You are on page 1of 5

ଦୀପାବଳୀରେ ମା’ ଲକ୍ଷ୍ମୀଙ୍କ କୃ ପା ପାଇଁ ଏହି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ

ମା’ ଲକ୍ଷ୍ମୀଙ୍କ ଉପାସନାର ପର୍ବ ଦୀପାବଳିକୁ ଆଉ ଅଳ୍ପ ଦିନ ବାକି ରହିଛ।ି ଏହି ବର୍ଷ ଦୀପାବଳି ୭ ନଭେମ୍ବରରେ
ପାଳନ କରାଯିବ। ଏଥିପାଇଁ ଦୋକାନ, ବଜାରରେ ଭିନ୍ନଭିନ୍ନ ପ୍ରକାରର ସାଜସଜ୍ଜା ଦ୍ରବ୍ୟ, ବାଣ ଓ ଦୀପ
ଉପଲବ୍ଧ ହୋଇଯାଇଛି। ଘରମାନଙ୍କୁ ଭଲ ଭାବେ ସଫାସୁତୁରା‌ମଧ୍ୟ କରାଯାଇଛି। କୁ ହାଯାଇଛି ଯେ, ଦୀପାବଳୀ
ଦିନ ମା’ ଲକ୍ଷ୍ମୀ ଘରେ ବାସ କରିଥାନ୍ତି। ମା’ ଲକ୍ଷ୍ମୀଙ୍କ କୃ ପା ପାଇବା ପାଇଁ କିଛ ି ନୀତି ନିୟମ ମାନିବାକୁ
ପଡିଥାଏ। ମା’ ଲକ୍ଷ୍ମୀଙ୍କ କୃ ପାରୁ ଧନ ବୃ ଦ୍ଧି ହୋଇଥାଏ।

ଦୀପାବଳି ଦିନ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ପାଇଁ ରଙ୍ଗର ଅଧିକ ମହତ୍ତ୍ବ ରହିଛ।ି ଦୀପାବଳିରେ ପୂଜା କରିବା
ସମୟରେ ଉଚିତ ରଙ୍ଗର ପୋଷାକ ପିନ୍ଧିବା ଦ୍ବାରା ମା’ ଲକ୍ଷ୍ମୀଙ୍କ କୃ ପା ପାଇପାରିବା। ଆସନ୍ତୁ ଜାଣିବା
ଦୀପାବଳିରେ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ ..

ନୂ ତନ ଆଶା, ସୁଖ ପାଇଁ ହଳଦିଆ ରଙ୍ଗ:

ହଳଦିଆ ରଙ୍ଗକୁ ଶୁଭ ବୋଲି କୁ ହାଯାଏ। ହଳଦିଆ ରଙ୍ଗର ଉତ୍ପତ୍ତି ସୂର୍ଯ୍ୟଙ୍କ କିରଣରୁ ହୋଇଛି। ଏହି ରଙ୍ଗର
ପୋଷାକ ଧାରଣ କରିବା ଦ୍ବାରା ମନୁ ଷ୍ୟଙ୍କ ମନରେ ନୂ ଆ ଆଶା ସଞ୍ଚାର ହୋଇଥାଏ। କୁ ହାଯାଇଛି ଯେ,
ଦୀପାବଳିରେ ମା’ ଲକ୍ଷ୍ମୀଙ୍କ ପୂଜାରେ ହଳଦିଆ ବସ୍ତ୍ର ଧାରଣ କରିବା ଅତ୍ୟନ୍ତ ଶୁଭ। ଏହି ରଙ୍ଗ ଭାଗ୍ୟରେ ଉନ୍ନତି
ଆଣିଥାଏ। ତେଣୁ ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ।

ସମସ୍ତ କ୍ଷେତ୍ରରେ ଉନ୍ନତି ପାଇଁ ସବୁ ଜ ରଙ୍ଗ:

ଦୀପାବଳୀରେ ଆପଣ ସମସ୍ତ ପ୍ରକାର ରଙ୍ଗର ପୋଷାକ ପିନ୍ଧି ପାରିବେ। କିନ୍ତୁ ସବୁ ଜ ରଙ୍ଗର ପୋଷାକ ପିନ୍ଧିବା
ଅଧିକ ଶୁଭ ହେବ। ସବୁ ଜ ରଙ୍ଗର ପୋଷାକ ଧାରଣ କରି ମା’ ଲକ୍ଷ୍ମୀଙ୍କ ପୂଜା କରିବା ଶୁଭ ଅଟେ। ଏହି ରଙ୍ଗ
ବିଶ୍ବାସ, ସୁଖଶାନ୍ତି, ସମୃଦ୍ଧି ଓ ପ୍ରଗତିର ପ୍ରତୀକ ଅଟେ।

ନୂ ତନ ପୋଷାକ: ଦୀପାବଳିରେ ନୂ ତନ ପୋଷାକ ପିନ୍ଧି ପୂଜା କରିବା ଉଚିତ। ଯଦି ନୂ ଆ ପୋଷାକ ନ ପିନ୍ଧନ୍ତି
ତେବେ ପରିଷ୍କାର ପୋଷାକ ପିନ୍ଧନ୍ତୁ। ଅପରିଷ୍କାର ପୋଷାକ ପିନ୍ଧି ପୂଜା କରନ୍ତୁ ନାହିଁ। ଏହାଦ୍ବାରା ମା’ ଲକ୍ଷ୍ମୀଙ୍କ
କୋପର ଶିକାର ହେବାକୁ ପଡିଥାଏ। ସ୍ନାନ ସାରି ନୂ ତନ ପୋଷାକ ପିନ୍ଧି ପୂଜାରେ ବସିବା ଉଚିତ।

କଳା ପୋଷାକ ପିନ୍ଧନ୍ତୁ ନାହିଁ:


ଦୀପାବଳିରେ କଳା ପୋଷାକ ଧାରଣ କରନ୍ତୁ ନାହିଁ। କଳା ରଙ୍ଗକୁ ନିରାଶର ପ୍ରତୀକ କୁ ହାଯାଇଛି। ପୂଜା
ସମୟରେ କଳା ରଙ୍ଗର ପୋଷାକ ପିନ୍ଧିବା ଅଶୁଭ ଅଟେ। ତେଣୁ ଭୁଲରେ କଳା ରଙ୍ଗର ପୋଷାକ ପିନ୍ଧି ପୂଜା
କରନ୍ତୁ ନାହିଁ।

ଦୀପାବଳିରେ ଅନିଦ୍ରା ରହିବାର କାରଣ

ଦୀପାବଳି ରାତିରେ ଅନିଦ୍ରା ରହିବାର କାରଣ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଏହାର ଅନେକ ମହତ୍ତ୍ବ ମଧ୍ୟ
ରହିଛ।ି କୁ ହାଯାଇଛି ଯେ, ଦେବୀ ଲକ୍ଷ୍ମୀ ରାତ୍ରି ଭ୍ରମଣ ସମୟରେ ଅନେକ ସ୍ଥାନ ଯାଇଥାନ୍ତି। ଏହି ସମୟରେ
କେଉଁମାନେ ଉଜାଗର ରହି ମା’ ଲକ୍ଷ୍ମୀଙ୍କ ଧ୍ୟାନ କରନ୍ତି ସେ ଦେଖି ଥାଆନ୍ତି। ଅନିଦ୍ରା ରହି ମା’ ଲକ୍ଷ୍ମୀଙ୍କ ଧ୍ୟାନ
କରୁଥିବା ବ୍ୟକ୍ତିଙ୍କ ଉପରେ ତାଙ୍କର କୃ ପା ରହିଥାଏ।

ଏହାର ଅନ୍ୟ ଏକ କାରଣ ମଧ୍ୟ ରହିଛ।ି ଦୀପାବଳୀର ରାତିକୁ ସିଦ୍ଧି ପ୍ରାପ୍ତିର ରାତ୍ର କୁ ହାଯାଇଥାଏ। ଏହି ରାତିର
ଉଚିତ ଭାବେ ପୂଜା କରିବା ଦ୍ବାରା ସମସ୍ତ କାର୍ଯ୍ୟରେ ସଫଳତା ମିଳଥ
ି ାଏ। ତାନ୍ତ୍ରିକମାନେ ମଧ୍ୟ ଏହିଦନ
ି ତନ୍ତ୍ର
ସାଧନା କରି ସିଦ୍ଧି ପ୍ରାପ୍ତି କରିଥାଆନ୍ତି।

ବ୍ୟବସାୟୀମାନେ ଦୀପାବଳୀ ରାତିରେ ନିଜର ପୁରୁଣା ହିସାବ ଖାତାବହି ବଦଳାଇ ଦିଅନ୍ତୁ। ଏବଂ ନୂ ଆ ଖାତାର
ଆରମ୍ଭ କରନ୍ତୁ। ଯଦି ଏହିଦନ
ି ଅନିଦୟା ରହିବା ବଦଳରେ ଶୋଇ ଯାଆନ୍ତି ତେବେ ବ୍ୟବସାୟରେ କ୍ଷତି
ହୋଇଥାଏ ବୋଲି ବିଶ୍ବାସ ରହିଛ।ି ତେଣୁ ବ୍ୟବସାୟୀମାନେ ଦୀପାବଳି ରାତିରେ ଉଜାଗର ରହିବା ଉଚିତ।
ଏପରି କରିବା ଦ୍ବାରା ବ୍ୟବସାୟରେ ଉନ୍ନତି ହେବା ସହ ଲାଭ ମଧ୍ୟ ହୋଇଥାଏ।

ଖରାପ କାର୍ଯ୍ୟ କରୁଥିବା ଲୋକମାନେ ଅନିଦ୍ରା ରହିଥାନ୍ତି। ଏହାଦ୍ବାରା ସେମାନେ ସଫଳତା ପାଇଥାନ୍ତି।
ଦୀପାବଳି ରାତିରେ ଉଭୟ ସକରାତ୍ମକ ଓ ନକରାତ୍ମକ ଲୋକମାନେ ନିଜ ନିଜ କାର୍ଯ୍ୟରେ ସଫଳତା ପାଇଁ
ଅନିଦ୍ରା ରହିଥାନ୍ତି।
ସେଓ ଜିଲାପି

ଆବଶ୍ୟକ ସାମଗ୍ରୀ:

ସେଓ- ୧ଟି

ମଇଦା- ୪ରୁ ୫ ଚାମଚ

ସୁଜ-ି ୨ଚାମଚ

ଗୁଜୁରାତି ଗୁଣ୍ଡ- ଅଧ ଚାମଚ

ପାଣି- ଆବଶ୍ୟକ ଅନୁ ଯାୟୀ

ଚିନ-ି ୧ କପ୍

ସଜାଇବା ପାଇଁ ସାମଗ୍ରୀ:

ନଡିଆ କୋରା

ପେସ୍ତା

ଚେରି

ପ୍ରସ୍ତୁ ତ ି ପ୍ରଣାଳୀ:

ପ୍ରଥମେ ସେଓକୁ ଭଲ ଭାବେ ଧୋଇ ଦିଅନ୍ତୁ। ତାପରେ ସେଓକୁ ଗୋଲ ଆକାରର ସରୁ ସରୁ କରି କାଟି ଏକ
ପାତ୍ରରେ ରଖି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ମଇଦା ନିଅନ୍ତୁ। ମଇଦାରେ ସୁଜ ି ପକାଇ ଭଲ ଭାବେ ମିଶାଇ
ଦିଅନ୍ତୁ। ସେଥିରେ ଅଳ୍ପ ପାଣି, ଗୁଜୁରାତି ପକାଇ ମିଶ୍ରଣ ପ୍ରସ୍ତୁ ତ କରନ୍ତୁ। ମିଶ୍ରଣକୁ ଅଳ୍ପ ପତଳା କରନ୍ତୁ। ଗ୍ୟାସ
ଲଗାଇ ପ୍ୟାନ ବସାଇ ତେଲ ଗରମ କରନ୍ତୁ। ମିଶ୍ରଣରେ ସେଓକୁ ବୁ ଡାଇ ତେଲରେ ଛାଣନ୍ତୁ। ସେଓଟି ସୁନେଲୀ
ରଙ୍ଗ ହୋଇଗଲା ପରେ ତାକୁ ଅନ୍ୟ ଏକ ପାତ୍ରକୁ କାଢି ଦିଅନ୍ତୁ। ଏକ ପ୍ୟାନ ବସାଇ ସେଥିରେ ପାଣି ଫୁ ଟାନ୍ତୁ।
ପାଣି ଫୁ ଟିଲା ପରେ ସେଥିରେ ଚିନ,ି କେସର ପକାଇ ଭଲ ଭାବେ ସିରା ପ୍ରସ୍ତୁ ତ କରନ୍ତୁ। ସିରା ପ୍ରସ୍ତୁ ତ
ହୋଇଗଲା ପରେ ଛାଣିଥିବା ସେଓକୁ ସେଥିରେ ୫ମିନଟ
ି ବୁ ଡାଇ ରଖନ୍ତୁ। ତାପରେ ଏକ ପ୍ଲେଟରେ କାଢି
ଦିଅନ୍ତୁ। ସେଓ ଉପରେ ନଡିଆ କୋରା, ପେସ୍ତା, ଚେରି ପକାଇ ସଜାଇ ଦିଅନ୍ତୁ।

ବାଲୁ ଶାହି

ଆବଶ୍ୟକ ସାମଗ୍ରୀ:

ମଇଦା- ୨କପ୍

ଘିଅ-୧/୨ଚାମଚ

ଦହି (ଥଣ୍ଡା)- ୧/୩ ଚାମଚ

ଲୁ ଣ- ସ୍ବାଦ ଅନୁ ଯାୟୀ

ବେକିଙ୍ଗ ପାଉଡର- ୧/୨ ଚାମଚ

ପାଣି- ଆବଶ୍ୟକ ଅନୁ ଯାୟୀ

ସିରା ପାଇଁ ଆବଶ୍ୟକ ସାମଗ୍ରୀ:

ପାଣି- ଅଧ କପ

ଚିନ-ି ୧କପ

କେସର- ୧ଚାମଚ

ଲେମ୍ବ-ୁ ୧ ଚାମଚ

ପ୍ରସ୍ତୁ ତ ି ପ୍ରଣାଳୀ

ପ୍ରଥମେ ମଇଦାରେ ଘିଅ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ତାପରେ ସେଥିରେ ଦହି, ବେକିଙ୍ଗ ପାଉଡର,
ଲୁ ଣ ପକାଇ ଘାଣ୍ଟି ଦିଅନ୍ତୁ। ତାପରେ ଆବଶ୍ୟକ ଅନୁ ଯାୟୀ ପାଣି ଦେଇ ମଇଦାକୁ ଭଲ ଭାବେ ଚକଟି ଦିଅନ୍ତୁ।
ମଇଦା ଚକଟି ସାରିବା ପରେ ତାକୁ ଏକ ଧଳା କପଡାରେ ୫ମିନଟ
ି ପର୍ଯ୍ୟନ୍ତ ଗୁଡାଇ ରଖି ଦିଅନ୍ତୁ। ୫ମିନଟ
ି
ପରେ ମଇଦାକୁ କାଢି ଅଳ୍ପ ଚକଟି ଦିଅନ୍ତୁ। ତା ପରେ ହାତରେ ତେଲ ଲଗାଇ ମଇଦାକୁ ଛୋଟ ଛୋଟ ବଲ
ଆକୃ ତର
ି କରନ୍ତୁ। ବଲର ମଝି ଅଂଶକୁ ହାତରେ ସାମାନ୍ୟ କଣା କରି ଦିଅନ୍ତୁ।

ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ମଇଦାର ବଲକୁ ଛାଣନ୍ତୁ।
ବଲ ଗୁଡକ
ି ସୁନେଲୀ ରଙ୍ଗର ହୋଇଗଲା ପରେ ତାକୁ କାଢି ଅନ୍ୟ ଏକପାତ୍ରରେ ରଖି ଦିଅନ୍ତୁ।

ଅନ୍ୟ ଏକ କଡେଇରେ ଏକ କପ ପାଣି, ଚିନ ି ଫୁ ଟାନ୍ତୁ। ତାପରେ ସେଥିରେ କେସର ଓ ଲେମ୍ବୁ ଚିପୁଡି ଦିଅନ୍ତୁ।
ଲେମ୍ବୁ ଚିପୁଡବ
ି ା ଦ୍ବାରା ସିରା ଏକ ଅଲଗା ପ୍ରକାର ସ୍ବାଦଯୁକ୍ତ ହୋଇଯିବ। ସିରାରେ ପୂର୍ବରୁ ଛାଣି ଥିବା ମଇଦା
ବଲ ଗୁଡକ
ି ୁ ପକାଇ ୩୦ମିନଟ
ି ଘୋଡାଇ ରଖି ଦିଅନ୍ତୁ। ଘୋଡାଇ ରଖିବା ଦ୍ବାରା ବଲ ଗୁଡକ
ି ଭଲ ଭାବେ
ସିରାରେ ଭିଜଯ
ି ିବ। ତାପରେ ସିରାର ବଲ ଗୁଡକ
ି ୁ ଏକ ପାତ୍ରରେ କାଢି ଦିଅନ୍ତୁ। ବଲ ଗୁଡକ
ି ଉପରେ ପେସ୍ତା,
ଚେରି ଓ କେସର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁ ତ ହୋଇଗଲା ଆପଣଙ୍କ ବାଲୁ ସାହି। ଏହାକୁ ଥଣ୍ଡା ହେବା ପରେ
ଖାଆନ୍ତୁ।

You might also like