You are on page 1of 1

ି ର ନିମନ୍ତ୍ରଣ ପାଇବା ମୋ ପାଇଁ କିଛ ି ନୂ ଆ ନଥିଲା, କିନ୍ତୁ ଏ କ୍ଷେତ୍ରରେ ନୂ ଆ ଥିଲା ସମ୍ପର୍କ । ତା'ଠାରୁ

କୌଣସି ବନ୍ଧୁ ଘରକୁ କାଜୂ ଆଲ ଭିଜଟ୍


ଆହୁ ରି ନୂ ଆ ତଥା ଜଟିଳ ଥିଲା ନିମନ୍ତ୍ରଣର ପୃଷ୍ଠଭୂମି । କିନ୍ତୁ ନବାଗତା ପ୍ରେମିକାର ଇଚ୍ଛା ବିରୁଦ୍ଧରେ ଯିବାର ଦୁ ଃସାହସ ବୋଧହୁ ଏ ସ୍ବୟଂ
ଦେବରାଜ ଇନ୍ଦ୍ରଙ୍କ କ୍ଷମତା ବହିର୍ଭୁତ, ମୁଁ ତ ଛାର ମଣିଷ।

ମୋ ନିରବତା କୁ ଲକ୍ଷ କରି ପ୍ରୀତି ଆଉ ଥରେ ପଚାରିଲା, " ଆରେ କ'ଣ ଭାବୁ ଚ ? ଆସୁଛ ତ ?"

ଯନ୍ତ୍ରଚାଳିତବତ୍ ଉତ୍ତର ଦେଲି, " ହଁ, ସିଓର୍ । କେତେବେଳେ ଯିବି କୁ ହ । "

ପ୍ରୀତି ଖୁସି ହୋଇ କହିଲା, " ୧୧ ଟା ବେଳେ ଠିକ୍ ରହିବ ।"

ମୁଁ- " ଓକେ ।"

ପ୍ରୀତି- " ମୁଁ ଅପେକ୍ଷାରେ ରହିଲି । ଡୋନ୍ଟ ବି ଲେଟ୍ ।"

ସେଦିନ ସାରା ରାତି ଅନିଦ୍ରାରେ କଟିଲା । ଏକ ଅଜବ ଉନ୍ମାଦନା ଭିତରେ ଉଙ୍କି ମାରୁଥିଲା ଗୋଟାଏ ଅଜଣା ଭୟ । 'ଏ ନିମନ୍ତ୍ରଣର ଅର୍ଥ କ'ଣ
?' - ଅନେକ କଳ୍ପନା-ଜଳ୍ପନା ସତ୍ତ୍ୱେ ଏ ପ୍ରଶ୍ନର ଉତ୍ତର ଖୋଜିବା ମୋ ପକ୍ଷେ ସମ୍ଭବପର ନଥିଲା। ଏଭଳି ଘଡିସନ୍ଧି ମୂହୁର୍ତ୍ତ ରେ ବୁ ଲୁ ହିଁ ସାହାଯ୍ୟ
କରିପାରିବ ବୋଲି ହୃ ଦୟଙ୍ଗମ କରି ତାକୁ ଫୋନ ଲଗାଇଲି । ବୁ ଲୁ ମୋ ବାଲ୍ୟବନ୍ଧୁ , ଇଂରାଜୀ ରେ କହିଲେ 'ଫ୍ରେଣ୍ଡ୍, ଫି ଲୋସଫର୍ ଆଣ୍ଡ୍
ଗାଇଡ୍' । ବେଶ୍ କିଛ ି ସମୟ ରିଙ୍ଗ୍ ହେବାପରେ ବୁ ଲୁ ଫୋନ୍ ଉଠେଇଲା।

ବୁ ଲୁ- " ତତେ ଆଜିକାଲି ନିଦ ହଉନି କି ବେ ! ମାଣ୍ଡୁ ଆସିଗଲା କି ଲାଇଫ୍ ରେ !"

ମୁଁ- " ହଁ ରେ ସାଙ୍ଗ । ସବୁ ଅ'ଡ୍ କୁ ପାର୍ କରି ମୁଁ ଆଜି ମିଙ୍ଗ୍ଲଲ୍ଡ ।"

ଏହା ଶୁଣି ତାର ଆଶ୍ଚର୍ଯ୍ୟର ସୀମା ରହିଲାନି । ମୋ ଠୁ ସମ୍ପୁର୍ଣ୍ଣ ବିବରଣୀ ଶୁଣିବା ପରେ ସେ ଗମ୍ଭୀର ସ୍ୱର ରେ କହିଲା " ୟା ର ମାନେ ସିମ୍ପଲ୍ ।
ପ୍ରୀତି ତୁ ମ ରିଲେସନ୍ କୁ ଇଣ୍ଟିମେସି ର ଗୋଟିଏ ଲେଭଲ୍ ଉପର କୁ ନେବାପାଇଁ ଚାହୁଁଛ ି ।

You might also like