟିଶୀଳତାର ସ୍ବାକ୍ଷର ବହନ କରେ । ଏହା ଗ୍ରାମ ବା ଗୁହର କଲ୍ୟାଣ ଲାଗି
ପୁଭନ୍ଦ୍ରୀମାନଙ୍କର ଏକ ତପସ୍ୟା ଯାହା କିଛି ଧୈର୍ଯ୍ୟ, ନିଷ୍ଠା, ସହିଷ୍ଣୁତା, ତିତିକ୍ଷା ଓ ମନର ସଂକଳ୍ପ ଲାଭ କରିଥାଏ । ସଂଯତ
ଚରିତ୍ର ଗଠନରେ ଏହା ସହାୟକ ହୋଇଥାଏ । ଅନ୍ତଃ ପୁରଚାରିଣୀ ମାନଙ୍କର ସହଯୋଗ ମନୋବୃତ୍ତି ଓ ନିବିଡ଼ ଐକ୍ୟର ଏହା
ସୂକ୍ଷ୍ମ ଯୋଗସୂତ୍ର । ଗ୍ରାମରେ ଆଧାମ୍ବିକ ବାତାବରଣ, ସୃଷ୍ଟିରେ ସାହାଯ୍ୟ କରିଥାଏ ।

। ଉତ୍କଳୀୟ ସଂସ୍କୃତିରେ ପ୍ରଚଳିତ ବ୍ରତ ପାଳନରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରହିଛି । ମାଟି କାଦୁଅରେ, ପଥର ଅବା ଧାତୁରେ, ଚାଉଳ
ଚୂନାରେ, ପତ୍ର ଫୁଲରେ ବା ଧାନ ଗଛରେ ଆରାଧ ଦେବଦେବୀଙ୍କୁ ଆରୋପ କରି ଗ୍ରାମ୍ୟ ନାରୀ ବ୍ରତ ଆଚରଣ କରେ ଓ
ତାହାରି ନିକଟରେ ଧନ, ଜନ, ଗୋପ, ଲକ୍ଷ୍ମୀ କାମନା କରେ । ଦୈବୀ ବିପତ୍ତରୁ ମୁକ୍ତି ଓ ପାରିବାରିକ ସମୃଦ୍ଧି ପାଇଁ ତାର ବ୍ରତ
ଧାରଣା ଉଦ୍ଦିଷ୍ଟ । କାରଣ ଏହି ବସ୍ତୁବାଦୀ ଜଗତ ଓ ତାର ସମସ୍ୟାଠାରୁ ଉର୍ଦକୁ ଉଠି ପାରେନାହିଁ ।

। ବ୍ରତ ଆଚରଣର ମାର୍ଗ ସାଧାରଣତଃ ଦ୍ବିବିଧା କିଛି ଶାସ୍ତ୍ରନୁମୋଦିତ ଏବଂ ଦ୍ବିତୀୟତଃ ଆଉ କିଛି ଶାସ୍ତ୍ର ସମର୍ଥିତ । ବ୍ରତ
ଆଚରଣରେ ପୁରୋହିତ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ସେମାନେ ଶାସ୍ତ୍ର ବଣ୍ଠିତ ନିୟମାନୁଯାୟୀ ଟିକିନିଖ୍ ଭାବରେ ବ୍ରତ
ପାଳନ କରିବାକୁ ବାଧ୍ୟ କରନ୍ତି । ସଂସ୍କୃତି ମନ୍ତ୍ର ଉଚ୍ଚାରଣ ପୂର୍ବକ ପୂଜା ପାଠ ପରେ, ଲିଖ ତଥା ଆକର୍ଷକ କଣ୍ଠ ସ୍ଵରରେ ବ୍ରତ
କଥାଟିକୁ ପାଠ କରନ୍ତି । ବ୍ରତାଚାରି ଅବା ବ୍ରତଚାରିଣୀ ମାନଙ୍କର ମନ ମୁଗ୍ଧ କରିଥାନ୍ତି । ବିନିମୟରେ ଭୁରି ଭୋଜନ ସହିତ
ବେଶ କିଛି ଦକ୍ଷିଣା ସେମାନଙ୍କର ପ୍ରାପ୍ୟ

-୧୨

। ବ୍ରତ ପାଳନପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗୋମୟରେ ଲିପି ପରିଷ୍କାର । ହୋଇଥାଏ। ପିଠଉ ବା ମୁରୁଜରେ ଝୋଟି, ଚିତା
ଲକ୍ଷ୍ମୀପାଦ ଅଙ୍କାଯାଇ ତାହା ଚିତ୍ରିତ ହୋଇଥାଏ। ଦୁବ, ଅକ୍ଷତଃ, ବରକୋଳି ପତ୍ର, ଆମ୍ବଡାଳ, ତଥା ବିଭିନ୍ନ ଫୁଲଫଳର ସମ୍ମାଣ
ରଖୁ ବ୍ରତ ଆରମ୍ଭ ହୁଏ ଓ ହୁଳହୁଳି ଧୂନିରେ ବ୍ରତରେ ଆରାଧ୍ୟ ଦେବତାଙ୍କର । ମହିମା କୀର୍ତ୍ତନ ଓ ବର୍ଣ୍ଣନା ପୂର୍ବକ ବ୍ରତ କଥାଟି
ପରାୟଣ ହୁଏ ।
। ବ୍ରତାନୁଷ୍ଠାନ ଏକୁଟିଆ କରାଯାଏ ନାହିଁ । ଗ୍ରାମ୍ୟ ସ୍ତ୍ରୀମାନଙ୍କର ପ୍ରତ୍ୟକ୍ଷ । ସହଯୋଗରେ ଏହା ସମ୍ପୂର୍ଣ୍ଣ ହୁଏ। ବ୍ୟକ୍ତି ବିଶେଷଙ୍କ
ମଧ୍ୟରେ ସୁମ୍ପର୍କ କରିବା ନ ଥାଇପାରେ ମାତ୍ର ବ୍ରତ ଆଚରଣ ସମୟରେ ପରସ୍ପରକୁ ସାହାଯ୍ୟ କରିବା ଏକ ମନରେ ଏକ
ପ୍ରାଣରେ ବ୍ରତର ଦେବା ଦେବୀଙ୍କୁ ପୂଜିବା ଓ ଧାନ କରିବାପାଇଁ ଏକତ୍ରିତ ଉତ୍କଳୀୟ ବ୍ରତାଚରଣ ବୈଶିଷ୍ଟା ବୋଲି
କୁହାଯାଇପାରେ । ମତାନ୍ତର ଓ ମନାନ୍ତର ବ୍ୟକ୍ତିଗତ ବ୍ୟାପାର । କିନ୍ତୁ କୌଣସି ଅନୁଷ୍ଠାନରେ ଏହା ବାଷ୍ପଭଳି ମିଳେଇଯାଏ ।
ଗୋଟିଏ ନାରୀ ହୃଦୟର ଆଶା ଓ ଆକାଂକ୍ଷା ପ୍ରତ୍ୟେକ ହୃଦୟରେ ପ୍ରତିଫଳିତ ହୁଏ ଏବଂ ତାହା ଏକ ସାମୂହିକ ଆବେଗ ନେଇ
ସେମାନଙ୍କର ନାଚ, ଗୀତ ଭିତରେ ଫୁଟି ଉଠେ । ତେଣୁ ବ୍ରତାନୁଷ୍ଠାନ ସମସ୍ତଙ୍କର ଏବଂ ସମସ୍ତଙ୍କ ପାଇଁ କୁହାଯାଇପାରେ।

। ବ୍ରତାଚରଣ ସାଧାରଣତଃ ନାରୀମାନଙ୍କ ବ୍ୟାପାର । ଏଥିରେ ଗ୍ରାମ୍ୟ ଲଳନାର ସଂସ୍କୃତିକ ଚେତନା, ଐକ୍ୟବଦ୍ଧତା, ନିଷ୍ଠା ଓ
କଳା କୌଶଳତା ଫୁଟି ଉଠେ। ମନରେ ସାମାନ୍ୟ ଛନ୍ଦତା, ଆବିଳତା ନରଖୁ ସେମାନେ ସ୍ଵଭାବ, ସୁଲଭ ଭଙ୍ଗୀରେ ଶୃଙ୍ଖଳାର
ସହ ସମାପନ କରିଥାନ୍ତି । କିଛି ବ୍ରତାନୁଷ୍ଠାନର ଦେବାଦେବୀ ବୈଦିକ ବା ପୌରାଣିକ ହୋଇଥିଲେ ସୁଦ୍ଧା ସେମାନେ ଗ୍ରାମ୍ୟ
ଦେବାଦେବୀ ରୂପେ ଘରେ ଘରେ ଗୃହୀତ ହୋଇଥାନ୍ତି । ଓଁକାର ନାଥ, ମହାଲକ୍ଷ୍ମୀ, ରବିନାରାୟଣ ଏବଂ ମହାକାଳୀ ପ୍ରଭୃତି ||
ମହାଦେବ, ସୂର୍ଯ୍ୟ ଅବା କାଳୀଙ୍କ ଠାରୁ ଘରେ ଘରେ ଗୃହୀତ ଓ ପରିଚିତ । ସେମାନଙ୍କ |

-୧୩

ସହ ଗ୍ରାମ୍ୟ ନାରୀମାନେ ଏପରି ସମ୍ବଦ୍ଧିତ ପଣ୍ଡା ପୁରୋହିତର ମଧ୍ୟସ୍ଥି ବ୍ରତାଚାରଣ | ସମୟରେ ଦରକାର ହୁଏନା ସେହି ସବୁ
ଗୁଣ ଦେବାଦେବୀ ଅଭାବ ଦୁଃଖ ଓ ରୋଗ

ଶୋକରୁ ଉଦ୍ଧାର କରନ୍ତି ବୋଲି ସେମାନଙ୍କର ଦୃଢ଼ ବିଶ୍ୱାସ । ସାମାନ୍ୟତମ ଅବହେଳା ଅବା ନିଷ୍ଠାର ଅଭାବରେ ବ୍ରତଫଳ
ମିଳେନା। ଅପରପକ୍ଷରେ ସଂସାରି ମଣିଷ ଦରିଦ୍ର, ଭୋଗ ଗ୍ରସ୍ତ ଓ ଲକ୍ଷ୍ମୀଛଡ଼ା ହୋଇଯିବାର ସମ୍ଭାବନା ନଥାଏ।

। ବ୍ରତାନୁଷ୍ଠାନ ଅତି ପ୍ରାଚୀନ ଏପରିକି ଆମ ଶାସ୍ତ୍ର ପୁରାଣଠାରୁ ଏସବୁ ପଛରେ ଧାର୍ମିକ ଅନୁପ୍ରେରଣା ଜଡ଼ିତ । ଗ୍ରାମ୍ୟ ନାରୀର
ଅନୁଭୂତି, ସାମୂହିକ ମଙ୍ଗଳ । କାମନା, ଶାନ୍ତି ଓ ସଦ୍‌ଭାବନା ପ୍ରତି ଆକାଂକ୍ଷା ସେବା ଓ ତ୍ୟାଗ ହିଁ ଏଥିରେ ପ୍ରତିଫଳିତ ।।
ବ୍ରତାଚାରିଣୀଟି ଏକାଧାରାରେ ଜଣେ ଚିତ୍ରକର, ଗାୟିକା ଓ ଅଭିନେତ୍ରୀ । ବ୍ରତ ଗୁଡ଼ିକର । ସାହିତ୍ୟିକ, ଗୀତିକ ଓ କଳାତ୍ମକ
ମୂଲ୍ୟବୋଧ ଅନନ୍ୟ

-୧୪

ତୃତୀୟ ଅଧ୍ୟାୟ । ଓଡ଼ିଶାରେ ପ୍ରଚଳିତ କିଛି ବ୍ରତ କଥା

ପ୍ରତି ଓଷା ବା ବ୍ରତର ଗୋଟିଏ ଗୋଟିଏ କାହାଣୀ ଅଛି । ଏହି କାହାଣୀରେ ଘଟଣାଗତ ବୈଚିତ୍ରୀ ବା ଜଟିଳତା କ୍ଵଚିତ୍ ଥାଏ ।
ଅଧୁକାଂଶ କାହାଣୀ ରବିନାରାୟଣଏ ବୁଦ୍ଧି ବାମନ ଦୂତି ନାମକ ପ୍ରଭୃତି ଦେବତା ମହାଲକ୍ଷ୍ମୀ, ଷଠି, ମଙ୍ଗଳା, ବୁଢ଼ାବତୀ ପ୍ରଭୃତି
ଦେବୀଙ୍କର ମହିମା କୀର୍ଭନ କରେ । ଦେବଦେବୀଙ୍କ ତୁଷ୍ଟିରେ ରୋଗ, ମୁକ୍ତି, ସକଳ ଧନସମ୍ପତ୍ତି ଲାଭ, ଅସନ୍ତୋଷରେ ଦୁଃଖ,
ଶୋକ, ରୋଗ, ବ୍ୟାଧ, ଅଧପତନ ହୁଏ। ଓଡ଼ିଶାରେ ସାଧାରଣତଃ ନିମ୍ନ ବ୍ରତ କଥାମାନ ପ୍ରଚଳିତଥିବାର ଜଣାଯାଏ । (କ)
ସୋମନାଥ ବ୍ରତ
। ସୋମନାଥ ବ୍ରତ ଓଡ଼ିଶାର ଏକ ବହୁଜନ ଆଦୃତ ବ୍ରତ ଏବଂ ଏହା | ସାମବେଦରୁ ଉଦିତ । ଭାଦ୍ରବ ମାସ ଶୁକ୍ଳପକ୍ଷ ଷଷ୍ଠୀ ଦିନ
ଏହି ବ୍ରତ ନାରୀମାନଙ୍କ ଦ୍ବାରା ପାଳନ କରାଯାଇ ଦଶହରା ଦିନ ଉଜୁଡ଼ାଯାଏ । ଏହି ବ୍ରତର ଉପାସ୍ୟ ଦେବତା ସୋମନାଥ
ଯାହାକି ଶିବଙ୍କର ଏକ ରୂପ । ବ୍ରତଚାରିଣୀମାନେ ଏହି ବ୍ରତ ଦିନ ଶୁଦ୍ଧ ପୂତ ଭାବରେ ଉପାସନା କରି ବ୍ରତ ପୂଜାର ଶେଷରେ
ପ୍ରସାଦ ସେବନ କରନ୍ତି । ଏହା ଏକ ସକାମ ବ୍ରତ, ବ୍ରତ ଶେଷରେ ପୂଜିତ ଗୁଆକୁ ଶୁଭ ବର୍ଷର ବ୍ରତ ସୂତାକୁ, ବ୍ରତଚାରିଣୀମାନେ
ନିଜର ମୁଣ୍ଡରେ ବା ହାତରେ ଛୁଆଇଁ ଦେଇ ତାହାକୁ ଅତି ଯର ସହିତ ନିଜ ଘରେ ଶୁଦ୍ଧପୂତ ଭାବରେ ରଖୁଥାନ୍ତି ଏବଂ ଦଶହରା
ଦିନ ସେହି ଗୁଆ ସୂତାକୁ ଆଣି ପୂର୍ବଭଳି ବିରେ ପୂଜା ବ୍ରତ କରି ବ୍ରତପରେ ଗୁଆ ଓ ସୂତାକୁ ନେଇ ପାଣିରେ ବିସର୍ଜନ କରନ୍ତି ।
ଏ ବ୍ରତ ଅତି ସରଳ ଓ ନିରାଡ଼ମ୍ବର । ପୂଜା ହେଉଥିବା ସ୍ଥାନଟି ଆଗରୁ ଲିପାପୋଛା ହୋଇ ଚିତା ବା ମୁରୁଜ ପଡ଼ିଥାଏ।
ବ୍ରତଚାରିଣୀମାନେ ଆଣିଥିବା ବ୍ରତ ଓ ଭୋଗକୁ

--

-୧୫

ପୂଜକ ବ୍ରାହ୍ମଣ ସୋମନାଥଙ୍କ ନାମରେ ପାଣି ଛଡ଼େଇ ସାରିଲାପରେ ହୁଳହୁଳି ଦିଆଯାଏ । ଏହାପରେ ବ୍ରାହ୍ମଣ ବ୍ରତ କଥା
ଆରମ୍ଭ କରେ । ବ୍ରତ କଥାରେ ଅଛି ମାଳବ ଦେଶର ପାଟଳି ନଗରର ରାଜା ବୀର ବିକ୍ରମ ଏ ବ୍ରତ ପାଳନ ନକରି ଉପହାସ
କରିଥିବାରୁ କୁଷ୍ଠ ରୋଗରେ ଆକ୍ରାନ୍ତ ହେଲେ । ପରେ ତାଙ୍କର ରାଣୀ ଏହି ବ୍ରତ ପାଳନ କରିବାର ରାଜା ରୋଗମୁକ୍ତ
ହୋଇଥିଲେ । ଏଥିରେ ମୁଖ୍ୟତଃ ସୋମନାଥଙ୍କ ମହିମା ଓ ଲୌକିକ କାର୍ଯ୍ୟ କରିବାର ଦକ୍ଷତା ବର୍ଣ୍ଣନା କରାଯାଇଛି ନିଜ ନିଜର
ମଙ୍ଗଳ କାମନା ନିମିତ୍ତ । (ଖ) କୁକୁଟୀ ବ୍ରତ

ଏହି ବ୍ରତରେ ଶିବ ପାର୍ବତୀଙ୍କୁ ପୂଜା କରାଯାଏ। ଅଯୋଧାର ନହୁଷ ରାଜାଙ୍କର ରାଣୀ ଇନ୍ଦୁମୁଖୀ ଏହି ବ୍ରତ ହଜାଇ ମୃତ୍ୟୁପରେ
ମର୍କଟୀ ଜନ୍ମ ପାଇଥିଲେ। | ପଶୁ ଜନ୍ମରେ ଓମା ଶିବଙ୍କୁ ଧାନ କରି ପରବର୍ତ୍ତୀ ଜନ୍ମରେ ରାଣୀ ହେଲେ। କିନ୍ତୁ ସନ୍ତାନ ନହେବାରୁ
ଦାରୁଣ ମାନସିକ ବ୍ୟଥା ଓ ଈର୍ଷାରେ ବିଚଳିତ ହୋଇ ରାଜା ପୁରୋହିତଙ୍କ ସନ୍ତାନମାନଙ୍କୁ ଗୋଟି ଗୋଟି ବିନାଶ କଲେ । କିନ୍ତୁ
ଉମା ଶିବଙ୍କର କରୁଣାରୁ ଏହି ସନ୍ତାନମାନେ ପୁର୍ନଜୀବନ ପାଇଲେ। ରାଣୀ ଚନ୍ଦ୍ରମୁଖୀ ନିଜର ଭୁଲ ବୁଝିପାରି ଶିବ ପାର୍ବତୀଙ୍କୁ
ପୂଜା କରିବାରୁ ସନ୍ତାନବତୀ ହେଲେ । ଏପରିକି ଦେବକୀ ଏହି ବ୍ରତ | କରିଥିବାରୁ କଂସ ତାଙ୍କର କୌଣସି କ୍ଷତି କରିପାରି
ନଥିଲା । (ଗ) ରବିନାରାୟଣ ବ୍ରତ

। ଯଦି ରବିବାର ଦିନ ଏକାଦଶୀ ତିଥି ପଡ଼େ ତେବେ ଏହି ଦିନ ରବିନାରାୟଣ ବ୍ରତ ପାଳିତ ହୁଏ । ଏଥିରେ ରବି ବା ସୂର୍ଯ୍ୟ
ଦେବଙ୍କୁ ପୂଜା କରାଯାଏ । ଏ ବ୍ରତ ପାଳନ କଲେ ପଞ୍ଚ ମହାପାତକ ସହିତ ସମସ୍ତ ପାପ ଲୋପ ହୁଏ । ଦରିଦ୍ର ଧନ | ଲାଭ
କରେ । ଅପୁତ୍ରିକ ସମ୍ମାନ ଲାଭ କରେ ଓ ନାରୀ ଉତ୍ତମ ପତି ପାଇବା ସହିତ ଯିଏ

ଯାହା ଇଚ୍ଛା କରେ ପାଏ।

-୧୬
(ଘ) ବଜ୍ର ମହାକାଳୀ ବ୍ରତ

। ସାଧବର ସାତପୁଅ ଓ ସାତବୋହୁ ସବା ସାନବୋହୂ ଚାଉଳ ଧୋଇବାକୁ ଆସି ବଜ୍ର ମହାକାଳୀ ଦେଖା ଦେଇ ଏକଥା ତା’ର
ଶାଶୁକୁ କହି ଦେବାକୁ ଧମକାଇ ଦେବାରୁ ସାନବୋହୁର ପ୍ରତିଶ୍ରୁତି ଅନୁସାରେ ସେ ଚୁପ ରହିଲେ । ତା’ର ସନ୍ତାନ ହେଲେ ସେ
କାଳୀକୁ ଉପହାର ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହିଭଳି ତା’ର ଛଅଟି ସନ୍ତାନ ଅପହୃତ ହେବାରୁ ତା’ର ଶାଶୁ ତାକୁ
ରାକ୍ଷସୀ ବୋଲି ସନ୍ଦେହ କରି ଘରୁ ତଡ଼ି | ଦେଲେ। ପରେ ବୋହଟ ୁ ି ମହାକାଳୀଙ୍ କୁ ପୂଜା କରି ବାରୁ ସେ ସନ୍ତୁଷ୍ଟ ହୋଇ ତା’ର
ସମସ୍ତ ପୁତ୍ର ସନ୍ତାନ ସହିତ ତାକୁ ଶାଶୁ ଘରକୁ ପଠାଇ ଦେଲେ । (ଡି) ସୁଦଶା ବ୍ରତ

ଏହା ପଦ୍ମ ପୁରାଣରୁ ଗୃହୀତ । ଏହାର ଆରାଧ୍ୟ ହେଉଛନ୍ତି ମହାଲକ୍ ଷ୍ମୀ । ରାଜା ବିକ୍ରମାଦିତୟ ୍ ଙ୍ କ ପତ୍ନୀ ଏହି ବ୍ରତ
ଧାରଣ କରି ରାଜା ପରିବାରର ଐଶ୍ୱର୍ଯ୍ୟ ବଦ୍ଧ କରି ପାରିଥିଲେ । କିନ୍ତୁ ତାଙ୍କର ମନ୍ତ୍ରୀଙ୍କ ପତ୍ନୀ ଏହି ବ୍ରତକୁ ହଜାଇ ଦେଇ
ରାଣୀକୁ ଏହି ବ୍ରତ ମାଗିଲେ । ମାତ୍ର ରାଣୀ ଏହି ବ୍ରତ ଦେବାକୁ କୁଣ୍ଠିତ ହେବାରୁ ତାହା ରାଜାଙ୍କ କାନରେ ପଡ଼ିଲା । ରାଜା ବ୍ରତ
ଦେବାପାଇଁ ରାଣୀଙ୍କୁ ବାଧ୍ୟ କଲେ । ରାଣୀ ମନ୍ତ୍ରୀ ପତ୍ନୀଙ୍କୁ ବ୍ରତ ଦେଲେ ସତ ମାତ୍ର ରାଜା ସମସ୍ତ ସମ୍ପଦ ହରାଇ ଦାଣ୍ଡର
ଭିକାରୀ ହୋଇଗଲେ | ପରେ ରାଣୀ ପୁଣି ଲକ୍ଷ୍ମୀଙ୍କୁ ପୂଜା କରି ବ୍ରତ ଧାରଣ କରିବାରୁ ରାଜାଙ୍କର ସମସ୍ତ ସମ୍ପଦ |ଫେରି ଆସିଲା
। (ଚ) ରାଧାଷ୍ଟମୀ ବ୍ରତ

ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀରେ ଏହି ବ୍ରତ ପାଳନ କରାଯାଏ । ଏହି ବ୍ରତ ସାଧାରଣତଃ ବୈଷଣ ୍ ବମାନଙ୍ କର ଏକ ପ୍ରିୟ
ପର୍ବ ବା ବ୍ରତ ଅଟେ। ରାଧାଙ୍କର ଜନ୍ମ ବୃତ୍ତାନ୍ତ ବ୍ୟତୀତ ଏକ ବ୍ରତ କଥା ମଧ୍ୟ ପଠିତ ହୋଇଥାଏ।

-୧୭

। ସତ୍ୟ ଯୁଗର କଥା । ଜଣେ ବାରାଙ୍ ଗନା ଥୁଲା, ତା’ର ନାମ ଥିଲା | ଲୀଳାବତୀ । ସେ ଥରେ ଅନ୍ୟ ନଗରକୁ ଯାଉ ଯାଉ
ବାଟରେ ଗୋଟିଏ ମନ୍ଦିର ଦେଖୁ । ସେ ମନ୍ଦିରର କେତେଜଣ ବୈଷ୍ଣବ ରାଧାଷ୍ଟମୀ ବ୍ରତ ପାଳନ କରୁଥିଲେ । ଧୂପ , ଦୀପ,
ନୈବେଦ୍ୟ ଦେଇ ଦିବ୍ୟ ବସ୍ତ୍ର ଅଳଙ୍କାର ପିନ୍ଧାଇ ଶ୍ରୀରାଧାଙ୍କର ମୂର୍ତ୍ତିକୁ ପୂଜା କରୁଥିଲେ । ତା’ ମନରେ ଏହି ବ୍ରତ ପାଳନପାଇଁ
ଶ୍ରଦ୍ଧା ଜନ୍ମିଲା ଓ ଏହି ବ୍ରତ ନିଷ୍ଠାର ସହ ପାଳନ କରିବାରୁ ତା’ର ସବୁ ପାପ ପୂର ହୋଇଲା । ପର ଜନ୍ମରେ ସେ ବୈକୁଣ୍ଠ ପ୍ରାପ୍ତି
ହେଲା । (ଛି) ପଞ୍ଚକ ବ୍ରତ

ଏହି ବ୍ରତର ଅନ୍ୟନାମ ବିଷ୍ଣୁ ପଞ୍ଚକ। କାର୍ତ୍ତିକ ମାସ ପ୍ରତିପଦ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ଦିନ ଏହି ବ୍ରତ ସମାପ୍ତ
ହୋଇଥାଏ । ଶୁକ୍ଳପକ୍ଷ ଏକାଦଶୀରୁ ବିଷ୍ଣୁ | ଅଞ୍ଚଳ ଆରମ୍ଭ ହୁଏ । ବ୍ରତଧାରୀ ବା ଧାରି ଣୀ ଏହି ତିଥିରୁ ପାଞ୍ଚଦିନ ବ୍ରତ କରି
ପୂର୍ଣ୍ଣମୀରେ । ଉଦଯାପନ କରିଥାନ୍ତି । ଏହା ମଧ୍ୟ ଏକ ପ୍ରାଚୀନ ବ୍ରତ ଅଟେ । ଯାହାକି ପଦ୍ମ ପୁରାଣରୁ ଗୃହୀତ ହୋଇଛି । ଏହା
ବ୍ରତର ମାହାନ୍ୟ ସମ୍ପର୍କରେ ପାଞ୍ଚଟି ଉପାଖ୍ୟାନ ବର୍ଣ୍ଣିତ । ।

। ମତ୍କାର ଦେଶରେ ଜଣେ ସାଧବ ଥିଲା । ତା’ର ନାମ ଥିଲା ରନ୍‌କର । ତାର ସାତପୁଅ ସାତବୋହୁ ଥିଲେ । ସାନବୋହୁ ଅତି
ସୁନ୍ଦର, କିନ୍ତୁ ଗୋଟିଏ ଅବିଗୁଣ ଥିଲା ସେ ହାଣ୍ଡିରେ ଖାଏ। ଥରେ ବୋହମ
ୁ ାନେ ଆଉଟା କ୍ ଷୀର ରଖ୍ ଗାଧୋଇ ଯାଇଥିଲେ।
ସାନବୋହୁ ସର ଖାଇ ଦେଲା । ସେମାନେ ଶାଶୁ ଶ୍ଵଶୁରଙ୍କୁ ଏକଥା କହିବାରୁ ତାକୁ ବାଡ଼େଇ ଘରୁ ତଡ଼ିବାକୁ ଧମକ ଦେଲେ ।
ସେ ଡରି ମରି ବିକଳରେ ଘର ପଛପଟ ବାଡ଼ିରେ ରାତିସାରା ଭୋକ ଉପାସରେ ଲୁଚି ରହିଲା । ସକାଳୁ ଉଠି ଘରକୁ ଗଲା
ସେଦିନ ଥିଲା ଏକାଦଶୀ ।

ଏଣେ ବିଷ୍ଣୁପୁର ଦେଶରେ ଶ୍ରୀବତ୍ସ ନାମରେ ଜଣେ ରାଜା ଥିଲେ । ତାଙ୍ କ ରାଣୀଙ୍ କ ନାମ ସୁଶୀଳା ! ଭାରି ଧର୍ମପରାୟଣା
ମହିଳା କାର୍ତ୍ତିକ ମାସରେ ରାଣୀ ଏକାଦଶୀ
-୧ ? –

ପାଳନ କରନ୍ତି । କିନ୍ତୁ ସେଥର ଅଶୁଭ ଘଟିବାରୁ ରାଜା ଦେହତ୍ୟାଗ କଲେ। ରାଣୀ ତାଙ୍କ ପୁଣ୍ୟରୁ ଅଧେ ଦାନକରି ଅଗ୍ନି
କୁଣ୍ଡରେ ରାଜାଙ୍କ ସହିତ ଝାସ ଦେବାରୁ ବୈକୁଣ୍ଡରୁ ରଥ | ଆସିଲା । ରାଜା ରାଣୀ ସ୍ଵର୍ଗକୁ ବିଜେ କଲେ । ବାଟରେ ଯାଉ ଯାଉ
ମତ୍କାର ଦେଶରେ ରଥ ତଳକୁ ଖସିଲା । ସେ ଦେଶରେ ଏକାଦଶୀ କରିଥିବା ଲୋକ ରଥକୁ ଛୁଇଁଲେ ରଥ ସ୍ଵର୍ଗକୁ ବିଜେ କରିବ
। କିନ୍ତୁ ଗୋଟିଏ ହେଲେ ସେପରି ଲୋକ ମିଳିଲେ ନାହିଁ । ସାଧବ କହିଲା ଆମ ସାନବୋହୁ କାଲି ଉପବାସ କରିଥିଲା । ସେ
ରଥ ଛୁଇଁବାରୁ ସେମାନେ ସ୍ଵର୍ଗକୁ ଗଲେ ଓ ସେଦିନ ଠାରୁ ଏକାଦଶୀ ପଞ୍ଚକ ବତ୍ର ପାଳନ ହୋଇ ଆସୁଛି । ।

। ଏହା ବ୍ୟତୀତ କାର୍ଭିକ ପୁନେଇଁରେ କାର୍ତ୍ତିକ ମହାତ୍ମା ପଠିତ ହୁଏ ।। ସେଥିରେ ଜଳନ୍ଦର ବଧ କଥା ରହିଛି । ଏଥ ସହିତ
ପଞ୍ଚକର ମାହାମ୍ୟ ବର୍ଣ୍ଣିତ ହୋଇଛି । ଅନ୍ୟାନ୍ୟ ବ୍ରତମାନଙ୍କ ଭିତରେ ରାଇଦାମୋଦର ବ୍ରତ, ନିଶା ମଙ୍ଗଳବାର ବ୍ରତ, ଅନନ୍ତ |
ବ୍ରତ, ଆଶ୍ୱିନ ମାସ ବ୍ରତ ଓ କାର୍ତ୍ତିକ ଗୁରୁବାର ବ୍ରତ ଉଲ୍ଲେଖନୀୟ । କାର୍ତ୍ତିକ ମାସରେ ରାଇ ଦାମୋଦର ବ୍ରତ ପାଳନ କରାଯାଏ
। ଏଥିରେ ଲକ୍ଷ୍ମୀନାରାୟଣଙ୍କର ପଶା ଖେଳଠାରୁ ଆରମ୍ଭକରି ବାଳଧୂପ ସମୟରେ ଭକ୍ତର ଜଣାଣ ବାଲୁକା ପୂଜା ଗୀତ ଓ ପଞ୍ଚ
ଉପଚାରରେ ପୂଜା ନିୟମ କଥା ଇତ୍ୟାଦି ବର୍ଣ୍ଣନା କରାଯାଇଛି । ମୁଖ୍ୟତଃ ଓଡ଼ିଶାର ଅଧିକାଂଶ ବିଧବା ନାରୀ ହବିଷ ପାଳନ
କରନ୍ତି ଓ ଏହି ବ୍ରତ ପାଳନ କରନ୍ତି ।

ନିଶା ମଙ୍ଗଳବାର ବ୍ରତରେ ସାଧବାଣୀ ଏହି ବ୍ରତ ପାଳନ କରି ରାଜାଙ୍କ ଦ୍ଵାରା ବନ୍ଦୀ ହୋଇଥିବା ତା’ର ସମସ୍ତ ପୁତ୍ରକୁ ଫେରି
ପାଇଥିବାର କାହାଣୀ ବର୍ଣ୍ଣିତ ।

। ଅନନ୍ତ ବ୍ରତର କାହାଣୀ ଏକ ଜୈନ କାହାଣୀ । ଏହା ତିବ୍ଦତରେ ମଧ୍ୟ ପ୍ରଚଳିତ । ବଙ୍ଗ ଦେଶ ଓ ଉତ୍ତର ଭାରତରେ ଏହାକୁ
ଅନନ୍ତ ଚତୁର୍ଦ୍ଦଶୀ ବ୍ରତ କହନ୍ତି । ଓଡ଼ିଶାରେ ପ୍ରଚଳିତ ଗଳ୍ପ ଭବିଷ୍ୟ ପୁରାଣରୁ ଗୃହୀତ । ସୁମନ୍ତ ସ୍ତ୍ରୀ ଶିଳାର ବ୍ରତକୁ ଅଗ୍ନିରେ ଦଗୁ
କରିବା ଫଳରେ ସମସ୍ତ ଧନ ସମ୍ପତ୍ତି ଉଭେଇଯିବା, ସେ ଅନନ୍ତକୁ ଖୋଜିପାଇ

-୧୯

ଫଳପୂର୍ଣ୍ଣ ବୃକ୍ଷ, ସବତ୍ସା ଧେନୁକା, ବୃଷଭ, ପୁଷ୍କରିଣୀ, ଗଧିବ ଓ ହସ୍ତୀ ପ୍ରଭୃତିଙ୍କୁ ତାଙ୍କର ବାସସ୍ଥାନ ପଚାରିବା, ଶେଷରେ
ଅନନ୍ତଙ୍କୁ ଦର୍ଶନ କରି ଧନ, ଧର୍ମ ଓ ଅକ୍ଷୟ ବିଷ୍ଣୁ | ଲୋକ ଲାଭ କରିବା ଏହି ବ୍ରତରେ ବର୍ଣ୍ଣିତ ।

। ଆଶ୍ୱିନ ମାସ ବ୍ରତରେ ଅଛି- ରାଣ୍ଡି ବ୍ରାହ୍ମଣ ବଡ଼ ନିଷ୍ଠାପର ଲକ୍ଷ୍ମୀ ବ୍ରତ କଲା । ଲକ୍ଷ୍ମୀ ମାୟା ସଞ୍ଚାରି ରୂପ ଧରି କ୍ଷୀରି ଖାଇଲେ ।
ବ୍ରାହ୍ମଣ ମାତ୍ର ପଣ ମନ୍ଦାଏ ପିଇ ବ୍ରତ କଲା । ଏପରି ଚାଳିପାଳି ବ୍ରତପରେ ମଞ୍ଚାରିକୁ ଲକ୍ଷ୍ମୀ ବୋଲି ଜାଣିପାରି ବ୍ରାହ୍ମଣ କହିଲା,
ମା’ କ୍ଷୀରି ଖାଆ, ସବୁତ ତୋର ଭୟ କରୁଛୁ କାହିଁକି ? ଲକ୍ଷ୍ମୀ ଚତୁର୍ଦ୍ଧା ମୂର୍ଭ ଧରି କହିଲେ ତତେ ସିଂହଳ ଦ୍ୱୀପର ରାଣୀ
କରିଦେବି । ରାଜାଙ୍କ ପାଣିହାତୀ ରାଣ୍ଡି । ବ୍ରାହ୍ମଣୀ ମୁଣ୍ଡରେ ସୁବର୍ଣ୍ଣ କଳସ ଢାଳି ଦେଲା ।।

। କାର୍ତ୍ତିକ ଗୁରୁବାର ବ୍ରତରେ ଅଛି; ଦିନେ ଚକୁଳିଆ ପଣ୍ଡା ଭିକ ମାଗି ମାଗି ଯାଉଁ ଯାଉଁ ଗୋଟିଏ ମଲା ଅଜଗର ସାପ
ପଡ଼ିଥିବାର ଦେଖୁ ତାକୁ ଝିଙ୍କରରେ କାଟି କୁଟି ପୋଖରୀରେ ଧୋଇଲା । ଗାଧୋଉ ଗାଧୋଇ ଦେଖୁଲା ଗୋଟିଏ ସୁନ୍ଦରୀ
କନ୍ୟା। ପଦ୍ମ ପତ୍ରରେ ଶୋଇଛି । ତାକୁ ଆଣିବାଲାଗି ଆଣ୍ଠୁଏରୁ ଅଣ୍ଟାଏ, ସେଠୁ ବେକେ ପାଣିଯାଏ। ଗଲା । ପଦ୍ମ ପତ୍ର ଘୁଞ୍ଚି
ଘୁଞ୍ଚି ଯାଉଛି । ବ୍ରହ୍ମ ହତ୍ୟା ଦୋଷ ଲାଗିବ ବୋଲି କନ୍ୟା ବେଗିନୀ ଲକ୍ଷ୍ମୀ ଠାକୁରାଣୀ ଧରା ଦେଲେ । ବ୍ରାହ୍ମଣର କନ୍ୟାହୋଇ
ପାଳିତା ହେଲେ । ଗୋଦରା ବୃଦ୍ଧ ବେଶୀ ଜଗନ୍ନାଥଙ୍କ ସହ ବିଭାଦେଇ ବ୍ରାହ୍ମଣ ବଡ଼ ଦେଉଳରେ ଛାଡ଼ି ଦେଇ ଆସିଲା । ବିପୁଳ
ଧନ ସମ୍ପଭିର ଅଧୁକାରୀ ହୋଇ ଅୟସରେ କାଳ କାଟିଲା ।
*********

-୨ o

ଚତୁର୍ଥ ଅଧ୍ୟାୟ ଓଡ଼ିଶାରେ ପ୍ରଚଳିତ କେତେକ ଓଷା କଥା ।

ବ୍ରତ ଓ ଓଷା ମଧ୍ୟରେ ସାମାନ୍ୟ ପାର୍ଥକ୍ୟ ଦେଖାଯାଏ । ନାରୀ ପୁରୁଷ ନିର୍ବିଶେଷରେ ବ୍ରତାଚରଣ ଭଳି ଧାର୍ମିକ ଅନୁଷ୍ଠାନରେ
ପାଳିତ ହେଉଥିବା ବେଳେ ଓଷା କେବଳ ଗ୍ରାମୀଣ ନାରୀମାନଙ୍କ ଦ୍ୱାରା ହିଁ ପାଳିତ ହୁଏ। ବ୍ରତ ପାଳନର କିଛି ନିର୍ଦ୍ଦିଷ୍ଟ ଲକ୍ଷ ବା
ଅଭିଳାଷ ଥିବାବେଳେ ଓଷା ପାଳନରେ ମୂଳତଃ ସେପରି କିଛି କାମନା ନାହିଁ । | ବ୍ରତ ଏକ ନିଷ୍ଠତା ବା କଷ୍ଟ ତ୍ୟାଗ ସ୍ବୀକାର
ପୂର୍ବକ ଆରାଧ ଦେବାଦେବୀଙ୍କୁ ଆକର୍ଷଣ କରିବା ଉଦ୍ଦେଶ୍ୟରେ ଅଭିପ୍ରେତ । ମାତ୍ର ଅଗ୍ନି ଗୁରୁ ଓ ଦେବତାଙ୍କୁ ସାମିଧ୍ୟ ଲାଭ ହଁ
ଓଷା ଆଚରଣର ମହତ୍ । ବୈଦିକ ଯୁଗରେ ଅନ୍ଧିଜଳ ତ୍ୟାଗ କରି ଭକ୍ତମାନେ କଠୋର ବ୍ରତାଚରଣ କରୁଥିଲେ । ବ୍ରତ
ଶେଷରେ ସେମାନେ ମହାର୍ଘ୍ୟ ଦେବାପରେ ସେମାନେ ନିଜେ ପାଳନ କରୁଥିଲେ । କ୍ରମେ ଉଚ୍ଚଜାତିର ଏହି ଆଚରଣ ସମାଜର
ନ୍ୟୁନ ବର୍ଗର ଲୋକମାନଙ୍କୁ ଆକର୍ଷଣ କଲା ଓ ତାହା ସମସ୍ତଙ୍କ ଦ୍ଵାରା ଗୃହୀତ ହୋଇ ଆଚରିତ ଓ ଅନୁଷ୍ଠିତ ହେଲା । ବର୍ଭମାନ
ଉତ୍କଳୀୟ ସଂସ୍କୃତିରେ ବ୍ରତ ଓ ଓଷା ମଧ୍ୟରେ ଥିବା ପାର୍ଥକ୍ୟ ହଜିଯାଇ ଉଭୟ ସମ ପ୍ରକାରର ଗୁରୁତ୍ୱ ପ୍ରଦାନ କରିଯାଇଛି ।
ଉଭୟରେ ପୂଜା ଶେଷ | ପର୍ଯ୍ୟନ୍ତ ଉକ୍ତ ଉପାସ ରହେ । ଏପରିକି ଜଳ ମଧ୍ୟ ଗ୍ରହଣ କରେନା। ।

ବ୍ରତପରି ଉତ୍କଳରେ ପ୍ରଚଳିତ ଓଷାମାନ ଉତ୍କଳୀୟ ଜନଜୀବନ ଓ ସଂସ୍କୃତି ସହିତ ଜଡ଼ିତ । ଗଦ୍ୟରେ ହେଉ ବା ପଦ୍ୟରେ ହେଉ
ଓଷାର କାହାଣୀ ଭିତରେ ଏହାର ପାଳନର ଉଦ୍ଦେଶ୍ୟ ଦେବାଦେବୀଙ୍କ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି । ଏଠାରେ କିଛି

ଓଷାର କଥା ଆଲୋଚନା କରାଯାଇପାରେ ।

-୨୧

(କ) ଜହ୍ନି ଓ ଷା

ଏହାରା ଆରାଧ୍ୟ ଦେବୀ ହେଉଛନ୍ତି ବୃନ୍ଦାବତୀ ଓ କେବଳ କୁଆଁରୀ କନ୍ୟାମାନେ ଏହି ଓଷା ପାଳନ କରନ୍ତି । ଜଣେ ଭକ୍ତକୁ
ଉପହାସ କରିବାରୁ ଜାମ୍ବବତୀର ପୁତ୍ର ସର୍ପ ଦଂଶନରେ ମରିଛି । କିନ୍ତୁ ପରେ ସେ ନିଷ୍ଠାର ସହ ଏହି ଓଷା ପାଳନକରି
ବୃନ୍ଦାବତୀଙ୍କୁ ପୂଜା କରିବାରୁ ତାର ପୁତ୍ରର ଜୀବନ ଫେରି ପାଇଛି । ଏହି ଓଷା କରି ରାଧ କୁଷ୍ଠ ରୋଗରୁ ମୁକ୍ତିପାଇଛି । ସାତଦିନ
ମଧ୍ୟରେ ଓଷା ନପାଳିଲେ ବୃନ୍ଦାବତୀ ସମସ୍ତ ସନ୍ତାନକୁ ବିନାଶ କରିବେ ବୋଲି ଜଣେ ନାରୀଙ୍କୁ ସ୍ବପ୍ଲାଇଛନ୍ତି । ତେଣୁ ତାର
କନ୍ୟା। ଏହି ବ୍ରତ ପାଳନ କରିଛି । ଭାଦ୍ରବ ମାସରେ ଜହ୍ନି ନତୋଳିବା ପାଇଁ କୁଆଁରୀମାନଙ୍କ | ପ୍ରତି ଦେବତାଙ୍କର ଦୃଢ଼
ଆଦେଶ ରହିଛି । (ଖ) ବୁଧେଇ ଓଷା

। ଭାଦ୍ରବ ମାସ ପ୍ରତି ବୁଧବାର ଏହି ଓଷା ପାଳନ କରାଯାଏ । ଏହି ଓଷା ପାଳନକରି ଶୁଣ୍ଡିର କୁଷ୍ଠରୋଗ ମୁକ୍ତ ହୋଇଛି । ଓଷା
ପାଳନର ପ୍ରତିଶ୍ରୁତି ଦେଇ ଜଣେ ବ୍ରାହ୍ମଣ ବୁଧବାମନଙ୍କ ଦୟାରୁ ଗର୍ଭ ଯନ୍ତ୍ରଣାରୁ ମୁକ୍ତି ପାଇଥିଲା । ଦ୍ୱିଜ ଗୌରୀ ଚରଣଙ୍କ
ବୁଧେଇ ଓଷା ୧୩୪ ପଦ ବିଶିଷ୍ଟ ଏକପଦ ବଦ୍ଧ ରଚନା । ଏଥିରେ ବିମଳାକୁ ଆରଧନା କରାଯାଇଛି । ଦିନେ କୋଶଳର ରାଜା
ପାରିକୁ ଯାଉଥିଲେ । ରକର ସାହୁର ସ୍ତ୍ରୀ ଶରଦୀ ଦାଣ୍ଡ କବାଟରେ ରାଜାଙ୍କ ମୁହଁ ଦେଖୁ ମନ ଦୁଃଖ କଲା । ଏହାର କାରଣ ରାଜ
ଅପୁତ୍ରିକ ଥିଲେ। ଏକଥା ରାଜା ଜାଣିଲେ। ସଙ୍ଗେ ସଙ୍ଗେ ରନ୍‌କର ଓ ତା’ର ପୁଅମାନଙ୍କର ମୁଣ୍ଡକାଟ ଆଦେଶ ହେଲା ।
ସେଦିନ ଥିଲା ଭାଦ୍ରବ ମଙ୍ଗଳବାର । ଶରଦୀ ମଙ୍ଗଳାଙ୍କ ପ୍ରାର୍ଥନା କଲା । ଏକଥା ଶୁଣି ବିମଳ ପ୍ରସନ୍ନ ହେଲେ ଓ ବୁଧବାର
ବୁଧେଇ ଓଷା | କରିବାକୁ କହିଲେ । ଓଷା ପରେ ସମସ୍ତେ ବଞ୍ଚିଛନ୍ତି । ଏକଥା ରାଜା ଜାଣିଲେ । ପୁଣି || ଥରେ ତାଙ୍କୁ ହାଣିଲେ
। କିନ୍ତୁ ମା' ବିମଳାଙ୍କ ଅଭୟ ପାଇ ତାଙ୍କର କିଛି ଅନିଷ୍ଟ ହୋଇ
-୨୨

ପାରିଲାନାହିଁ । ଶେଷଷର ରାଜା ପରାସ୍ତ ହୋଇ ଶାରଦୀର ଶରଣ ନେଲେ ଏବଂ ବୁଧେଇ ଓଷା କରି ପୁତ୍ରବାନ୍ ହେଲେ।

। ଗୋପୀନାଥ ଦାସ ବୁଧବାମନ ବା ବୁଧେଇ ଓଷା ବହିରେ ‘ସୁନା ଚାଙ୍ଗୁଡ଼ି | କଥା’ କହି ଏହାକୁ ଭଦ୍ର ବଂଶର ଓଷା ଭାବରେ
ପରିଗଣିତ କରିବାକୁ ଚେଷ୍ଟା କରିଛନ୍ତି ।

ସେହିପରି ଶ୍ରୀରାଧା ହୋତାଶର୍ମା ବ୍ରାହ୍ମଣ ମୁଖରୁ ଶୁଣିବ ଏକଥା କହି ଏହାକୁ ଶାସ୍ତ୍ରୀୟ ଛାଞ୍ଚରେ ପକାଇବାକୁ ଚେଷ୍ଟା କରିଛନ୍ତି ।
(ଗ) ଖୁଦୁରୁକୁଣୀ ଓଷା

। ଭାଦ୍ରବ ମାସ ପ୍ରତି ଗୁରୁବାର ଦିନ ଏହି ଓଷା ପାଳିତ ହୁଏ । ଭାଦ୍ରବ ଅତ୍ୟାଚାରରୁ ରକ୍ଷା ପାଇବାପାଇଁ କୁମାରୀମାନେ
ଖୁଦୁରୁକୁଣୀ ଓଷା କରନ୍ତି । ଖୁଦ କଣାରେ ମଙ୍ଗଳାକୁ ପୂଜି ତଅପୋଇ ତା’ର ହରାଇଥିବା ଭାଇମାନଙ୍କୁ ଫେରି ପାଇବା ସଙ୍ଗେ
ସଙ୍ଗେ ତାର ଭାଉଜମାନେ କିପରି ଶାସ୍ତି ପାଇଥିଲେ ସେ କଥା ଏଠାରେ ସ୍ଥାନିତ ହୋଇଛି । (ଘ) ନିଶା ମଙ୍ଗଳବାର ଓଷା

। ଓଡ଼ିଶାରେ ଏହି ମଙ୍ଗଳବାର ଓଷା ବିଭିନ୍ନ ସ୍ଥାନରେ ବିଭିନ୍ନ ଢଙ୍ଗରେ ପାଳିତ ହୋଇଥାଏ । କିନ୍ତୁ ଏହି ଓଷାର ମୂଳ ଆରାଧ
ଦେବୀ ହେଉଛନ୍ତି ସର୍ବମଙ୍ଗଳା ବା ଦେବୀ ଦୁର୍ଗା । ସେହି ଓଷାମାନଙ୍କ ମଧ୍ୟରୁ ନିଶା ମଙ୍ଗଳବାର ଓଷା ଅନ୍ୟତମ ।

। ଆଶ୍ୱିନ ମାସ ଶୁକ୍ଳପକ୍ଷ ମଙ୍ଗଳବାର ଦିନ ନିଶାଦ୍ଧରେ ଏହି ଓଷା | ସାଧାରଣତଃ ସଧବା ସ୍ତ୍ରୀମାନେ ପାଳନ କରନ୍ତି ।
ନାରୀମାନେ ସନ୍ତାନସନ୍ତତି, ସଧାବାତ୍ | ଓ ଧନ ସମ୍ପତ୍ତି କାମନା କରି ଓଷାକୁ ପାଳନ କରିଥାନ୍ତି ।

। ଥରେ ସାଧବ ଘରେ ପିତୃ ଶ୍ରାଦ୍ଧପାଇଁ ଗଣ୍ଡା ମାଂସ ଲୋଡ଼ା ହେଲା । | ସେମାନେ ବଣକୁ ଯାଇ ନିରାଶ ହୋଇ ଫେରିଲେ ।
ରାଜାଙ୍କର କପିଳ ଗାଈକୁ ମୃଗ

-୨୩

ଭାବି ହତ୍ୟାକରି ମାଂସ ଆଣିଲେ ଓ ଶ୍ରାଦ୍ଧ ଦେଲେ । ରାଜା ଏହା ଜାଣିବାରୁ ଜେଲଦଣ୍ଡ | ଦେଲେ। ସାଧବାଣୀକୁ ସ୍ବପ୍ନରେ ମା’
ମଙ୍ଗଳା ଦେଖା ଦେଲେ ଓ ଏ ଓଷା ପୂଜିବାକୁ କହିଲେ । ଫଳରେ ସେମାନେ ମୁକ୍ତି ପାଇଁ ଗଲେ । ରାଜା ପୁଣି ବାରମ୍ବାର
ସେମାନଙ୍କୁ ଦଣ୍ଡ ଦେଲେ । କିନ୍ତୁ ମଙ୍ଗଳାଙ୍କ କୃପାରୁ ସେମାନଙ୍କର କିଛି ଅନିଷ୍ଟ ହେଲାନାହିଁ । ରାଜାଙ୍କୁ ସାଧବାଣୀ ସବୁ କଥା
କହିଲା । ରାଜା ରାଣୀମାନେ ଏ ଓଷା କଲେ ଏବଂ ସବୁ କାମନା ତାଙ୍କର ପୂରଣ ହେଲା । (ଡ) ଷଠି ଓଷା ।

ଗ୍ରାମର ମା'ମାନଙ୍କ ଦ୍ଵାରା ଷଠି ଦେବୀ ସମ୍ମାନିତ ଓ ପୂଜିତା। ଶିଶୁ ସନ୍ତାନମାନଙ୍କର ସେ ମଙ୍ଗଳ କରନ୍ତି । ତେଣୁ ଏହି ଷଷ୍ଠି ଓଷା
ଉତ୍କଳର ଘରେ ଘରେ ପାଳନ କରାଯାଏ । ଏହି ଓଷାର କାହାଣୀ ସହିତ ବ୍ରଜ ମହାକାଳୀ ପ୍ରତି କଥାର କାହାଣୀରେ ଅନେକ
ମେଳବାର ଦେଖାଯାଏ। (ଚ) ଦୁତିଆ ଓଷା

। ଆଶ୍ୱିନ ମାସ କୃଷ୍ଣପକ୍ଷ, ସପ୍ତମୀ ଦିନ ଏହି ଓଷା ସାଧବ ସ୍ତ୍ରୀ ଲୋକମାନେ | ପାଳନ କରନ୍ତି । କେତେକ ସ୍ଥାନରେ ମଧ୍ୟ
ଭଉଣୀମାନେ ଭାଇମାନଙ୍କ ଶୁଭମନାସୀ, | ଆଉ କେତେକ ସ୍ଥାନରେ ନାରୀମାନେ ପୁତ୍ର ସନ୍ତାନ ପ୍ରାପ୍ତି ନିମନ୍ତେ ଏ ଓଷା ପାଳନ
କରନ୍ତି । ତେଣୁ ଲୋକ କଥା ଅଛି, ‘ସତରେ ମା’ର ଦୁତିଆ ପୂଜି ଥିଲା, ତେଣୁ ତୁ। ଏଡ଼େ ବଡ଼ ବିପଦରୁ ରକ୍ଷା ପାଇଗଲୁ।’
ପୁତ୍ରବତୀ ମା’ ମଧ୍ୟ ପୁତ୍ରର ଚନ୍ଦ୍ରରିଷ୍ଟ ଖଣ୍ଡନ ପାଇଁ ଦ୍ବିତୀୟା ଓଷା କରିଥାନ୍ତି ।

ଗଦ୍ୟ ରୂପରେ ମିଳୁଥିବା ଦୁତିଆ ଓଷା କଥା ଟିକେ ଅଲଗା । ଏଥିରେ ଦୂତୀ ବାହନ ଜଗନ୍ନାଥ ରଥଯାତ୍ରା ଦେଖୁବାକୁ ଯାଇ
ଜଗନ୍ନାଥଙ୍କ ଠାରୁ ସବୁ ବିଷୟ ଜ୍ଞାନ ହୋଇଛି । ଆଉ ଗୋଟିଏ କଥା ମଧ୍ୟ ଅଛି ଯେ, ଗୋଟିଏ ଚିଲ ଓ ଶୃଗାଳ ଏହି
-୨୪

ଓଷା ପାଳନ କରିଥିଲେ । ଚିଲ ନିଷ୍ଠାର ସହିତ ଓଷା କଲା । କିନ୍ତୁ ଶିଆଳ ଲୁଚି ଲୁଚି କୋରଡ଼ରେ ମାଂସ ଖାଇଲା । ପର
ଜନ୍ମରେ ଦୁଇ ଭଉଣୀ ହୋଇ ଜନ୍ମ ନେଲେ । ଶିଆଳ ବଡ଼ ଭଉଣୀ ଭାବରେ ମନ୍ତ୍ରୀ ଓ ସାନଭଉଣୀ ଚିଲ ଭାବରେ ସାଧବ ଘରେ
ବିବାହ କଲା । ମନ୍ତ୍ରୀ ସ୍ତ୍ରୀର ପୁଅଝିଅ କିଛି ହେଲାନାହିଁ । ସାଧବର ପୁଅମାନଙ୍କୁ ଗୋପନରେ ହତ୍ୟା କଲା କିନ୍ତୁ ଦୁତିବାହନଙ୍କ
କୃପାରୁ ସମସ୍ତେ ବଞ୍ଚୁଥାନ୍ତି । ଏକଥା ମନ୍ତ୍ରୀ ଜାଣିବାରୁ ତାଙ୍କ ସ୍ତ୍ରୀଙ୍କ ଭର୍ସନା କଲେ । ଶେଷରେ ସମସ୍ତେ ମିଳି ଦୁତିବାହନ ଓଷା
ପାଳନ କଲେ । ଯାହାକି ଦୁତିଆ ଓଷା ଭାବରେ ପ୍ରଚଳିତ ହୋଇ ଆସୁଅଛି । (ଛି) କାଞ୍ଜିଅଁଳା ଓଷା

- ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ବା ନବମୀ ତିଥିରେ ପଡ଼େ ।। ସନ୍ଧ୍ୟାବେଳେ ଓଷେଇତିମାନେ ଏକତ୍ରିତ ହୋଇ ଏ ଓଷା
କରନ୍ତି । ଏହାକୁ ପ୍ରଥମେ ଲିତ ପଦ୍ୟ ରୂପ ଦେଲେ ଦ୍ବିଜ ରଘୁନାଥ ଦାସ । ସେଥିରେ ଅଛି ସାଧବ ଘର ସାନବୋହୁ ରୋଷେଇ
କରିବାକୁ ଗଲା । ଘରେ ପନିପରିବା କିଛି ନଥିଲା । ପଡ଼ିଶା ଘରୁ ଚାଉଳ । କଖାରୁଟିଏ ଆଣି ରାନ୍ଧିଲା, ଫଳରେ ପଡ଼ିଶାଘର
ଅଭିଶାପ ଦେଲେ, “ମୋ ସୁବର୍ଣ୍ଣ ଫଳ ଯିଏ ଚୋରେଇ ନେଇଛି, ସେ ତା’ ପିଲାମାନଙ୍କୁ ଯମକୁ ଦେଉ ।’ ଷଠି ଦେବୀଙ୍କ
କରୁଣାରୁ ତାର କୌଣସି ଅନିଷ୍ଟ ହେଲାନାହିଁ । ଷଠିଙ୍କ ଠାରୁ ଶୁଣିଥିବା ବିଧ ଅନୁସାରେ ମାର୍ଗଶିର ଶୁକ୍ଳନବମୀ ଦିନ କାଞ୍ଜିଅଁଳା
ଓଷା ପୂଜିଲା ଏବଂ ଆନନ୍ଦରେ କାଳାତିପାତ କଲା । (ଜ) ଷୋଳ ପାଳି ମଙ୍ଗଳବାର ଓଷା

। କୁମାର ପୂର୍ଣ୍ଣମୀ ଠାରୁ ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏ ଓଷା ପାଳନ ମଙ୍ଗଳବାର କରାଯାଏ। ଏ ଓଷା କଥାରେ ଅଛି- ସାହାଣ,
ବାହାଣ ରାଜ୍ୟରେ ରାଜପୁଅ ଓ ମନ୍ତ୍ରୀପୁଆ ଦୁଇ ମୈତ୍ର ଥିଲେ । ସେମାନେ ହାତୀ ଓ ଘୋଡ଼ାରେ ବସି ବିଦେଶ ଗଲେ ।

-୨୫

ବିକ୍ରମାଦିତ୍ୟଙ୍କର ରାଜ୍ୟରେ ପହଞ୍ଚିଲେ । ରାଜ ଝିଅ ଷୋଳପାଳି ମଙ୍ଗଳବାର ଓଷା କରିଥିଲା । ଏ ରାଜା ପୁଅ ସହିତ ତାର
ବିବାହ ହେଲା । ଉଭୟ ରାଜ୍ୟରେ ରହିଲେ। ରାଜାପୁଅ ରାଜା ଝିଅଙ୍କ ହାତରେ ବନ୍ଧା ହୋଇଥିବା ସୂତାକୁ ଛିଣ୍ଡେଇ ଦେଲା ।
ଫଳରେ |ଠାକୁରାଣୀ ରାଗିଗଲେ ଏବଂ ରାଜା ସଙ୍ଗେ ସଙ୍ଗେ ରାଜ ପୁଅକୁ ବନ୍ଦୀ କଲେ । ରାଜଜେମା ପୁନର୍ବାର ଓଷା କରିବାରୁ
ରାଜାପୁଅ ମୁକ୍ତି ପାଇଲା ଓ ନିଜ ରାଜ୍ୟକୁ ଫେରି ଆସିଲେ ।

ତେଣୁ ସ୍ତ୍ରୀ ପୁଅର ସବୁ ଦୋଷ ବୋଲି ରାଜା ବନ୍ଦୀ କଲେ । ରାଜା ପୁଅ ମନ ଦୁଃଖ କଲେ ଏବଂ ତାର ସଙ୍ଗାତୁଣୀକୁ ଏ ଓଷା
କରିବାପାଇଁ କହିଲେ । ଫଳରେ ମନ୍ତ୍ରୀ ପୁଅ ମୁକ୍ତି ପାଇଲା । ସେଇ ଦିନରୁ ସେ ରାଜ୍ୟରେ ଷୋଳପାଳି ମଙ୍ଗଳବାର ଓଷା
ପ୍ରଚଳନ ହେଲା । (ଝ) ବାଲି ତୃତୀୟା ଓଷା

। ଭାଦ୍ରବ ଶୁକ୍ଳପକ୍ଷ ତୃତୀୟା ତିଥିରେ ଏହା ପାଳିତ ହୁଏ । ବାଲୁକାରେ ଓମା ମହେଶ୍ବର ସ୍ଥାପନ କରି ବିବାହିତ ମହିଳାମାନେ
ଭକ୍ତି ସହକାରେ ପୂଜା କରିଥାନ୍ତି । ପଦ୍ମ ପୁରାଣରେ ଅଛି ଯେ ପାର୍ବତୀ ଏହି ଓଷା କରି ଶିବକୁ ପତି ରୂପେ ପାଇଥିଲେ । (ଞ୍ଜ)
ଧାନମଣିକ ଓଷା

ଏହି ଓଷାରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଏହି ଓଷାର କାହାଣୀ | ହେଉଛି ଥରେ ମହାଲକ୍ଷ୍ମୀ ଜଣେ ଧନୀ ସାଧବ ଘରେ
କାଙ୍ଗାଳୁଣୀ ବେଶରେ ପହଞ୍ଚି ତାର ପତ୍ନୀକୁ ଏହି ଓଷା ପାଳନ କରିବାକୁ କହିଲେ । ମାତ୍ର ସାଧବାଣୀ ବ୍ୟଙ୍ଗକରି ତାକୁ ଗାଳି
ଦେଇ ସେଠାରୁ ତଡ଼ି ଦେଲେ । ତାପରେ ସାଧବର ଧନ ରନ୍ ଚାଲିଗଲା ଓ ସେ ଭିକାରୀ ହୋଇ ଦ୍ଵାର ଦ୍ଵାର ଭିକ୍ଷା କଲା । ତାର
କନ୍ୟା ଏହି ଓଷା ପାଳନ କରି ଜଣେ ଧନୀକୁ ବିବାହ କଲା । ବାପାମାଆଙ୍କ ଦୁର୍ଦ୍ଦଶାରେ ଦୁଃଖ ହୋଇ ସେ ପଲାପାଣି କଖାରୁ
ଭିତରେ ମୋତି ମାଣିକ୍ୟ ଭରି ବାପଘରକୁ ପଠାଇଲା ମାତ୍ର ଆଶ୍ଚର୍ଯ୍ୟର କଥା ଲକ୍ଷ୍ମୀଙ୍କ

-୨୬
ଅଭିଶାପରେ ତାହା ଅଙ୍ଗାରରେ ପରିଣତ ହେଲା । ପରେ ସାଧବାଣୀ ନିଜର ଭୁଲ ବୁଝିପାରି ଏହି ଓଷା କରିବାରୁ ତାର ଦୃତ
ସମ୍ପଦ ଓ ବାସଗୃହ ଫେରି ପାଇଲା ।

। ଉତ୍କଳୀୟ ଲୋକାଚାରରେ ଏହି ଓଷା ବ୍ରତର ଗୁରୁତ୍ଵ କିଛି କମ୍ ନୁହେଁ । ଦେଖୁବାକୁ ଗଲେ ଋକ୍ ବେଦ କୌଣସି ପ୍ରାଚୀନ
ଧର୍ମଶାସ୍ତ୍ର ବା ଧର୍ମ ସ୍ରୋତରେ ବ୍ରତ । କଥାର ଉଲ୍ଲେଖ ନାହିଁ । ଆମର ଓଷାବ୍ରତ ଗୁଡ଼ିକ ଭିତରୁ କୁକକୁଟୀ ବ୍ରତ, ଋଷି ପଞ୍ଚମୀ
ବ୍ରତ, ବିନାୟକ ବ୍ରତ, ପୌଷ ରବିବାର ବ୍ରତ, ଭବିଷ୍ୟ ପୁରାଣରୁ ଓ ଗୁରୁ ପଞ୍ଚମୀ ବ୍ରତ, | ପଦ୍ମ ପୁରାଣରୁ ଗୃହୀତ ହୋଇଛି ।
ଅନନ୍ତ ବ୍ରତରେ ପ୍ରଚଳିତ ଗ୍ରନ୍ଥି ଭବିଷ୍ୟ ପୁରାଣରୁ ଗୃହୀତ । ଏ ସବୁକୁ ଅନୁଧ୍ୟାନ କଲେ ଜଣାଯାଏ ଓଷା ବ୍ରତ ଇତ୍ୟାଦି
ଆଚରଣ ପୁରାଣ ଯୁଗରେ ପ୍ରସିଦ୍ଧି ଲାଭ କରିଥିଲା । ଏବେ ସୁଦ୍ଧା ପାରମ୍ପରିକ ଭାବେ ଆମ ସମାଜରେ ପ୍ରଚଳିତ ହୋଇଛି ।

********

-୨୭

ପଞ୍ଚମ ଅଧାୟ । ଓଷା ଓ ବ୍ରତରେ ଉତ୍କଳୀଳ ସଂସ୍କୃତି ଆଚାର ବିଚାର

ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ ଓ ଓଷାବ୍ରତ ଗୁଡ଼ିକ ଉତ୍କଳୀୟ ସଂସ୍କୃତିକୁ ଗଭୀରରେ ଓ ପ୍ରାଚୀନତର କରିପାରିଛି । ନିଜ
ନିଜର ପାରିବାରିକ ଜୀବନର ଶାନ୍ତି, | ସନ୍ତୋଷ ଆନୟନ ନିମିତ୍ତ ଏଗୁଡ଼ିକ ଆଚରିତ ହୋଇଥିଲେ ହେଁ, ସାମୂହିକ ଜୀବନକୁ
ସୁଖକର କରିବାରେ ଏହା ଅଭିପ୍ରେତ । ମନୁଷ୍ୟର ଧର୍ମ ଧାରଣା, ଆଧାମ୍ବିକ ଚେତନା, ସୂଚି ଯନ୍ତ୍ରଣା, ଏକନିଷ୍ଠତା, ତ୍ୟାଗ
ସଂକଳ୍ପ ପ୍ରଭୃତି ସଦ୍‌ଗୁଣ ରାଜିର କର୍ଷଣପାଇଁ ଏ ସବୁରେ ବ୍ୟାପକ ସୁଯୋଗ ରହିଥିବାର ଜଣାଯାଏ। ଏ ସବୁର ସୃଷ୍ଟି ଓ ଉଭବ
ମୂଳରେ ପ୍ରାଚୀନ ସମାଜବିତ୍ ମାନଙ୍କର ନୈତିକ ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ତଥା ଦୂରଦୃଷ୍ଟିର ପରିଚୟ ମିଳିଥାଏ। ଏ ପ୍ରସଙ୍ଗରେ
ଆମ ଓଷାବ୍ରତ ଓ ଲୋକାଚାରରେ ଆମ ପାରମ୍ପରିକ, ସାମାଜିକ ଚଳଣି ଓ ସଂସ୍କୃତିର ସ୍ଵରୂପ ନିମ୍ନ କେତେକ ଭାଗରେ ବିଭକ୍ତ
କରି ଚିହ୍ନାଇ ଦିଆଯାଇପାରେ । (୧) ବିଶ୍ବାସବୋଧ

ହୃଦୟରେ ଗଭୀର ବିଶ୍ଵାସବୋଧ ସୃଷ୍ଟି ନହେଲେ ପରମ୍ପରାକୁ ସାମାଜିକ ଆଚରଣକୁ ଜନସାଧାରଣ ସହଜରେ ଗ୍ରହଣ କରନ୍ତି
ନାହିଁ । ଓଷାବ୍ରତ ପ୍ରଭୃତିର ଆଚାରଣରେ ଜନସାଧାରଣକୁ ବିଶ୍ଵାସ ବୋଧ ଯେ ମୂଳ ହେତୁ ଏହା କୁହାଯାଇପାରେ । ହିନ୍ଦୁ
ସମାଜରେ ତେତିଶି କୋଟି ଦେବା ଦେବୀଙ୍କର ସ୍ଥିତି ଓ ଖ୍ୟାତି ରହିଛି । ତା'ଛଡ଼ା । ସୂର୍ଯ୍ୟ, ଚନ୍ଦ୍ର, ଗ୍ରହାଦି ଏବଂ ଅଗ୍ନି ବାୟୁ ପ୍ରଭୃତି
ପ୍ରାକୃତିକ ଶକ୍ତିମାନଙ୍କ ପ୍ରତି ଆମ ସମାଜରେ ଭକ୍ତି ଓ ସମ୍ମାନ ରହିଛି । ଏପରିକି ଭାରତୀୟ ଜନସମାଜ ବନସ୍କତିକୁ ମଧ୍ୟ ।
ମାନ୍ୟତା ଦେବାରେ କୁଣ୍ଡା କରିନାହିଁ । ଏସବୁ ମୂଳରେ ତା’ର ପାରମ୍ପରିକ ବିଶ୍ବାସ

-୨୮

ବୋଧ ହିଁ ନିହିତ । ତେଣୁ ବିଭିନ୍ନ ଓଷାବ୍ରତ ପାଳନରେ ଏହିସବୁ ଦେବାଦେବୀଙ୍କୁ ସନ୍ତୁଷ୍ଟ କରି ନିଜର ତଥା ପାରିବାରିକ ସୁଖ
ଶାନ୍ତି କାମନା କରିବାକୁ ସେ ଆଗ୍ରହ ପ୍ରକାଶ କରେ । ସାମ୍ପ୍ରତିକ କାଳରେ କେହି କେହି ହେତୁବାଦୀ ହୁଏତ ଏ ସବୁକୁ
ଅନ୍ଧବିଶ୍ୱାସକୁ ସଂସ୍କାର ବୋଲି କହିପାରନ୍ତି । କିନ୍ତୁ ମାନବ ମନର ନିରନ୍ତନ ଧର୍ମ ବିଶ୍ବାସ ଅବା ଆଧାମ୍ଭିକ ଚେତନା ପ୍ରତି
ଅଙ୍ଗୀକାର ହିଁ ସବୁ ପର୍ବପର୍ବାଣୀ ଓଷାବ୍ରତ ଆଚରଣର ମୂଳଭିତ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । (୨) ନୀତି ନିଷ୍ଣତା । ଏକ
ନୀତିମୟ ଜୀବନଯାପନ କରିବାର ପ୍ରେରଣା ଓଷାବ୍ରତ ପ୍ରଭୃତି ଆଚରଣରେ ଦେଖୁବାକୁ ମିଳେ । ନିର୍ଦ୍ଧିଷ୍ଟ ବିରେ ଏ ସବୁର
ପାଳନ ଆମର ସାଧାରଣ ଜୀବନକୁ ସୁଶୃଙ୍ଖଳା କରାଇଥାଏ । ପ୍ରତ୍ୟେକ ଓଷା ଓ ବ୍ରତ ଆଚରଣରେ ଦିନ ବାର ମୁହୁର୍ଭ ଯେପରି
ନିର୍ଦ୍ଦିଷ୍ଟ ଠିକ୍ ସେହିପରି ଏହାକୁ ସୂଚାରୁ ରୂପେ ସମ୍ପନ୍ନ କରିବାର ନିୟମ ମଧ୍ୟ ଅପରିବର୍ଭନୀୟ । ଜ୍ୟୋତିଷ ଶାସ୍ତ୍ରର
ଗଣନାନୁଯାୟୀ ହୁଏତ ଦିନ ଓ ସମୟ ନିର୍ଦ୍ଧାରିତ

ହୋଇଥାଏ । ମାତ୍ର ପୂଜାବିଧ ଆଚରଣ ବିଧ ଅନେକ କ୍ଷେତ୍ରରେ ଅଲିଖୁତ ଥିଲେ ହେଁ | ପରମ୍ପରା ସିଦ୍ଧ ହୋଇଥାଏ । ଅନେକ
ଓଷାବ୍ରତ ବିଧ ଗ୍ରାମ୍ୟ ଲଳନା ପାରମ୍ପରିକ ଭାବରେ ଶିକ୍ଷା କରେ ଏଥିରେ ଶାସ୍ତ୍ର ପ୍ରତି ଜ୍ଞାନ ଅପେକ୍ଷା ଅନୁଭୂତି ହିଁ ମୁଖ୍ୟ ସ୍ଥାନ
ନିଏ । ତଥାପି ଏହା ଏପରି ଯେ କୌଣସି ନୀତି ନିୟମରେ ସାମାନ୍ୟ ବ୍ୟତିକ୍ରମକୁ ସେ ପ୍ରଶ୍ରୟ ଦିଏନା। ତେଣୁ ଏହି ନୀତିମୟ
ଜୀବନ ହିଁ ଆମ ସଂସ୍କୃତିକୁ ସମୃଦ୍ଧ କରିପାରିଛି ବୋଲି କୁହାଯାଏ । (୩) ପରିଚ୍ଛନ୍ନତା ଓ ପରିବେଶ ଶୁଦ୍ଧତା

। ବ୍ରତାଚରଣ ଗୁଡ଼ିକ ଅନ୍ଧବିଶ୍ବାସ ଅବା କୁସଂସ୍କାର ଉପରେ ଗଢ଼ି ଉଠିଛି ବୋଲି ଯେଉଁମାନେ କହନ୍ତି ସେମାନେ ଏସବୁ ମୂଳରେ
ଥିବା ପାରିପାର୍ଶିକ ଶୁଦ୍ଧତା ପ୍ରତି ବିତ ହୋଇ ପଡ଼ିଥାନ୍ତି । ଲିପାପୋଛା ଓ ଧୋଇ ହୋଇ ବ୍ରତ ସ୍ଥାନଟି ଯେପରି ପରିଚ୍ଛନ୍ନ

-୨୯

ଥାଏ । ବ୍ରତଧାରୀ ଅବା ବ୍ରତଚାରିଣୀ ଶୁଦ୍ଧପୁତ ହୋଇ ଏହି ଅନୁଷ୍ଠାନ ପାଇଁ ଯୋଗ୍ୟ । ନୁହନ୍ତି । ଧୂପ, ଝୁଣାର ଧୂଆଁ ଭିତରେ
ପରିବେଷ୍ଟନୀର ଶୋଧନ ସହିତ ଚନ୍ଦନ କର୍ପୂରର ସୁବାସ, ଘଣ୍ଟାଶଙ୍ଖର ଧ୍ବନି, ସମଗ୍ର ପରିବେଶକୁ ଶୁଦ୍ଧପୂତ କରିଥାଏ । ଓଷା ଓ
ବ୍ରତାଦିରେ ବରକୋଳି ପତ୍ର ଓ ଦୁବର ଆବଶ୍ୟକତା ସହିତ ବେଲ ଅଶ୍ଵସ୍ତ, ବର, କଦଳୀ ପ୍ରଭୃତି ଗଛର ବ୍ୟବହାରକୁ ଲକ୍ଷ କଲେ
ମଣିଷ ପ୍ରାଚୀନ କାଳରେ ବୃକ୍ଷଲତାଦି ପ୍ରତି କେତେ ସଚେତନ ଥିଲେ ତାହା ଜଣାପଡ଼େ । ଏସବୁ ଗୁଡ଼ିକ ଆମ ଚଳଣି ସହ
ଯୋଡ଼ି ହୋଇ ଯାଇଥିବାରୁ ଜନସମାଜରେ ଅଧୁକାଂଶ ବନସ୍ପତି ମାନ୍ୟତା ପାଉଥିଲେ। ଲୋକେ

ସେଗୁଡ଼ିକୁ ନିର୍ବିଚାରରେ ନଷ୍ଟ ନକରି ସଂରକ୍ଷଣ କରି ରଖୁଥିଲେ । ସେ ସବୁରୁ ଦେବାକୁ ଗଲେ ଓଷାବ୍ରତ ପ୍ରଭୃତି ଅନୁଷ୍ଠାନ
ଆମର ପରିବେଶକୁ କିପରି ରଖୁଥିଲା ତାହା ଜଣାପଡ଼େ। (୪) ଶରୀର ଚର୍ଯ୍ୟା

। ଓଷାବ୍ରତ ଆଦିର ପାଳନ ବିଧକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ଏହା ଆମର ଶାରୀରିକ ଶ୍ରୀବୃଦ୍ଧି ପାଇଁ ଅଭିପ୍ରେତ । କାରଣ
ଶୁଦ୍ଧସ୍ନାନ, ନିରାମିଷ ଭୋଜନ, ଉପବାସ, ହବିଷ, ନୂତନ ବସ୍ତ୍ର, ଚନ୍ଦନ, ସିନ୍ଦୂର ଇତ୍ୟାଦି ପରିଧାନ ମୂଳରେ ଆମର ସ୍ଵାସ୍ଥ୍ୟ ରକ୍ଷା
ପ୍ରତି ଦୃଷ୍ଟି ଦିଆଯାଇଥାଏ । ମୌନବ୍ରତ ରହିବା, ବ୍ରତ ଶେଷ ନହେବା ପର୍ଯ୍ୟନ୍ତ ଇତର ଜନଙ୍କ ସହ ମିଳାମିଶା ନକରିବା
ନିଶାଦ୍ରବ୍ୟ ସେବନ, ଯୌନଚାର ପ୍ରଭୃତିରେ ଲିପ୍ତ ନହେବା ମୂଳରେ ଶରୀର ରକ୍ଷା ବିଧ ହିଁ ସଂଯୁକ୍ତ । ତେଣୁ ଓଷାବ୍ରତ ଆଦି
ପାଳନରେ ଏକ ସୁସ୍ଥ, ସୁନ୍ଦର ଜୀବନ ଧାରଣପାଇଁ ଇଙ୍ଗିତ ମିଳେ।

। ଏହାଛଡ଼ା ବିଭିନ୍ନ ଓଷା ବ୍ରତରେ ଭିନ୍ନ ଭିନ୍ନ ଖାଦ୍ୟ ଭୋଜନରେ ବିଧ ମଧ୍ୟ ଆମ ଶରୀର ଉପଯୋଗୀ ବୋଲି
କୁହାଯାଇପାରେ । ମୁଖ୍ୟତଃ ସାତ୍ମିକ ଆହାର ପ୍ରତି ଗୁରୁତ୍ବ ଦିଆଯାଉଥିବାରୁ ଏହା ସହିତ ମଣିଷର ଚିତ୍ତ ବୁଦ୍ଧି ପାଇଁ ପ୍ରଚେଷ୍ଟା
ପ୍ରଚ୍ଛନ୍ନ । ବୋଲି କହିବା ଯୁକ୍ତି ନୁହେଁ । ।

-୩ o

(୫) ମା ନ ବି କ ତା

। ଅପରକୁ ଦୟା, ଦୀନ ଦରିଦ୍ରକୁ ଦାନ, ଅତିଥ ସେବା ପ୍ରଭୃତି ଆମ । | ସଂସ୍କୃତିର ଏକ ମହାର୍ଘ ଲକ୍ଷଣ। ଓଷା ଓ ବ୍ରତ ପାଳନ
ଫଳରେ ଜନ ସମାଜରେ ଏବଂ ବି ମାନବିକତାର ଯେ ପ୍ରତିପୋଷଣ କରାଯାଇଥାଏ, ଏହା କହିବା ବାହୁଲ୍ୟ ମାତ୍ର । ଆମର
ଓଷାବ୍ରତ ଇତ୍ୟାଦିରେ ବ୍ରାହ୍ମଣକୁ ଦକ୍ଷିଣା, ଦରିଦ୍ରକୁ ଭୋଜନ ଦାନ, ଅତିଥିଙ୍କୁ ଆମନ୍ତ୍ରଣ କରି ଭୋଜନରେ ତୃପ୍ତ କରାଇବା ଏକ
ସାଧାରଣ ଘଟଣା । ଏପରିକି କିଛି ଓଷା ବ୍ରତରେ ଏହାର ପ୍ରସାଦକୁ କୌଣସି ନିର୍ଦ୍ଦିଷ୍ଟ ରଙ୍ଗର କୁକୁର ବା ଗାଈକୁ ଦିଆଯାଏ ।
ସତ୍ୟନାରାୟଣ ମେଳାରେ ବନ୍ଧୁବାନ୍ଧବକୁ ଶିରିଣୀ ବାଣ୍ଟିବାର ବ୍ୟବସ୍ଥା ଥାଏ । ଅସହାୟ ପ୍ରତି ଅନାଦର, ଦେବ ଓ ବ୍ରାହ୍ମଣଙ୍କ
ପ୍ରତି କୃପଣତା, ଅସମର୍ଥ ବ୍ୟାଧିଗ୍ରସ୍ତ ପ୍ରତି ହୀନମାନ୍ୟତା, ପ୍ରଦର୍ଶନର ପରିଣତି ଯେ କିପରି ଭୟାବହ ତାହା ଅନେକ ବ୍ରତ
କଥାରେ ମଧ୍ୟ ନିର୍ଦ୍ଦେଶିତ ହୋଇଛି । ଏ ସବୁକୁ ବିଚାରକୁ ନେଲେ ଅପରକୁ ଦୟା, ଅନୁକମ୍ପା, ଦାନ, ଦକ୍ଷିଣାର ଆବଶ୍ୟକତାକୁ
ମଧ୍ୟ ସାମାଜିକ ଚଳଣି ଭାବେ ଗ୍ରହଣ କରି ଆମ | ଓଷାବ୍ରତ ପ୍ରଭୃତିରେ ଏ ସବୁକୁ ସଂଯୁକ୍ତ କରାଯାଇଛି ବୋଲି
କୁହାଯାଇପାରେ । । |(୬) କଳାକୁଶଳତା
। ବ୍ରତ ଓଷାଦିରେ ଗ୍ରାମ୍ୟନାରୀର କଳାକୁଶଳତା ଫୁଟି ଉଠେ। ଗୋମୟରେ ଗୃହାଙ୍ଗନ ଲିପା ପୋଛାକରି ସେ ନିଜ ହାତରେ
ଆଙ୍କିଦିଏ ସୁନ୍ଦର ସୁନ୍ଦର ଚିତା ଓ |

ଝୋଟି । ତୁଳସୀ ଚଉରାରେ ବିଭିନ୍ନ ରଙ୍ଗର ମୁରୁଜରେ ସେ ଚିତ୍ର ଅଙ୍କନ କରେ । ମାଣବସାର ଲକ୍ଷ୍ମୀପାଦ, ପଦ୍ମଫୁଲ, ଲତା ଚିତ୍ର
ଭିତରେ ତା’ର କଳା କୁଶଳତା ରୂପ ନିଏ। ଠିକ୍ ସେହିପରି ଲଳିତ କରେ ବ୍ରତ କାହାଣୀ ପଠନ, ଲକ୍ଷ୍ମୀପୁରାଣ ଗାନରେ ତା’ର
ସଙ୍ଗୀତ କଳାକୁ ସେ ପ୍ରଦର୍ଶନ କରେ । କେଉଁଠି ମାଟି ଗୋବରରେ ମୂର୍ତ୍ତି ତ। କେଉଁଠି ବାଲିରେ ଦିଅଁ ଗଢ଼ି ପତ୍ର ଫୁଲରେ ସଜାଇ
ସେ ନିଜର ରୁଚିକୁ ଫୁଟାଇଥାଏ ।

-୩୧

ସେହିପରି ମଣ୍ଡା, ଚକୁଳି, ଆରିସା, ଏଣ୍ଡୁରି, ଖୁରି, ପୋଡ଼ପିଠା, ଖେଚୁଡ଼ି ତିଆରି । କରିବାରେ ତା’ର ନିଷ୍ଠା ଓ ପାରଦର୍ଶିତା
ପ୍ରଦର୍ଶନ କରିବାର ପ୍ରଶସ୍ତ ସୁଯୋଗ ମିଳେ । ଏହିସବୁ ଓଷା ବ୍ରତ ଅନୁଷ୍ଠାନରେ (୭) ମୈତ୍ରୀ ଓ ଏକତା

। ଆମ ପରମ୍ପରାରେ ପ୍ରଚଳିତ ଓଷାବ୍ରତ ଗୁଡ଼ିକ ପାରସ୍ପରିକ ସାହାଯ୍ୟ ସହଯୋଗରେ ହିଁ ସଂଗଠିତ ହୋଇଥାଏ । କେହି ଜଣେ
ଓଷା ଅବା ବ୍ରତଟିଏ କଲେ ଅନ୍ୟମାନେ ତା’ ପାଖେ ପାଖେ ରହି ତାକୁ ସାହାଯ୍ୟ କରନ୍ତି । ଖୁଦୁରୁକୁଣୀ ଓଷା ପ୍ରଭୃତିରେ ଗାଁ
ଝିଅ ସମିଳିତ ଯୋଗଦାନ । ସତ୍ୟନାରାୟଣ ବ୍ରତରେ ଆମନ୍ତ୍ରିତ ଅତିଥିଙ୍କ ଯୋଗଦାନ ପ୍ରଭୃତିକୁ ଲକ୍ଷ୍ୟ କଲେ ଏସବୁ ଅନୁଷ୍ଠାନ
ଗୁଡ଼ିକ ମୈତ୍ରୀ ଓ ଭାତୃଭାବ ବୁଦ୍ଧିରେ ସହାୟକ ବୋଲି କୁହାଯାଇପାରେ । ଅପର ପକ୍ଷରେ ଗ୍ରାମ୍ୟ ଜୀବନରେ ଓଷା ଓ ବ୍ରତ
ଅନୁଷ୍ଠାନ କାଳରେ ବ୍ରାହ୍ମଣ, ବାରିକ, ମାଳୀ, ବଢ଼େଇ, କୁମାର, ରଜକ ଧୋବା ପ୍ରଭୃତି ସମ୍ପ୍ରଦାୟ ନିର୍ବିଶେଷରେ ସହଯୋଗ ହିଁ
ସଂହତି ଓ ନୈତ୍ରୀ ସମ୍ପାଦନରେ ସହାୟକ । (୮) ଜାତିଭେଦ ପ୍ରଥା

। କେଉଁ ଅନାଦି କାଳରୁ ଭାରତ ବର୍ଷରେ ଜାତିଭେଦ ପ୍ରଥାର ଉତ୍କଟତା ସାମାଜିକ ଜୀବନକୁ କଳୁଷିତ କରି ଆସୁଛି । ବାସ୍ତବରେ
କର୍ମର ସୁଷମ ବଣ୍ଟନ ଉଦ୍ଦେଶ୍ୟରେ ହିଁ ଜାତିଭେଦ ପ୍ରଥାର ସୃଷ୍ଟି ହୋଇଥିଲା । ପାତ୍ର ବ୍ରାହ୍ମଣମାନେ ଦେବ ପୂଜାର ଅଧୁକାରୀ
ହେବାରୁ ନିଜକୁ ଶ୍ରେଷ୍ଠ ଜାତି ବୋଲି ଓ ସମସ୍ତଙ୍କର ସେବା କରୁଥିବା ଶୂଦ୍ରମାନଙ୍କ ନିକୃଷ୍ଣ ଜାତି ଭାବରେ କାଳକ୍ରମେ ପରିଗଣିତ
କରାଗଲା ଏବଂ ଅଦ୍ୟାବଧୂ ପ୍ରଥା ଉପରେ କୌଣସି ଗୁରୁତ୍ବ ଦିଆଯାଇନାହିଁ । ଏହା ବିଶେଷ ଭାବରେ ଆଦ୍ୟୋତର ଜାତିଦ୍ୱାରା
ସୃଷ୍ଟି ହୋଇଥିବାରୁ ସମାଜର ନୀଚଜାତିର ସ୍ତ୍ରୀ ଓ ପୁରୁଷମାନେ ଏହାର ପୂଜକ ଆସନ ଅଳଙ୍କୃତ କରିଥାନ୍ତି । ଜାତିଭେଦ ପ୍ରଥାର
ନିରର୍ଥକତା ଏଥିରେ ପ୍ରମାଣିତ ।

-୩୨

ଜାତିଭେଦ ଏକ ଜନ୍ମଗତ ପ୍ରଥା ନୁହେଁ ସାମାଜିକ ସ୍ବୀକୃତିର ଆଧାର ଉପରେ ଏହା ଗଢ଼ି ଉଠିଛି । ବାସ୍ତବରେ ସମସ୍ତ ମାନବ
ଏକ ଈଶ୍ଵରଙ୍କର ସନ୍ତାନ ହୋଇଥିବାବେଳେ ଏପରି ବିଭାଗୀକରଣ ସମୀଚୀନମାନେ ହୋଇନଥାଏ । ଏହି ଓଷା ବ୍ରତଗୁଡ଼ିକ
ମଣିଷ ମଧ୍ୟରେ

ଗୋଟିଏ ସମ୍ପର୍କର ସେତୁ ବାନ୍ଧିବାପାଇଁ ଚେଷ୍ଟା କରିଛି । କାରଣ କୌଣସି ଧର୍ମର ଉଦ୍ଦେଶ୍ୟ ନୁହେଁ ମଣିଷ ମଣିଷ ମଧ୍ୟରେ
ପ୍ରାଚୀର ସୃଷ୍ଟି କରିବା। ଏ ସମ୍ପର୍କରେ ଆଲୋଚକ ପଟ୍ଟନାୟକ କୁହନ୍ତି, ଜାତି ଭେଦଟି ହେଉଛି ମଣିଷକୁ ମଣିଷଠାରୁ ବିଚ୍ଛିନ୍ନ
କରିବାର। କୃତିମ ପ୍ରଥା । କିନ୍ତୁ ମଣିଷକୁ ମଣିଷଠାରୁ ବିଚ୍ଛିନ୍ନ କରିବା ଧର୍ମର ଉଦ୍ଦେଶ୍ୟ ନୁହେଁ ବରଂ ଏହାର ପୁଣ୍ୟ କୃତ୍ୟଗୁଡ଼ିକ
ଭିତରେ କେବଳ ମଣିଷ ମଧ୍ୟରେ ନୁହେଁ, ଜୀବ ଜୀବ ମଧ୍ୟରେ ସୌହାର୍ଘ୍ୟ ପ୍ରତିଷ୍ଠା କରିବା ଏବଂ ସ୍ନେହ, ସଂପ୍ରୀତି, ଦୟା,
ସହାନୁଭୂତି, ଈଶ୍ଵରାନୁଭୂତିର ସୂତ୍ରରେ ଏକତ୍ର ବାନ୍ଧି ରଖୁବାର ନିରନ୍ତର ପ୍ରୟାସ ଲକ୍ଷିତ ହୁଏ । (୯) ଖାଦ୍ୟପଦାର୍ଥ
ବିଭିନ୍ନ ଓଷାବ୍ରତ ଗୁଡ଼ିକରୁ ଓଡ଼ିଆ ଘରେ ବ୍ୟବହୃତ ବିଭିନ୍ନ ଖାଦ୍ୟ ପଦାର୍ଥର ସୂଚନା ମିଳିଥାଏ । ବିଶେଷ ଭାବରେ ଜଗନ୍ନାଥଙ୍କ
ମନ୍ଦିରରେ ପ୍ରସ୍ତୁତ ହେଉଥିବା ଖାଦ୍ୟର ନମୁନା ବଳରାମ ଦାସଙ୍କ ‘ଲକ୍ଷ୍ମୀପୁରାଣ’ରୁ ମିଳିଥାଏ । ଓଡ଼ିଆ ଘରେ ନାରୀମାନେ

ଯେପରି ରୋଷେଇ ଘରେ ଇନ୍ଧନ କାର୍ଯ୍ୟ କରନ୍ତି । ଲକ୍ଷ୍ମୀ ଅନୁରୂପ ଭାବରେ ଗୋଟିଏ ଓଡ଼ିଆଣୀ ବଧୂର ଭୂମିକା ଗ୍ରହଣ କରି
ବିଭିନ୍ନ ଖାଦ୍ୟପଦାର୍ଥ ପ୍ରସ୍ତୁତ କରିଛନ୍ତି ।

ରୋଷେଇ ଶାଳକୁ ଲକ୍ଷ୍ମୀ ନିଜେ ବିଜେ କଲେ । ପ୍ରଥମେ ରାନ୍ଧିଲେ ମାଏ ବଗଡ଼ ଯେ ଅନ୍ତି । ମୁଗ ମଧୁରୁଚି କ୍ଷୀରି ନାନାଦି
ବ୍ୟଞ୍ଜନ ଆମ୍ବିଳ ଶାକର ଦେଲେ କଦଳୀର ଭଜା ଅତି ଯନ୍ କଲେ ଯାଏ ତିଅଣ ଯେ ମଞ୍ଜା ।

-୩୩

ଦୁ ଧ ପୁ ଳି କଲେ ଯା ଏ ଘୃ ତ ପୁ ଳି କଲେ

ଅ ତି ଯତନରେ ମା ଏ ସର ପୁ ଳି। ଯେତେ


କଲେ ଦ ୍ର
ବ ୍ୟ ରାନ ୍ଧି
ଛ ନ ୍ତି
ବ ୍ରା
ହ ୍ମଣ କୁ ରୁଚି । ବ ଡ଼ି
ର ମ ହୁ

ମାରିଛେନା ଶର ୍କରା ଗୋ ଳାଇ ।

ଷା ଠି ଏ ପଉ ଠି ପ ଣା ର ଖୁ ଲେ କେ ତ ହିଁ ଗଙ୍ଗା ବା ଣ ପଇ ଡ଼ ସଙ୍ଗ ତେ ଛେ ନା ପ ଣା

ଅ ଦା ମି ଶି କ ରି ଯେ ନ ବା ତ ।ଖଣ୍ଡ
(୧୦) ବେଶ
ଛେ ନା । ୍କା
ଭୂଷାଓ ଅଳଙ ର

। ବଳରାମ ଦାସଙ୍କର ଲକ୍ଷ୍ମୀ ପୁରାଣରେ ଲକ୍ଷ୍ମୀଙ୍କର ବିଭିନ୍ନ ଅଳଙ୍କାର


ପ ରି ଧା ନ ରୁ ଅ ଭି ଜା ତ ସମ୍ପ୍ର ଦା ୟ ମଧ୍ୟ ରେ ବ୍ୟ ବ ହୃ ତ ହେ ଉ ଥି ବା ଅଳଙ୍କା ର ଓ
ବେ ଶ ପୋ ଷା କର ସୂ ଚ ନା ମି ଳି ଥା ଏ ।

ଶିର ରୁକାଢ଼ି
ଲେ ଲକ ୍ଷ୍ମୀମୁକୁତାର ଜାଲି

ହୃ ଦ ର କା ଢ଼ି ଲେ ଇତ୍ର ଗୋ ବି ନ୍ଦ କା ଞ୍ଚ ଲି ଅଣ୍ଟା ରୁ। ନାସିକରୁ


କା ଢ଼ି ଲେକାଢ଼ିଲେ
ମା ଏ ର ନ୍ଯେଓ ଢ଼ି ଆ ଣୀ
ମୁକୁତାବସ ଣି ଦୁଇ କ ରୁକାଢ଼ି ଲେ ହୀରାର କୁଣ ୍ଡଳ

। ଗଳାରୁ କାଢ଼ିଲେ ଯେ ଦୋସରି ଚୀନାମାଳ ପାଦରୁ କାଢ଼ିଲେ ଦେବୀ ବାଜେଣୀ


ନୁପୁର

। ଅଙ୍ଗୁଷ୍ଟିରୁ କାଢ଼ିଲେ ଯେ ଝୁଣ୍ଟିଆ ସତ୍ଵର ।

‘ଦୁ ତି ଆ ଓ ଷା ’ ରେ ସୂ ର୍ଯ୍ୟ ବ୍ରା ହ୍ମ ଣୀ ପା ଇଁ ନତ୍ର


, ସୁବ ବାହୀ |ପଦକମେ ଘାର , ପା
ନୂପ ମେଟଖ ଳା ଆ ଦି ଅଳଙ୍କା ର ତା ର
ପୁ ଅ ହସ୍ତ ରେ ପ ଠା ଇଛନ୍ତି
। ‘ନାଗଲ

--୩୪

ଚଉ ଠି ’ ବ୍ର ତ ରେ ନା ଗ ଭା ଇ ମା ନେ ସା ଧ ବର ସା ନ ବୋ ହୁ କୁ ଶା ଶୁ ଘରେ ପୁ ଆ ଣି ନେ ଇ ବି , ଦା କ ରି ବା ସ
ପାଟଲୁଗା, ସିନ ୍ଦୂ ର ଓ ବ ହୁପ ୍ରକାର ଅଳଙ ୍କା ର ପ ରିଧାନ । (୧୧ ) ବି
କ ରା ଇ ବାହ
ବିଦାବି
ୟ ଧୁ
ଦେଇଛନ ୍ତି

ବି ବା ହ ଆମର ସା ମା ଜି କ ଜୀ ବ ନ ର ଏକ ଗୁ ରୁ ତ୍ବ ପୂ ର୍ଣ୍ଣ ଅଙ୍ଗ । ଓଡ଼ିଶାରେ


ଏପ ରି ଅନେ କ ଓ ଷା ବ୍ର ତ ପା ଳି ତ ହୁ ଏ , ଯେ ଉଁ ଥି ରେ ଅ ବି ବା ହି ତ ତ ରୁ ଣୀ ।ମାପତି
ନେ ଓସୁ ନ୍ଦ ର
ଉତ୍ତ ମ ଘର ପା ଇ ବା କୁ ମା ନ ସି କ କ ରି ଥା ନ୍ତି । ଭା ଇ ଜୀ ଭ ନ୍ତି ଆ ଓ ଷା , ଅର୍ବ ଭଜିଆ
ର ବି ନା ରା ୟ ଣ ବ୍ର ତ ହ ରି ତା ଳି କ ବା ଗୌ ରୀ ତୃ ତୀ ୟା ଆ ଦି ବ୍ର ତ ରେ
ର ବିବାର ଖରଖ ରୀ,ଓଷା ତ ରୁ ଣୀ
ଉଦ୍ଦେ ଶ୍ୟ ରେ ଏ ହା କୁ ପା ଳ ନ କ ରୁ ଥି ବା କ ଥା। ଏହା
ସୂ ଚେବ୍ୟତୀତ
ଇ ଦି ଆ ଯାକେତେକ
ଇ ଛି ଓଷା ବ୍ରତରେ
ସାମାଜିକ ବିବାହ ବିଧ | ସମ୍ପର୍କରେ ସୂଚନା । ବିବାହ
ରହିଛିପୂର୍ବରୁ ବରକନ୍ୟାର
ପ୍ରସ୍ତାବ ପଡ଼ିବା, ବରାନୁଗମନ ।

ବେ ଳେ ବର ଯା ତ୍ରୀ ମା ନ ଙ୍କ ର ଆ ଡ଼ ମ୍ବ ର ସହ କା ରେ ବର ସ ହି ତ କନ୍ୟା ଗୃ ହ କୁ


ଯିବା, ବରକନ୍ୟା ବି ଦା ୟ ବେ ଳେ କନ୍ୟା ପି ତା ଯା ନି ଯୌ ତୁ କ ଆ ଦି ଦେ ବା ଓଷାରୁ
| ରବିବାର କ ଥା ପୌଷ
ଜଣାଯାଏ । ପୁନର୍ବାର ବରକନ୍ୟା ଫେରିଲା ପରେ ବରମାତା ହଳଦୀ ପାଣିରେ
ସେମାନଙ୍କର ଗୋଡ଼ ଧୋଇ ଦେଇ କାନିରେ ପୋଛି ଦେବା ପ୍ରସଙ୍ଗ ‘ସୁକୁତୁନି
ଓଷା’ରେ ଅନନ୍ତା ରାଜା ଝିଅକୁ ବିବାହ ପ୍ରସଙ୍ଗରୁ ଜଣାଯାଏ । “ଭାଇ
ଜୀ ଉନ୍ତି ଆ ଓ ଷା ’ ରେ ଝି ଅ ର ବୟସ ହେ ବା ରୁ ଚମ୍ପା ବ ତୀ ର ରା ଜା ବି କ୍ର ମ ସେ ନ୍
ପ୍ର ସ୍ତା ବ ଦେ ଇ ଅ ରୁ ଣ ଶର ବି ବା ହ ଠି କ୍ କ ରି ଛ ନ୍ତି । କନ୍ୟା ଙ୍କ ର ପସନ୍ଦ
ଗ ୍ରହ ଣ କ ରୁଥିଲେ । ସେହିଓଷାରେ ମନ ୍ତ୍ରୀଗୀରସେଙ ୍କର ପୁଅ ମଦନ ସୁନ ୍ଦର କୁ
ରାଜା ଝିଅ ଅରୁଣା ପସନ୍ଦ କରିଛି ଓ ବିବାହ କରିଛି । ଶାଶୁ ଘରେ କିପରି
ଚଳିବାକୁ ହେବ, ମା ’ ଝି ଅ କୁ ସେ ବି ଷ ୟ ରେ ଉଦଦେ ଶ ଦେ ଇ ଛି ।

-୩୫

(୧୨) ଅ ତି
ଥ ୍ୟ ସେବା

। ଓଡ଼ିଶାର ସାମାଜିକ ପରମ୍ପରାରେ ଅତିଥିମାନଙ୍କୁ ଈଶ୍ଵରଙ୍କର


ମର୍ଯ୍ୟାଦା ପ୍ରଦାନ କରାଯାଇଥାଏ । ଧନୀ ଗରିବ ନିର୍ବିଶେଷରେ
ଅ ତି ଥି ମା ନ ଙ୍କୁ ସମ୍ମା ନ ର ସ ହି ତ ଚର୍ଚ୍ଚା କ ରି ବା ଉତ୍କ ଳୀ ୟ ମା ନ ଙ୍କ ର ଏକ
ଲା କ୍ଷ ଣି କ ବୈ ଶି ଷ୍ଟା । କେ ତେ କ ଓ ଷା ବ୍ର ତ ରେ ଏ ହା ର ସୂ ଚ ନା ର ହି ଥି ବା ର
ଲକ୍ଷ୍ୟ କରାଯାଏ । ସୋମନାଥ ବ୍ରତ କଥାରେ କାପୁଡ଼ିଆମାନେ ମାଳବ ଦେଶରେ
ପା ଟ ଳି ନଗରର ରା ଜା ବୀ ର ବି କ୍ର ମ ଙ୍କୁ ଦୁ ଆ ରେ ପହଞ୍ଚି ବା ରୁ ରା ଜା
ସେମାନଙ୍କର ଯଥାବିଧ ଚର୍ଚ୍ଚ କରିଛନ୍ତି । ଖାଦ୍ୟ ପରେ ପାନ ଦେଇଛନ୍ତି ।
ମାତ୍ର ସେମାନଙ୍କର ସୋମନାଥ ବ୍ରତଥିବାରୁ ପାନ ପରିବର୍ତ୍ତେ କଷାଫଳ ସେବନ
କରିଛନ୍ତି । ସେହିପରି ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ଚଣ୍ଡାଳୁଣୀ
ଦୁଆରେ ଜଗନ୍ନାଥ , ବଳଭଦ୍ର, ଭିକାରୀ ବ୍ରାହ୍ମଣ ବେଶରେ ଲକ୍ଷ୍ମୀଛଡ଼ା ହୋଇ
ପହଞ୍ଚି ବା ରୁ ଅ ତି ଥି ଭା ବ ରେ ଲକ୍ଷ୍ମୀ ସେ ମା ନଙ୍କୁ ବି ଭି ନ୍ନ
ଖାଦ୍ୟଦ୍ରବ୍ୟ ରନ୍ଧନ କରି ପରିବେଷଣ କରିଛନ୍ତି । ଖାଇ ସାରିବାପରେ
ସୁଖବାସ

ଦେଇଛନ୍ତି । ‘ଶିରୀ ସୁବନାଥୀ ବ୍ରତ’ରେ b ଦୁଲି ରାଜାଙ୍କର ପାଳିତା କନ୍ୟା


ଶିରୀ ପୁଅ । ବିରେ ନାୟକ ରୂପେ ରାଜ୍ୟ ଜୟ କରିବାକୁ ଯିବା ସମୟରେ ଡଳିମ୍ବା
ରା ଜା ଚା ଉ ଣି ନି କ ଟ ରେ ପହଞ୍ଚି ବା ମା ତ୍ରେ ସେ ତା ଙ୍କୁ ଅ ତି ଥ ର ମର୍ଯ୍ୟା ଦା
ଦେଇ ନଅତିଅଣ, ଛଅଭଜା, ଆମ୍ବିଳ, ମହୁର, ପି ଠା , ଖୁରୀ, ଖରିସା ଦେଇଛନ୍ତି ।
ସାଙ୍ଗରେ ବସି ଖାଇଛନ୍ତି । ତେଣୁ ଓଷାବ୍ରତ ଗୁଡ଼ିକରେ ଅତିଥିମାନଙ୍କର
ଯଥୋଚିତ ମର୍ଯ୍ୟାଦା ରକ୍ଷା କରଯାଇପାରିଛି । ସମାଜର ଚିତ୍ର ବ୍ୟତୀତ
ଓଷାବ୍ରତ ଗୁଡ଼ିକରେ ସମାଜର ବିଭିନ୍ନ ବର୍ଗର ପରିଚୟ ମିଳିଥାଏ । ଏଥିରେ
କୌଣ ସି ଜା ତି କୁ ହୀ ନ ବା କା ହା କୁ ଉଚ୍ଚ ସ୍ଥା ନ ପ୍ର ଦା ନ କ ରା ଯା ଇ ନା ହିଁ ।
ସେ ଥି ପା ଇଁ ସା ମ୍ୟ ବା ଦୀ ଦୃ ଷ୍ଟି ଭ ଙ୍ଗୀ ର ପ ରି ଚ ୟ ଏ ଥି ରୁ ମି ଳେ ।
ଏହା ବ୍ୟତୀତ ଆମର ସାମାଜିକ ପରମ୍ପରାର ଗୋଟିଏ ପୁରୁଷ ଗୋଟିଏ || ନାରୀ ଗ୍ରହଣ
କ ରି ବା ର ସ୍ୱୀ କୃ !ତିଏକାଧୁକ
ପା ଇ ଛିପତ୍ନୀ ଗ୍ରହଣ କଲେ ମଣିଷ ଏପରି |

-୩୬

ଅସୁବିଧାର ସମ୍ମୁଖୀନ ହୋଇଥାଏ । ତାହା ଜଗନ୍ନାଥଙ୍କ ଦୁଇ ସ୍ତ୍ରୀ ଯଥା


ଲକ୍ଷ୍ମୀ ଓ ବଡ଼ପଣ୍ଡାଙ୍କ ଝିଅ ରାଈ ପ୍ରସଙ୍ଗରୁ ଜଣାଯାଇଥାଏ । କେତେକ
ଓଷାବ୍ରତର ଶାଶୁମାନେ ଓ ଯାଆମାନେ କିପରି ବୋହୁ ତଥା ଯାଆକୁ ହଇରାଣ
କରନ୍ତି, ତାର ଚିତ୍ର ଦେଖ୍ବାକୁ ମିଳେ । ଆଣ୍ଠୁକୁଡ଼ା ସୁଖ ଦେଖୁବା ପାପ
ବୋ ଲି ଆମ ସ ମା ଜ ରେ ଯେ ଉଁ ଅନ୍ଧ ବି ଶ୍ୱା ସ ର ହି ଛି , ତା’ର ଚିତ୍ର ମଧ୍ୟ କେତେକ
ଓଷା ବ୍ରତରେ ପରିଲକ୍ଷିତ ହୋଇଥାଏ । ଭାଇ ଏବଂ ଭଉଣୀଙ୍କର ସମ୍ପର୍କ
ଅତ୍ୟନ୍ତ ନିବିଡ଼। ଭାଇର ମଙ୍ଗଳ କାମନା କରି ଭଉଣୀ କେତେକ ଓଷା ନିଷ୍ଠାର
ସହିତ | ପାଳନ କରେ । ଏଥିରୁ ଆମର ପାରିବାରିକ ସମ୍ପର୍କର ମଧୁରତା ବେଶ
ଅନୁମେୟ । ଖୁଦୁରୁକୁଣୀ ଓଷାରେ ତଅପୋଇ ଶତ ଦୁଃଖ ଯନ୍ତ୍ରଣାର
ନିର୍ଯ୍ୟାତନା ମଧ୍ୟରେ ନିଜର । ଦୂରରେ ଥିବା ଭାଇମାନଙ୍କର ମଙ୍ଗଳ କାମନା
କରି ଏହି ଓଷା କରିଛି । ରାଜାମାନେ ସାଧାରଣତଃ ଅତ୍ୟାଚାରୀ ଓ ନିପୀଡ଼କ ।
ସେ ମା ନେ ନି ଜ ର ସ୍ୱା ର୍ଥ ପା ଇଁ ଅନ୍ୟ ମା ନ ଙ୍କୁ | ଶୋଷଣ କରନ୍ତି । ‘ଚାଉଳ ରଜା’
ଓ ଷା ରେ ଧର୍ମ କା ର୍ଯ୍ୟ ପା ଇଁ ରା ଜା ଙ୍କ ର ପୁ ଷ୍କ ରି ଣୀ | ଖନନ, ଚକୁଳିଆ
ପଣ୍ଡା ଙ୍କ ର ଗାଁ ଗାଁ ବୁ ଲି ଭି କ୍ଷା ବୃ ଦ୍ଧି କ ରି ବା ର ଚି ତ୍ର ଦେ ଖା ଯା ଏ ।
ଐନ୍ଦ୍ର ଜା ଲି କ ଯା ଦୁ ବି ଦ୍ୟା ର ପ୍ର ଭା ବ ମଧ୍ୟ ‘ ଶି ରୀ ସୁ ବ ନା ଥୀ ବ୍ର ତ ',
“ଭୋଦୁଆ ଭୋଦେଇ । ଓଷା’ରେ ଦେଖାଯାଏ । ବୁଧେଇ ଓଷାରେ ରାଜ
କର୍ମ ଚା ରୀ ମା ନ ଙ୍କ ର ଲା ଞ୍ଚ ଓ ମି ଛ କା ର ବା ର କୁ ପ୍ର କା ଶ କ ରି ଦି ଆ ଯା ଇ ଛି ।
ଏହିପରି ବିଚାର କଲେ ଓଷା ବ୍ରତ ଗୁଡ଼ିକରେ ଓଡ଼ିଆ ସମାଜର ବହୁ ବିଷୟ
ପ୍ରକାଶ ଲାଭ କରିଥିବାର ଜଣାଯାଏ।

-୩୭

ଉପସଂହାର

ପ୍ରବନ୍ଧରେ ବର୍ଣ୍ଣିତ ଓଷା ବ୍ୟତୀତ ଆଉ କିଛି ଓଷା ଓଡ଼ିଆର ବିଭିନ୍ନ


ସ୍ଥାନରେ ପାଳନ କରାଯାଏ । ଏହି ଓଷା ସହିତ ଜଡ଼ିତ ରହିଛି ଗ୍ରାମୀଣ ମଣିଷର
ବିଶ୍ବାସ | ଓ ରୀତିନୀତି ଆଚରଣ ପଦ୍ଧତି । ଚିଭଶୁଦ୍ଧି ଆଣିବା ଏବଂ
ନି ର୍ଦ୍ଦି ଷ୍ଟ ଉଦ୍ଦେ ଶ୍ୟ ରେ ପ ରି ପୂ ର ଣ କ ରି ବା ହିଁ ଓ ଷା ବ୍ର ତ ର ମୁ ଖ୍ୟ
ଉଦ୍ଦେଶ୍ୟ । ଏ ସମ୍ପର୍କରେ ଡ . କୁ ଞ୍ଜ ବି ହା ରୀ ଦା ଶ ମତ ପ୍ର କା ଶ କ ରି
କୁହନ୍ତି, ଓ ଷା ବ୍ର ତ କୌଣ ସି ନି ର୍ଦ୍ଦି ଷ୍ଟ ଗୋ ଟି ର ଏକ ଚା ଟି ଆ ନୁ ହେଁ , ଏହା
ସମଗ୍ର ଲୋକ ସମାଜର । ଏହା ଲୋକ ଜୀବନର ସାଫଲ୍ୟ ସୌକୁମାର୍ଯ୍ୟ ସହଜ
ବିଶ୍ଵାସ । ଓ ସୃଷ୍ଟିଶୀଳତାର ସ୍ବାକ୍ଷର ବହନ କରେ । ଏହା ଗ୍ରାମ ବା ଗୃହର
କଲ୍ୟା ଣ ଲା ଗି ପୁ ର ଦ୍ଧି ମା ନ ଙ୍କ ର କ ଥା ତପସ୍ୟା ଯା ହା କି ଛି ଧୈର୍ଯ୍ୟ ,
ନିଷ୍ଠା ସହିଷ୍ଣୁତା, ତିତିକ୍ଷା ଓ ମନର ସଂକଜ ସେଥିରୁ ଲାଭ କରିଥାଏ । ସଂଯତ
ଚରିତ୍ର ଗଠନରେ ଏହା ସହାୟକ ହୁଏ । ଅନ୍ତପୁର ଗୃହିଣୀମାନଙ୍କର ସହଯୋଗ
ମନୋ ବୃ ତ୍ତି ଓ ନି ବି ଡ଼ ଐକ୍ୟ ର ଏ ହା ସ୍ପ ଷ୍ଟ ଯୋଗ ସୂ ତ୍ର । ଗ୍ରା ମ ରେ ଆ ଧା ୟି କ
ବାତାବରଣ ସୃଷ୍ଟିରେ ଏହା ସାହାଯ୍ୟ କରିଥାଏ। ଯେତେବେଳେ ଲୌକିକ
ସାହିତ୍ୟର ଲିପିବଦ୍ଧ ରୂପ ନଥିଲା । ସେତେବେଳେ ମୁହଁରୁ ମୁହଁକୁ ସୃତିରୁ
ସ୍ମୃତିକୁ ଏହି ଓଷାବ୍ରତ ଗଡ଼ି ଚାଲିଥିଲା । ମୁଖ୍ୟତଃ ଓଷା ହେଉଛି
ନାରୀମାନଙ୍କର ଲୌକିକ ଅନୁଷ୍ଠାନ । ଉପବାସ କରି ଦେହକୁ ସୁସ୍ଥ ସୁନ୍ଦର
ରଖୁବା ଓଷା ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଏହି ଓଷା କଥା ଶୁଣିଲେ ଧର୍ମଭାବ
ସୃଷ୍ଟି ହୁଏ । ପାରିବାରିକ ଜୀବନ ସୁନ୍ଦର ଓ ମଧୁମୟ ହୋଇଥାଏ । ଗୋଟିଏ
ସଂହତି ପୂର୍ଣ୍ଣ ଜୀବନଯାପନ ଲାଗି ଓଷା ପ୍ରେରଣା ପ୍ରଦାନ କରିଥାଏ । ଏହି
ଓଷା ବ୍ରତରେ କେବଳ ଲୋକମାନଙ୍କର ଆଧାର୍ମିକ ଚେତନା ପ୍ରକାଶ ପାଏନାହିଁ
କିମ୍ବା ଚିତ୍ତର ଶୁଦ୍ଧତା ପାଇଁ ଏହା ପାଳନ କରାଯାଇ ନଥାଏ। ଏହା ସହିତ
ସମାଜର ସାମୂହିକ ମଙ୍ଗଳ କାମନା ପରସ୍ପର ପ୍ରତି ଭାତୃଭାବ ପ୍ରଦର୍ଶନ, ଏକ
ଈଶ୍ଵରଙ୍କ ସନ୍ତାନ ଭାବରେ ସମସ୍ତଙ୍କ ପ୍ରତି ସମାନଭାବ ପ୍ରଦର୍ଶନ ଏହାର
ଲକ୍ଷ୍ୟ । ବିଶେଷ ଭାବରେ ସମାଜରେ ବସବାସ କରୁଥିବା ଅବହେଳିତ ଗୋଷ୍ଠୀଙ୍କର
ସାମାଜିକ ମର୍ଯ୍ୟାଦା ବୃଦ୍ଧି କରିବା ଏହାର ଅନ୍ୟତମ ଲକ୍ଷ୍ୟ ।

-୩୮

ସହାୟକ ଗ୍ରନ୍ଥସୂଚୀ

୧. ପ୍ରଧାନ, ଚୌଧୁରୀ ଅଜୟ, ଲୋକ ଜୀବନ ଓ ଲୋକ ସାହିତ୍ୟ ଚିତ୍ରୋତ୍ପଳା

ପବ୍ଲିକେଶନ, ସାଲେପୁର ୨. ପ୍ରଧାନ, କୃଷ୍ଣଚନ୍ଦ୍ର, ଓଡ଼ିଆ ଲୋକ ସାହିତ୍ୟ ଓ


ଲୋକ ସଂସ୍କୃତି, ବିଦ୍ୟାପୁରୀ, |

ବାଲୁବଜାର ୩. କର, ବାଉରୀବନ୍ଧୁ, ଓଡ଼ିଆ ସାହିତ୍ୟର ଇତିହାସ ୪. ମହାନ୍ତି, ଜାନକୀ ବଲ୍ଲଭ ,


ପ୍ରାଚୀନ ଓଡ଼ିଆ ଗୀତିକାବ୍ୟ ୫. ଦାଶ, କୁ ଞ୍ଜ ବି ହା ରୀ , ଓଡ଼ିଆ ଲୋକଗୀତ

-୩୯

You might also like