You are on page 1of 3

ପରମେଶ୍ବରଙ୍କ ଆଶୀର୍ବାଦ ଯୀଶୁ

ପ୍ରାୟ ୨୦୦୦ ବର୍ଷ ପୂର୍ବେ ଇସ୍ରାଏଲର ନାସରତ ସହର ବୋଲି ଏକ ସ୍ଥାନ ଥିଲା। ସେଠାରେ ମରିୟମ (ମେରି) ନାମକ ଜଣେ ସୁନ୍ଦରୀ
ଯୁବତୀ ବାସ କରୁଥିଲେ। ସେ ଅତ୍ୟନ୍ତ ଭଲ ବୋଲି ପରମେଶ୍ବର ଜାଣିଥିଲେ। ସେଥିପାଇଁ ପରମେଶ୍ବର ତାଙ୍କ ନିକଟକୁ ନିଜର ଦୂ ତକୁ
ପଠାଇଥିଲେ। ଈଶ୍ବର ପଠାଇଥିବା ଦୂ ତଙ୍କ ନାମ ଜିବ୍ରାଇଲ ଥିଲା।

ଜିବ୍ରାଇଲ ମରିୟମଙ୍କ ନିକଟକୁ ଆସି କହିଥିଲେ ଯେ, ପରମେଶ୍ବରଙ୍କ ଆଶୀର୍ବାଦ ତୁ ମ ଉପରେ ଅଛି। ଈଶ୍ବର ସର୍ବଦା ତୁ ମ ନିକଟରେ ଅଛନ୍ତି।
ଏହା ଶୁଣି ମରିୟମ ଡରି ଯାଇଥିଲେ। କାରଣ ସେ ଆଗରୁ କେବେ ବି ଜିବ୍ରାଇଲଙ୍କୁ ଦେଖି ନଥିଲେ। ଏହାସହ ଦୂ ତ କହିଥିବା କଥାର ଅର୍ଥ ସେ
ବୁ ଝି ପାରି ନଥିଲେ। ଜିବ୍ରାଇଲ ସଙ୍ଗେ ସଙ୍ଗେ ମରିୟମଙ୍କର ଭୟ ଦୂ ର କରିଥିଲେ।

ସେ ମରିୟମଙ୍କୁ କହିଥିଲେ, ଡର ନାହିଁ ମରିୟମ। ପରମେଶ୍ବର ତୁ ମ ଉପରେ ଅତ୍ୟନ୍ତ ଖୁସି ଅଛନ୍ତି। ତେଣୁ ସେ ତୁ ମ ପାଇଁ ଏକ ଭଲ କାମ
କରିବାକୁ ଯାଉଛନ୍ତି। ତୁ ମର ଅତି ଶୀଘ୍ର ଏକ ପୁତ୍ର ସନ୍ତାନ ହେବ। ତୁ ମେ ତାର ନାମ ଯୀଶୁ ରଖିବ।

ଜିବ୍ରାଇଲ ପୁଣି କହିଲେ ଯେ, ସେ ବାଳକ ଅତ୍ୟନ୍ତ ମହାନ ହେବ। ସେ ପରମେଶ୍ବରଙ୍କ ପୁତ୍ର ବୋଲି ପରିଚତ
ି ହେବ। ପରମେଶ୍ବର ତାକୁ ରାଜା
କରିବେ। ତଫାତ କେବଳ ଏତିକି ରହିବ ଯେ, ଯୀଶୁ ସବୁ ଦନ
ି ପାଇଁ ରାଜା ହୋଇ ରହିବ। ତା ରାଜ୍ୟର କେବେ ଅନ୍ତ ହେବ ନାହିଁ।

ଏହା ଶୁଣି ମରିୟମ ଦେବଦୂ ତଙ୍କୁ ପଚାରିଥିଲେ ଯେ, ଏହା କିପରି ସମ୍ଭବ ? ମୋର ତ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ହୋଇ ନାହିଁ।

ଜିବ୍ରାଇଲ ମରିୟମଙ୍କୁ କହିଥିଲେ ଯେ, ତୁ ମ ଉପରକୁ ସ୍ବୟଂ ପରମେଶ୍ବରଙ୍କ ଶକ୍ତି/ଆଶୀର୍ବାଦ ଆସିବ। ସେଥିପାଇଁ ସେହି ବାଳକ ପରମେଶ୍ବରଙ୍କ
ପୁତ୍ର ଭାବେ ପରିଚତ
ି ହେବ। ଏପରି କିଛ ି କାର୍ଯ୍ୟ ନାହିଁ ଯାହା ପରମେଶ୍ବର ଦ୍ବାରା ଅସମ୍ଭବ।

ଏହା ଶୁଣି ମରିୟମ କହିଥିଲେ, ମୁଁ ପରମେଶ୍ବରଙ୍କର ଦାସୀ ଅଟେ। ସେ ମୋ ପାଇଁ ଯାହା ଚିନ୍ତା କରିଛନ୍ତି ତାହା ହିଁ ହେଉ। ଏହା ଶୁଣି ଜିବ୍ରାଇଲ
ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ।

ଦେବ ଦୂ ତ ଯିବା ପରେ ମରିୟମ ଇଲିଶବ


ି ା ନାମକ ଜଣେ ବୃ ଦ୍ଧା ମହିଳାଙ୍କ ନିକଟକୁ ଯାଇଥିଲେ। ତାଙ୍କ ପାଖରେ ସେ କିଛ ି ଦିନ ରହିବା ପରେ
ନିଜ ଘରକୁ ଫେରି ଆସିଥିଲେ। ତାପରେ ଜୋସେଫ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ବିବାହ ସ୍ଥିର ହେଲା। କିନ୍ତୁ ଜୋସେଫ
ଯେତେବେଳେ ଜାଣିଲେ ଯେ, ମରିୟମ ମା’ ହେବାକୁ ଯାଉଛନ୍ତି ସେତେବେଳେ ଭାବିଥିଲେ ଯେ ତାଙ୍କ ସହ ବିବାହ କରିବା ଅନୁ ଚତ
ି ।
ସେତେବେଳେ ଦେବଦୂ ତ ଜୋସେଫଙ୍କ ନିକଟକୁ ଆସିଥିଲେ। କହିଥିଲେ ଯେ, ମରିୟମଙ୍କୁ ବିବାହ କରିବାକୁ ଡର ନାହିଁ। କାରଣ ସେ
ପରମେଶ୍ବରଙ୍କ ଇଚ୍ଛାରେ ମା’ ହେବାକୁ ଯାଉଛନ୍ତି। ଏହାପରେ ମେରି ଓ ଜୋସେଫଙ୍କର ବିବାହ ହୋଇଥିଲା। ସେମାନେ ଯୀଶୁଙ୍କ ଜନ୍ମକୁ
ଅପେକ୍ଷା କରିଥିଲେ।

ପ୍ରଭୁ ଯୀଶୁ ନିଜେ ବାଛିଥିଲେ ନିଜ ଜନ୍ମସ୍ଥାନ

ଯୀଶୁଙ୍କ ଜନ୍ମ ଗୁହାଳରେ ହୋଇଥିଲା। ସେଠାରେ ଗଧ ଓ ଗାଈମାନଙ୍କୁ ବନ୍ଧା ଯାଉଥିଲା। ଯୀଶୁ ଜନ୍ମ ହେବା ମାତ୍ରେ ତାଙ୍କୁ ବହୁ ଧ୍ୟାନର ସହ
ଗୁହାଳ ମଧ୍ୟରେ ପଶୁଙ୍କ ଚାରା ପାଇଁ ଥିବା ସ୍ଥାନରେ ରଖାଯାଇଥିଲା। ଜୋସେଫ ମେରୀଙ୍କ ସହ ବେତଲେହେମ ଯାଇଥିବା ବେଳେ ଯୀଶୁଙ୍କର
ଜନ୍ମ ହୋଇଥିଲା। ସେତେବେଳେ ସେମାନଙ୍କର ରହିବା ପାଇଁ କୌଣସି ସ୍ଥାନ ନ ଥିବାରୁ ଗୁହାଳରେ ରହିଥିଲେ। ସେହି ସମୟରେ ଯୀଶୁଙ୍କ ଜନ୍ମ
ଗୁହାଳରେ ହୋଇଥିଲା। ଗୁହାଳରେ ଜନ୍ମ ହୋଇଥିବା ସତ୍ତ୍ବେ ମଧ୍ୟ ଯୀଶୁ ସୁସ୍ଥ ଥିଲେ।

ସ୍ଥାନୀୟ ଲୋକମାନେ ନିଜ ଘୋଡା ରଖିବାକୁ ଆସିଥିବା ବେଳେ ତାଙ୍କ ଚତୁ ଃପାର୍ଶ୍ବ ଆଲୋକିତ ହୋଇଗଲା। ହଠାତ ସେହି ସମୟରେ
ଦେବଦୂ ତ ଆସିଥିଲେ। ଦେବଦୂ ତଙ୍କୁ ଦେଖି ସେଠାକାର ଲୋକମାନେ ଖୁବ୍ ଡରି ଗଲେ। କିନ୍ତୁ ଦେବଦୂ ତ କହିଲେ ଯେ, ଡର ନାହିଁ। ମୁଁ
ତୁ ମମାନଙ୍କୁ ଏକ ଖୁସି ଖବର ଦେବାକୁ ଆସିଛ।ି ଆଜି ବେତଲେହେମ ପ୍ରସିଦ୍ଧ ହୋଇଛି। ନବ ଜନତ
୍ମି ଯୀଶୁ ତୁ ମ ମାନଙ୍କୁ ରକ୍ଷା କରିବେ।
ଯୀଶୁଙ୍କୁ ତୁ ମେମାନେ ଏକ ଗୁହାଳ ଭିତରେ ପଶୁଙ୍କ ଚାରା ପାଇଁ ରଖାଯାଇଥିବା ସ୍ଥାନରେ ଦେଖିବାକୁ ପାଇବ। ଏହାପରେ ପରେ ସେଠାରେ
ଅନେକ ଦେବଦୂ ତଙ୍କ ଆଗମନ ହୋଇଥିଲା। ଏବଂ ପରମେଶ୍ବରଙ୍କର ଜୟଗାନ କରିଲେ।

ତାପରେ ଲୋକମାନେ ଯୀଶୁଙ୍କୁ ସମସ୍ତ ଗୁହାଳ ପରିସରରେ ଖୋଜିବାକୁ ଲାଗିଲେ। ତାପରେ ଯୀଶୁ ଜନ୍ମ ହୋଇଥିବା ଗୁହାଳ ନିକଟରେ ଆସି
ପହଞ୍ଚିଲେ। ନବ ଜନତ
୍ମି ଶିଶୁ ସମସ୍ତଙ୍କ ଠାରୁ ଭିନ୍ନ ଥିଲେ। କାରଣ ତାଙ୍କ ଉପରେ ପରମେଶ୍ବରଙ୍କର ଆଶୀର୍ବାଦ ରହିଥିଲା। ସେ ମଧ୍ୟ
ପରମେଶ୍ବରଙ୍କ ପୁତ୍ର ଅଟନ୍ତି।

ସମସ୍ତେ ଈଶ୍ବରଙ୍କ ସନ୍ତାନ : ପ୍ରଭୁ ଯୀଶୁ

ଡିସେମ୍ବର ୨୫ତାରିଖକୁ ସାରା ଭାରତରେ ଖ୍ରୀଷ୍ଟମାସ୍ ଭାବେ ପାଳନ କରାଯାଇଥାଏ। ଖ୍ରୀଷ୍ଟମାସ୍‌ପ୍ରତ୍ୟେକ ସ୍ଥାନରେ ଖୁବ୍‌ଧୁମ୍‌ଧାମରେ
ପାଳନ କରାଯାଇଥାଏ। ଖ୍ରୀଷ୍ଟମାସ୍‌ଯେତେ ପାଖେଇ ଆସେ ସମସ୍ତେ ତାର ପ୍ରସ୍ତୁ ତ ି ପାଇଁ ଲାଗି ପଡନ୍ତି। କିଛ ି ପୂର୍ବରୁ ହିଁ ଖ୍ରୀଷ୍ଟମାସ୍‌ପ୍ରସ୍ତୁ ତ ି
ପାଇଁ ସମସ୍ତେ ଲାଗି ପଡନ୍ତି। ପିଲାମାନେ ଏହି ଉତ୍ସବ ପାଇଁ ଅନେକ ଉତ୍କଣ୍ଠାର ସହ ଚାହିଁ ବସିଥାଆନ୍ତି। କାରଣ ଏହି ଦିନ ପିଲାମାନଙ୍କୁ
ଅନେକ ସୁନ୍ଦର ଉପହାର ମିଳଥ
ି ାଏ। ସାନ୍ତା ଆସି ସେମାନଙ୍କୁ ଉପହାର ଦେଇ ଥାଆନ୍ତି।

ସାନ୍ତା ପିଲାମାନଙ୍କ ପାଇଁ ଆଣିଥିବା ଉପହାର ଦ୍ବାରା ସେମାନେ ଖୁବ୍ ଆନନ୍ଦିତ ହୋଇଥାଆନ୍ତି। ଭାରତର ସମସ୍ତ ସ୍ଥାନର ଖ୍ରୀଷ୍ଟମାସ୍‌ଅନେକ
ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଇଥାଏ। ସମସ୍ତ ବର୍ଗର ବ୍ୟକ୍ତିମାନେ ଏହି ଦିନ ପାଇଁ ଅନେଇ ବସି ଥାଆନ୍ତି।

ଡିସେମ୍ବର ୨୫ତାରିଖ ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ହୋଇଥିଲା। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ବେଳେ ଗୋଟିଏ ତାରା ଆକାଶରୁ ଖସିଥିଲା।
ସେଠାରେ ଉପସ୍ଥିତ ଥିବା ଲୋକେ ଯୀଶୁ ଦିନେ ନା ଦିନେ ରାଜା ହେବେ ବୋଲି କହିଥିଲେ। ଏ କଥା ସେଠାକାର ରାଜାଙ୍କ କାନ ପଡିବା କ୍ଷଣି
ସେ ଯୀଶୁଙ୍କୁ ମାରିବା ପାଇଁ ଅନେକ ପ୍ରୟାସ କରିଥିଲେ। କିନ୍ତୁ ରାଜା ସେଥିରେ ସଫଳ ହୋଇ ପାରିନଥିଲେ।

ଯୀଶୁ ସମସ୍ତଙ୍କୁ ଉପଦେଶ ଦେଇଥିଲେ ଯେ, ସମସ୍ତେ ଈଶ୍ବରଙ୍କର ସନ୍ତାନ ଅଟନ୍ତି। ସମସ୍ତଙ୍କ ମଧ୍ୟରେ ଈଶ୍ବର ବାସ କରୁଛନ୍ତି। ତେଣୁ କାହାକୁ
ଛୋଟ କିମ୍ବା ବଡ ଭାବିବା ଉଚିତ ନୁ ହେଁ। ସମସ୍ତେ ମିଳମ
ି ିଶି ରହିବା ଉଚିତ। ଏପରି କରିବା ଦ୍ବାରା ପରସ୍ପର ମଧ୍ୟରେ ଭଲ ପାଇବା ବଢିବ।
ଖରାପ କାର୍ଯ୍ୟରୁ ସର୍ବଦା ନିବୃତ୍ତ ରହିବା ଉଚିତ।

ଖ୍ରୀଷ୍ଟମାସ ପର୍ବ ସମସ୍ତଙ୍କ ମଧ୍ୟରେ ଆନନ୍ଦ ଆଣିଥାଏ। ଏହା ଅନେକ ଖୁସି ଆଣିଥାଏ। ସମସ୍ତ ନିକଟରେ ଆଜି ମଧ୍ୟ ପ୍ରଭୁ ଯୀଶୁ ରହିଛନ୍ତି ବୋଲି
ମାନିଥାଆନ୍ତି। ରାତିରେ ଯୀଶୁଙ୍କ ଜନ୍ମକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଥାଆନ୍ତି। ସମସ୍ତେ ଚର୍ଚ୍ଚ ଯାଇ ଯୀଶୁଙ୍କ ନିକଟରେ ମହମବତୀ
ଜଳାଇ ଥାଆନ୍ତି। ଏହାସହ ପରସ୍ପରକୁ ଅଭିନନ୍ଦନ ଜଣାଇ ଥାଆନ୍ତି।
ଆଦର୍ଶର ମାର୍ଗଦର୍ଶକ ଯୀଶୁ

ଖ୍ରୀଷ୍ଟମାସର କାହାଣୀ ସୃଷ୍ଟି ଆରମ୍ଭରୁ ହୋଇଛି। ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ ଅନେକ ମାତ୍ରାରେ ପଡିଥାଏ। ସେହି କାହାଣୀ ମାନବ
ଜୀବନର ଶେଷ ପର୍ଯ୍ୟନ୍ତ ରହିଛ।ି ସମୟର ଆରମ୍ଭ ପୂର୍ବରୁ କୌଣସି ନକ୍ଷତ୍ରର ଆଲୋକ ପ୍ରକାଶ ହେବା ପୂର୍ବରୁ ପରତ୍ମାମା ପରମେଶ୍ବର
ସେଠାରେ ଥିଲେ ଯେଉଁଠାରେ କିଛ ି ନ ଥିଲା। ପରମେଶ୍ବର ବ୍ରହ୍ମାଣ୍ଡର ରଚନା କରିଥିଲେ। ସେ ଶୁଖିଲା ସ୍ଥାନକୁ ସମୁଦ୍ରର ରୂପ ଦେଇଛନ୍ତି। ସୃଷ୍ଟି
ସେ ପର୍ଯ୍ୟନ୍ତ ଅଟକି ରହିଥିଲା ଯେ ପର୍ଯ୍ୟନ୍ତ ପରମେଶ୍ବର ଆମ ଧରାପୃଷ୍ଠରେ ସ୍ବୟଂ ଜନ୍ମ ନେଇ ନଥିଲେ। ପରମେଶ୍ବର ନିଜର ଏପରି ଏକ
ରୂପକୁ ଧରିତ୍ରୀ ନିକଟକୁ ପଠାଇଥିଲେ ଯାହାଙ୍କ ପାଖରେ ଜୀବନର ପ୍ରକୃ ତ ଲକ୍ଷ୍ୟ, କାର୍ଯ୍ୟ କରିବାର ସମସ୍ତ ଦକ୍ଷତା ପରିପୂର୍ଣ୍ଣ ହୋଇ ରହିଥିଲା।

ଈଶ୍ବରଙ୍କ ସୃଷ୍ଟିରେ ଏପରି ଜଣେ ବ୍ୟକ୍ତି ଧରାପୃଷ୍ଠକୁ ଆସିଥିଲେ ଯିଏ ସମସ୍ତଙ୍କୁ ଜୀବନର ଉଚିତ ମାର୍ଗଦର୍ଶନ କରାଇଥିଲେ। ଜୀବନର ପ୍ରକୃ ତ
ଅର୍ଥ କ’ଣ ସମସ୍ତଙ୍କୁ ବୁ ଝାଇଥିଲେ। ପ୍ରାୟ ୨୦୦୦ବର୍ଷ ପୂର୍ବରୁ ଜେସେଫ ଓ ମେରିଙ୍କ ଠାରୁ ଜନତ
୍ମି ସନ୍ତାନ ସଂସାରରେ ସମସ୍ତଙ୍କୁ ଜୀବନର
ଏକ ନୂ ତନ ଦିଗ ଦେଖାଇଥିଲେ। ଡିସେମ୍ବର ୨୫ ତାରିଖ ରାତିରେ ତାଙ୍କର ଜନ୍ମ ବେଳେ ଏକ ତାରା ଆକାଶରୁ ଖସିଥିଲା। ତାରା ଖସିବା
ଦେଖି ଜନତ
୍ମି ଶିଶୁ ଭବିଷ୍ୟତରେ ଜଣେ ରାଜା ହୋଇପାରିବ ବୋଲି ସମସ୍ତେ କହିଥିଲେ। ସେହି ଶିଶଙ୍କ
ୁ ନାମ ଯୀଶୁ ରଖାଯାଇଥିଲା। ଯୀଶୁ
ଭବିଷ୍ୟତରେ ଜଣେ ରାଜା ହେବେ ଏହି କଥା ସେଠାକାର ରାଜା ଜାଣିବାକୁ ପାଇଥିଲେ। ପିଲା ଦିନରୁ ଯୀଶୁଙ୍କୁ ମାରିବାକୁ ସେ ଅନେକ ଥର
ଚେଷ୍ଟା କରିଥିଲେ। ବାରମ୍ବାର ଚେଷ୍ଟା କରିବା ପରେ ରାଜା ଯୀଶୁଙ୍କୁ ମାରି ଥିଲେ। ଯୀଶୁ ବାଲ୍ୟାବସ୍ଥାରୁ ସମସ୍ତ ମାନବ ଓ ପ୍ରାଣୀଙ୍କୁ ଭଲ
ପାଉଥିଲେ। ତାଙ୍କର ସେହି ଗୁଣ ସମସ୍ତଙ୍କୁ ଆକୃ ଷ୍ଟ କରୁଥିଲା। ଜୀବନର ଶେଷ ପର୍ଯ୍ୟନ୍ତ ସେ ସମସ୍ତଙ୍କୁ ଜୀବନର ସଠିକ ମାର୍ଗ ଦେଖାଇବାକୁ
ପଛାଇ ନଥିଲେ।। ସମସ୍ତେ ଯୀଶୁଙ୍କ ଆଦର୍ଶରେ ଅନୁ ପ୍ରାଣିତ ହେବା ଦେଖି ସେଠାକାର ରାଜା ତାଙ୍କୁ ଦୁ ଇ କାଠ ଫାଳିଆରେ ଟାଙ୍ଗି ଥିଲେ। ଏବଂ
ଦୁ ଇ ହାତରେ କଣ୍ଟା ପିଟ ି ହତ୍ୟା କରିଥିଲେ। ମୃତ୍ୟୁ ପରେ ତାଙ୍କର ଆତ୍ମା ସ୍ବର୍ଗକୁ ଯାଇଥିଲା। ମୃତ୍ୟୁ ପରେ ମଧ୍ୟ ଲୋକମାନେ ତାଙ୍କ ଆଦର୍ଶରେ
ଆଗକୁ ବଢିଥିଲେ।

ନୂ ତନ ଆଶା ସଞ୍ଚାର କରିଥାଏ ନବ ବର୍ଷ

ନବ ବର୍ଷ ଆସିବାକୁ ଆଉ ଅଳ୍ପ ଦିନ ବାକି ଅଛି। ଏଥିପାଇଁ ଆଜି ଠାରୁ ପ୍ରତ୍ୟେକ ବର୍ଗ ଅନେକ ଯୋଜନା ପ୍ରସ୍ତୁ ତ କରିବା ଆରମ୍ଭ କରି
ସାରିଛନ୍ତି। ପ୍ରତ୍ୟେକ ବର୍ଷ ନବ ବର୍ଷ ଆସିବାର କିଛ ି ଦିନ ପୂର୍ବରୁ ସମସ୍ତଙ୍କ ମନରେ ଅନେକ ଉତ୍ସାହ ଦେଖା ଦେଇଥାଏ। ନବ ବର୍ଷ ସମସ୍ତଙ୍କ
ଜୀବନରେ ଏକ ନୂ ତନ ଆଶାର ସଞ୍ଚାର କରି ନୂ ଆ ଇଚ୍ଛା ଓ ଅନେକ ସମ୍ଭାବନା ଆଣିଥାଏ। ପୁରୁଣା ବର୍ଷର ସମସ୍ତ କଥା ଭୁଲି ନୂ ଆ ବର୍ଷର
ଆରମ୍ଭ କିପରି କରିବେ ତାହା ନେଇ ଅନେକ ଯୋଜନା କରିଥାଆନ୍ତି। ପୁରୁଣା ବର୍ଷର ସଫଳତା ଓ ଅସଫଳତାକୁ ଭୁଲି ନୂ ତନ ବର୍ଷକୁ ହୃ ଦୟ ଓ
ଉତ୍କଣ୍ଠାର ସହ ସ୍ବାଗତ କରିବା ଉଚିତ।

ନୂ ଆ ବର୍ଷ ଆମକୁ ଶିଖାଇଥାଏ ଯେ, ପୁରୁଣା ଦିନର ସମସ୍ତ କଥାକୁ ଭୁଲି ଆଗକୁ ନୂ ଆ ଆଶା ଓ ନୂ ଆ ଯୋଜନାର ସହ ବଢିବା ଉଚିତ। ପୁରୁଣା
ବର୍ଷରେ କରିଥିବା ଭୁଲକୁ ବାରମ୍ବାର ନ କରିବାକୁ ମଧ୍ୟ ଶିଖାଇଥାଏ। ପୁରୁଣା ବର୍ଷରେ ମିଳଥି
ି ବା ଅସଫଳତା ଓ ଭୁଲରୁ କିଛ ି ଶିଖି ଆଗକୁ
ସଚେଷ୍ଟାର ସହ ବଢିବା ଓ ସଫଳତା ପାଇବାକୁ ଚେଷ୍ଟା କରିବା ଉଚିତ। ନୂ ଆ ବର୍ଷ ଖୁସି ଓ ଉଲ୍ଲାସ ପାଳନ କରିବାର ଏକ ଖାସ୍ ଉତ୍ସବ ଅଟେ।
ଏହିଦନ
ି ସମସ୍ତ ବର୍ଗର ବ୍ୟକ୍ତିମାନେ ନିଜ ସାଙ୍ଗସାଥୀ, ପରିଜନଙ୍କୁ ନୂ ତନ ବର୍ଷର ଶୁଭକାମନା ଜଣାଇ ଥାଆନ୍ତି। ଏହାସହ ସମସ୍ତଙ୍କର
ମଙ୍ଗଳକାମନା କରିଥାଆନ୍ତି। କାର୍ଡ, ଫୁ ଲ, ଉପହାର ମାଧ୍ୟମରେ ନୂ ତନ ବର୍ଷର ଶୁଭକାମନା ଜଣାଇଥାନ୍ତି। ଯୁବପିଢୀମାନେ ଅନେକ ପାର୍ଟି
ଆୟୋଜନ କରି ନୂ ଆ ବର୍ଷ ପାଳନ କରିଥାଆନ୍ତି।

You might also like