You are on page 1of 12

କାହିଁକି ବିବାହ କରିନାହାନ୍ତି ପ୍ରଣବ?

ଭୁବନେଶ୍ୱର,୨ା୮(ମହାଭାରତ): ବିଜେଡିରେ ନବୀନ ପଟ୍ଟନାୟକଙ୍କ ପରେ ଏବେ ଦ୍ୱିତୀୟ କ୍ଷମତା କେନ୍ଦ୍ର ହେଉଛନ୍ତି

ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଦଳର ରାଜନୈତିକ ବ୍ୟାପାରରେ ଗାଁ ଠୁ ରାଜଧାନୀ ପର୍ଯ୍ୟନ୍ତ

ସବୁ କିଛି ତାଙ୍କ ଦ୍ୱାରା ପରିଚାଳିତ ହେଉଛି । ଯଦିଓ

ପଦବୀ ଓ କ୍ଷମତା ପାଇଁ ତାଙ୍କର ଲୋଭ ନାହିଁ ହେଲେ ନିଜର ନେତୃତ୍ୱ ନେବାର ଦକ୍ଷତା ଯୋଗୁ ତାଙ୍କୁ ଦଳର ସଭାପତି

ନବୀନ ପଟ୍ଟନାୟକ ବିଜେଡିର ସାଙ୍ଗଠନିକ ସମ୍ପାଦକ ଭାବେ

ନିଯୁକ୍ତ କରିଛନ୍ତି ।

ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳକୁ ବେଶ ଭଲ ଭାବେ

ପରକ୍ଷୀ ତାର ସମାଧାନ କରିବାର ଦକ୍ଷତା ଯୋଗୁ ଆଜି

ତାଙ୍କୁ ଏଭଳି ପଦବୀ ମିଳିଛି ବୋଲି ତାଙ୍କର

ସହଯୋଗୀମାନେ କହୁଛନ୍ତି । କିନ୍ତୁ ପ୍ରଣବଙ୍କ ବିବାହକୁ ନେଇ

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଅଛି । ୪୮ ବର୍ଷୀୟ ପ୍ରଣବ

କ’ଣ ପାଇଁ ବିବାହ କରିନାହାନ୍ତି ।

ପ୍ରଣବଙ୍କ ବିବାହକୁ ନେଇ ରାଜ୍ୟ ରାଜନୀତିରେ


ସବୁ ବେଳେ ଚର୍ଚ୍ଚା ଲାଗିରହିଛି । ବିଜେଡିର ସାଙ୍ଗଠନିକ

ସମ୍ପାଦକ ହେବା ପରେ ଏହି ଚର୍ଚ୍ଚା ଜୋର ଧରିଛି ।

ରାଜନୀତି କରୁଥିବା ଯୋଗୁ ପ୍ରଣବ ରାହୁଲ ଗାନ୍ଧୀ ,

ନବୀନ ପଟ୍ଟନାୟକ ଭଳି ସେ ବିବାହ କରିବାକୁ ଇଛା

ପ୍ରକାଶ କରୁ ନାହାନ୍ତି ବୋଲି ସର୍ବସାରଣରେ ଆଲୋଚନା

ହୋଇଥାଏ । କିନ୍ତୁ ବାସ୍ତବରେ ପ୍ରଣବ କାହିଁକି ବିବାହ

କରିନାହାନ୍ତି ତାକୁ ନେଇ ବହୁତ କମ ଲୋକ ଅବଗତ

ଅଛନ୍ତି । ପ୍ରଣବ ବିବାହ କରିବା ନିଷ୍ପତ୍ତି ଏବେର ନୁହେଁ

ବହୁତ ପୂର୍ବରୁ ସେ ଏ ନିଷ୍ପତ୍ତି ନେଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ପ୍ରଣବ ଛୋଟ ବେଳୁ

ରାମକୃଷ୍ଣ ପରମହଂସକୁ ଗୁରୁ ମାନିଥିଲେ । ଏଥିପାଇଁ ସେ

କଲେଜରେ ପଢିବା ସମୟରେ ରାମକୃଷ୍ଣ ମିଶନରେ ଯୋଡି

ହୋଇଥିଲେ । ଏଥିସହିତ ସେବେଠାରୁ ସେ ବିବାହ କରିବେ


ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । କହିବାକୁ ଗଲେ ରାଜନୀତିକୁ ଆସିବା ପୂର୍ବରୁ ସେ

ଏହି ନିଷ୍ପତ୍ତି ନେଇଥିଲେ । ତେବେ ଏକଥା ଯେତେବେଳେ

ତାଙ୍କ ବାପା ସ୍ୱର୍ଗତ ଅଶୋକ ଦାସ ଜାଣିଥିଲେ ସେ ଦୁଖ ପ୍ରକାଶ

କରିବା ସହ କାନ୍ଦିଥିଲେ । ବାପାଙ୍କ ଲୁହ ଦେଖି ପ୍ରଣବ ସେ

ଜାଗା ଛାଡି ଚାଲି ଆସିଥିଲେ ସତ କିନ୍ତୁ ତାଙ୍କ ନିଷ୍ପ ିରେ ପରିବ

ର୍ ନ କରି ନ ଥିଲେ । କହିବାକୁ ଗଲେ ସେବେ ଠାରୁ ସେ

ଦୃଷ୍ଟିରୁ ସେ ବିବାହରୁ ସନ୍ୟାସ ନେଇସାରିଛନ୍ତି । ଏକଥା ଆମେ

କହୁନୁ ‘ବବି ସେନା’ ନାମକ ଏକ ଫେସବୁକ୍ ପେଜରେ

ଏସମ୍ପର୍କରେ ସୂଚନା ଦିଆଯାଇଛି । ବାସ୍ତବରେ ଏକଥାରେ

କେତେ ସତ୍ୟତ୍ୟ ଅଛି ତାହା ଅଲଗା କଥା । କିନ୍ତୁ ଏକଥାକୁ

ପ୍ରଣବଙ୍କ କିଛି ସହଯୋଗୀମାନେ ମଧ୍ୟ ସ୍ୱୀକାର କରିଛନ୍ତି ।


ବିକାଶର ଅନ୍ୟ ନାଁ ନବୀନ : ରାଜ୍ୟ ପାଇଁ କେତେକ ଐତିହାସିକ ନିଷ୍ପତି

ଭୁବନେଶ୍ବର () ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓଡ଼ିଶାକୁ ଏକ ବିକଶିତ, ସ୍ବୟଂ ସମ୍ପୂର୍ଣ,ସଂବୃଦ୍ଧ ରାଜ୍ୟ ଭାବେ ବିଶ୍ବ
ଦରବାରରେ ପ୍ରତିଷ୍ଠିତ କରିବାକୁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ନୂଆ ଓଡିଶା ଗଠନ ଦିଗରେ ସେ ଆରମ୍ଭ କରିଥିବା
ଯୋଜନାଗୁଡିକ କେବଳ ଜାତୀୟ ସ୍ତରରେ ପ୍ରଶଂସିତ ହୋଇନି ବରଂ ତାଙ୍କୁ ଏକ ନିଃସ୍ବାର୍ଥପର ରାଜନେତା ଭାବେ
ପରିଚିତ କରିଛି । କାରଣ ତାଙ୍କର ସମସ୍ତ ଯୋଜନା ସାଧାରଣ ଲୋକ, ଚାଷୀ, ମୂଲିଆ, ଯୁବକ, ମହିଳା ଓ ସମାଜର
ପଛୁଆ ବର୍ଗ ପାଇଁ ଉଦିଷ୍ଟ ।
2000 ମସିହାରୁ ରାଜ୍ୟର ଶାସନ ଭାର ନେଇଥିବା ନବୀନ ଗତ 19 ବର୍ଷ ମଧ୍ୟରେ ଅନେକ ଯୁଗାନ୍ତକାରୀ ଓ ଐତିହାସିକ
ପଦକ୍ଷେପ ନେଇଛନ୍ତି, ଯାହା ତାଙ୍କୁ ଜଣେ ମହାନାୟକରୁ ଜନନାୟକରେ ରୂପାନ୍ତରିତ କରିଛି ।
ମୋ ସରକାର - 2019 ରେ ପଂଚମ ଥର ପାଇଁ ସରକାର ଗଠନ ପରେ ନବୀନଙ୍କ ସବୁଠାରୁ ବଡ ଲୋକ କୈନ୍ଦ୍ରୀୟ
ଯୋଜନା ହେଉଛି, ମୋ ସରକାର । ସ୍ବାସ୍ଥ୍ୟସେବା ଓ ଥାନାରେ ଲୋକଙ୍କୁ କେଭଳି ବ୍ୟବହାର କରାଯାଉଛି, ସେମାନଙ୍କୁ
କିଏ ଲାଂଚ ମାଗୁଛି କି ନାହିଁ, ସଠିକ ସେବା ପାଉଛନ୍ତି କି ନାହିଁ, ଥାନାରେ ସେମାନଙ୍କ ଆପତ୍ତି ଅଭିଯୋଗର ତଦନ୍ତ
ହେଉଛି କି ନାହିଁ, ଏ ସଂପର୍କରେ ସିଧାସଳଖ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ କଥା ହୋଇ ସେମାନଙ୍କ ମତାମତ ସଂଗ୍ରହ
କରୁଛନ୍ତି । ବିଭାଗୀୟ ସଚିବ ଏବଂ 5-ଟି ସଚିବ ନିଜେ ବିଭିନ୍ନ ଡାକ୍ତରଖାନାକୁ ଅଚାନକ ଗସ୍ତ କରି ଲୋକଙ୍କୁ ଭେଟୁଛନ୍ତି ।
5-ଟି - ଗତ ସରକାରରେ ଥ୍ରୀ-ଟିର ନାରା ଦେଇଥିବା ମୁଖ୍ୟମନ୍ତ୍ରୀ ଏଥର 5-ଟି ମନ୍ତ୍ର ଦେଇଛନ୍ତି । ଟ୍ରାନସପ୍ୟାରେନ୍ସି,
ଟିମୱାର୍କ, ଟେକ୍ନୋଲୋଜିର ବ୍ୟବହାର କରି ସମୟାନୁବର୍ତ୍ତି ହୋଇ ଓଡିଶାର ରୂପାନ୍ତରଣ କରିବାକୁ ଏହି ମନ୍ତ୍ର
ଦିଆଯାଇଛି । ଏହିସବୁ ଟିର ଉଚିତ ବ୍ୟବହାର ହେଉଛି କି ନାହିଁ ତାର ତଦାରଖ ପାଇଁ ଜଣେ ଦକ୍ଷ ଓ ଯୁବ ଅଫିସର ଭାବେ
ଭି.କେ. ପାଣ୍ଡିଆନଙ୍କୁ ଏହାର ସଚିବ ଦାୟିତ୍ବ ଦିଆଯାଇଛି ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା - ରାଜ୍ୟର ସାଢ଼େ ଚାରି କୋଟି ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ବା ସାର୍ବଜନୀନ
ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଆରମ୍ଭ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ଯୋଜନାରେ ରାଜ୍ୟର 70
ପ୍ରତିଶତ ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇପାରିବେ । ମହିଳାମାନେ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ
ଚିକିତ୍ସା ସୁବିଧା ପାଇବେ । ମାଲକାନଗିରିର ଜଣେ ମହିଳାଙ୍କ ଅନୁରୋଧରେ ମହିଳାଙ୍କ ପାଇଁ ଏହି ସୁବିଧା କରାଯାଇଛି ।
ଏଥିରେ ପ୍ରାୟ ଦେଢ଼ କୋଟି ମହିଳା ଉପକୃତ ହେବେ ।
ଆମ ଗାଁ ଆମ ବିକାଶ - ରାଜ୍ୟ ସରକାରଙ୍କ ଆଉ ଏକ ଐତିହାସିକ କାର୍ଯ୍ୟକ୍ରମ । ସାଧାରଣ ଗ୍ରାମୀଣ ଲୋକଙ୍କୁ ନିଜ
ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ସ୍ଥିର କରିବା ପାଇଁ ଉଦ୍ଦିଷ୍ଟ ଏହି ଯୋଜନା । ଗ୍ରାମୀଣ ଲୋକଙ୍କୁ ବିକାଶ
କାର୍ଯ୍ୟରେ ଭାଗୀଦାରୀ କରିବାରେ ଏହା ସହାୟକ ହେଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ପଂଚାୟତ ଏବଂ
ବ୍ଲକ ସ୍ତରରେ ଲୋକଙ୍କ ସହ କଥା ହେଉଛନ୍ତି ଏବଂ ତତକ୍ଷଣାତ ପ୍ରକଳ୍ପକୁ ମଂଜୁରୀ ଦେଉଛନ୍ତି ।
ବିଜୁ ଯୁବ ବାହିନୀ - କ୍ରିଡା ଓ ସମାଜ ସେବା ଜରିଆରେ ଯୁବକଙ୍କ ମଧ୍ୟରେ ନେତୃତ୍ବର ବିକାଶ,ସମାଜସେବା ଏବଂ ସୁସ୍ଥ
ଜୀବନଯାପନର ବାର୍ତ୍ତା ପହଁଚାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ । ଆଗକୁ ଏହାକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ
କରିବାକୁ ବିଜୁ ସ୍ବେଚ୍ଛେସେବୀ ୱିଙ୍ଗ ଗଠନ କରାଯିବ ।
କାଳିଆ - ଚାଷୀଙ୍କୁ ନେଇ ସବୁ ଦଳ ରାଜନୀତି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କୃଷି ଓ କୃଷକ ସମସ୍ୟାର ସ୍ଥାୟୀ ସମାଧାନ
ପାଇଁ ଆରମ୍ଭ କରିଛନ୍ତି କାଳିଆ ଯୋଜନା । ଏହାଦ୍ବାରା ରାଜ୍ୟର ପ୍ରାୟ 92 ପ୍ରତିଶତ ଚାଷୀ ପରିବାର ବା 30 ଲକ୍ଷରୁ ଅଧିକ
କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ।
ଗୋପବନ୍ଧୁ ସ୍ବାମାଦିକ ସ୍ବାସ୍ଥ୍ୟ ବୀମା ଯୋଜନା - ସାମ୍ବାଦିକମାନେ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ହୋଇଥିଲେ ମଧ୍ୟ ସେମାନଙ୍କ
ପାଇଁ କୌଣସି ସରକାର କେବେ ଚିନ୍ତା କରିନଥିଲେ । ପ୍ରଥମ ଥର ପାଇଁ ସରକାର ସାମ୍ବାଦିକଙ୍କ ପାଇଁ ସ୍ବାସ୍ଥ୍ୟ ବୀମା
ଯୋଜନା ଆରମ୍ଭ କରିଛନ୍ତି । କାର୍ଯ୍ୟ କରୁଥିବା ସମ୍ବାଦିକଙ୍କୁ ବାର୍ଷିକ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯିବ ।
ମହିଳା ଚାଷୀଙ୍କ ପାଇଁ ମାଗଣା ସ୍ମାର୍ଟ ଫୋନ -ମହିଳାମାନଙ୍କ ଡିଜିଟାଲ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ
ମହିଳା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବଜାର ଦର, ପାଣିପାଗ ସ୍ଥିତି ଏବଂ ନୂଆ କୃଷି ସାମଗ୍ରୀ ସଂପର୍କରେ ସଚେତନ
କରିବାକୁ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି ।
ଜାଗା ମିଶନ - ପ୍ରଥମ ଥର ପାଇଁ ଦେଶରେ ରାଜ୍ୟ ସରକାର ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ କରିଛନ୍ତି । ଏହି
ଯୋଜନାରେ ବସ୍ତି ବାସିନ୍ଦାଙ୍କ ମୁହଁରେ ହସ ଫୁଟାଇବାକୁ ରାଜ୍ୟ ସରକାର ସେମାନଙ୍କୁ ସହରାଞ୍ଚଳରେ ଜମି ଅଧିକାର
ପ୍ରଦାନ କରିଛନ୍ତି ।
ସଙ୍କଳ୍ପ - ଶ୍ରେଷ୍ଠ ଛାତ୍ର, ଶ୍ରେଷ୍ଠ ସ୍କୁଲ ଓ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନା । ଏଥିରେ ଶ୍ରେଷ୍ଠ
ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଓ ଓଡିଆ ଭାଷାବୃତ୍ତି ପୁରସ୍କାର ପ୍ରଦାନ କରାଯିବ ।
ମୁଖ୍ୟମନ୍ତ୍ରୀ ଅଭିନକ କୃଷି ଯନ୍ତ୍ରପାତି ସମ୍ମାନ ଯୋଜନା - କୃଷି ଓ କୃଷି ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ ଅଭିନବ
କୃଷି ଯନ୍ତ୍ରପାତି କିମ୍ବା ପ୍ରଣାଳି ଅବଲମ୍ବନ କରୁଥିବା ଚାଷୀଙ୍କୁ ସମ୍ମାନିତ କରାଯିବ ।
ମୁଖ୍ୟମନ୍ତ୍ରୀ କୃଷକ ଉଦ୍ୟୋଗ ଯୋଜନା - କୃଷି ଭିତ୍ତିକ ଶିଳ୍ପରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସାଙ୍ଗକୁ ଚାଷୀଙ୍କ ଆୟ
ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଯୋଜନା ଆରମ୍ଭ ହୋଇଛି ।
ଓଡିଶା ସର୍ବକ୍ଷମା ଯୋଜନା - ସହରାଞ୍ଚଳରେ ଆଇନ କାନୁନର ଉଲଂଘନ କରି କିମ୍ବା ବିଲ୍ଡିଂ ପ୍ଲାନର ଗ୍ରହଣୀୟ ଉଲଂଘନ
କରିଥିବା ବ୍ୟକ୍ତିଙ୍କୁ ସେମାନଙ୍କ କୋଠାବାଡିର ନିୟମିତକରଣ କରିବାରେ ଏହି ଯୋଜନା ଜରିଆରେ ଗୃହ ଓ ନଗର
ଉନ୍ନୟନ ବିଭାଗ ସହାୟତା କରିବ ।
ଖୁସୀ ଯୋଜନା - ମହିଳା ସଶକ୍ତିକରଣ ସହ ବାଳିକାଙ୍କ ସ୍ବାସ୍ଥ୍ୟ ଓ ସମ୍ମାନ ପାଇଁ ଆଉ ପାଦେ ଆଗେଇ ଯାଇ ରାଜ୍ୟ
ସରକାର ସ୍କୁଲରେ ପାଠ ପଢୁଥିବା ବାଳିକାଙ୍କୁ ମାଗଣାରେ ସାନିଟାରି ନ୍ୟାପକିନ ପ୍ରଦାନ କରିବେ ।
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା - ରାଜ୍ୟର କଳା, ସଂସ୍କୃତି ଓ ସାହିତ୍ୟର ପ୍ରଚାର ପ୍ରସାର ଓ ବିକାଶରେ
କଳାକାରମାନେ ଏକ ଗୁରୁତ୍ବପୂର୍ଣ୍ଣ ଭୂମୀକା ନେଇଥାନ୍ତି । ସେମାନଙ୍କ ଉଦ୍ୟମକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏହି
ଯୋଜନା ଜରିଆରେ ରାଜ୍ୟର 50 ହଜାର କଳାକାରଙ୍କୁ ମାସିକ 12 ଶହ ଟଙ୍କା ଭତ୍ତା ପ୍ରଦାନ କରିବେ ।
ଆଦିବାସୀ ଉପଦେଷ୍ଟା ପରିଷଦ ଓ ସ୍ବତନ୍ତ୍ର ଉନ୍ନୟନ ପରିଷଦ - ରାଜ୍ୟର 9 ଟି ଜିଲ୍ଲା - ମୟୁରଭଂଜ,କେନ୍ଦୁଝର,
ସୁନ୍ଦରଗଡ, କନ୍ଧମାଳ, ଗଜପତି,କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ପାଇଁ ଉଦ୍ଦିଷ୍ଟ ଏହି
ଯୋଜନାରେ ଆଦିବାସୀ କଳା ଓ ସଂସ୍କୃତିର ବିକାଶ ସହ ସେମାନଙ୍କ ଭାଷାର ସ୍ବାତନ୍ତ୍ରତା ଓ ପରମ୍ପରାର ସଂରକ୍ଷଣ
କରାଯିବ ।
ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା - ଏହି ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ
ହୋଇପାରିନଥିବା ପ୍ରାୟ 25 ଲକ୍ଷ ଲୋକଙ୍କୁ ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ସୁସ୍ଥ ଖାଦ୍ୟ
ଯୋଗାଇ ଦେବେ । ଏହାର ଉଦ୍ଦେଶ୍ୟ ହେଉଛି ଓଡିଶାରେ ଅନାହାର ଉପରେ ଅଙ୍କୁଶ ଲଗାଇବା ।
ସବୁଜ ମହାନଦୀ ମିଶନ - ମହାନଦୀର ଉପମୁଣ୍ଡରେ ଛତିଶଗଡ ସରକାର ଏକାଧିକ ବନ୍ଧ ନିର୍ମାଣ କରିଥିବାରୁ ଓଡିଶାରେ
ମହାନଦୀରେ ଜଳପ୍ରବାହ ପ୍ରଭାବିତ ହେଉଛି । ଏହାଦ୍ବାର ସଙ୍କଟରେ ଥିବା ମହାନଦୀ ଓ ଏହା ଉପରେ ନିର୍ଭର କରୁଥିବା
ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । କେନ୍ଦ୍ରରେ ଥିବା ଦଳ ଲୋକଙ୍କ ସହଯୋଗରେ ଆସୁନଥିବା ବେଳେ
ନବୀନ କେନ୍ଦ୍ର ବିରୋଧରେ ଲଢେଇ କରିଥିଲେ ।

ତାଳଚେରରେ ସବୁରି ପ୍ରିୟ ‘ବାପୁ’ ଭାଇ , ସଙ୍ଗଠନ ସୁଦୃଢ କରି ସୁପ୍ରିମଙ୍କ ଜିତୁଛନ୍ତି ବିଶ୍ୱାସ
October 18, 2021
ଭୁବନେଶ୍ୱର,୧୮/୧୦(ଆଇ.ଟି ଅଫିସ):ଅନୁଗୋଳ ଜିଲ୍ଲାର ତାଳଚେର ନିର୍ବାଚନ ମଣ୍ଡଳୀର ବିଧାୟକ ବ୍ରଜକିଶୋର
ପ୍ରଧାନ(ବାପୁ) ଘରେ ଘରେ ପରିଚିତ। ତାଙ୍କ କାମ କରିବାର ଶୈଳୀ ଓ ନିଆର ଉଦ୍ୟମ ଯୋଗୁଁ ସେ ସବୁରି ପ୍ରିୟ ଭାଜନ ହେବା ସହ
ବିରୋଧୀଙ୍କୁ ଚକମା ଦେବାରେ ସଫଳ ହୋଇପାରିଛନ୍ତି। ନିର୍ବାଚନ ମଣ୍ଡଳୀର ଛୋଟରୁ ବଡ଼ ସମସ୍ତେ ତାଙ୍କୁ ‘ବାପୁ’ ଭାଇ ବୋଲି
ଡ଼ାକିଥାନ୍ତି। ତାଳଚେର ଭଳି ଗୁରୁତ୍ୱପୂର୍ଣ୍ଣ ଆସନରୁ ଲଗାତର ତିନି ଥର ବିଧାୟକ ଭାବେ ସେ ନିର୍ବାଚିତ ହୋଇଛନ୍ତି।
ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଯଥେଷ୍ଟ ପୂର୍ବରୁ ବ୍ରଜକିଶୋର ବିଜେଡି ସଙ୍ଗଠନକୁ ସୁଦୃଢ କରିବାରେ ଲାଗି ପଡ଼ିଛନ୍ତି।
ସବୁଠାରୁ ବଡ଼ କଥା ହେଲା ତାଙ୍କ କାର୍ଯ୍ୟଶୈଳୀ ଯୋଗୁଁ ଦଳର ଶୀର୍ଷ ନେତୃତ୍ୱ ତାଙ୍କ ଉପରେ ସନ୍ତୁଷ୍ଟ ଥିବାବେଳେ ବିଜେଡି ଦଳର
ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସ୍ଥା ଭାଜନ ହେବାରେ ସେ ସଫଳ ହୋଇଛନ୍ତି। ତାଳଚେର ସ୍ଥିତ ସାର
କାରଖାନରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତିକୁ ନେଇ ସର୍ବସାଧାରଣ ତାଙ୍କୁ ବେଶ ସମର୍ଥନ କରିଥାନ୍ତି। ବାହାର ଲୋକଙ୍କୁ ନିଯୁକ୍ତି ଦେବା
ପରିବର୍ତ୍ତେ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ କିଭଳି ଭାବେ ନିଯୁକ୍ତି ମିଳିପାରିବ ସେନେଇ ବାପୁ ସର୍ବଦା ପ୍ରୟାସ କରିଥାନ୍ତି। ତାଙ୍କର
ସରଳ ମେଳାପୀ ଜୀବନଶୈଳୀ ସହ ଏଭଳି ସାମାଜିକ କାର୍ଯ୍ୟ ଯୋଗୁଁ ଜନସାଧାରଣଙ୍କର ବିଶ୍ୱାସଭାଜନ ହେବାରେ ସେ ସଫଳ

ହୋଇପାରିଛନ୍ତି।
ଅନ୍ୟପକ୍ଷରେ କାରଖାନରେ କୌଣସି ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା
ଜଣାଇବା ସହ କିଭଳି ଅନୁକମ୍ପାମୂଳକ ସହାୟତା ମିଳିବ ସେନେଇ ପ୍ରଚେଷ୍ଟା କରିଥାନ୍ତି। ଏହା ବ୍ୟତୀତ ନିର୍ବାଚନ ମଣ୍ଡଳୀରେ
ଚାରାରୋପଣ, ରକ୍ତଦାନ କାର୍ଯ୍ୟକ୍ରମ ଭଳି ବିବିଧ ସାମାଜିକ କାର୍ଯ୍ୟକ୍ରମ କରି ଲୋକଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଛନ୍ତି।
ଯେଉଁ ଲୋକ ଛୋଟ ହେଉ ବା ବଡ଼ ଯେଉଁ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରେ ସେଠାରେ ପହଞ୍ଚିଥାନ୍ତି ବିଧାୟକ ବାପୁ ଭାଇ।୨୦୦୯
ମସିହାରୁ ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବିଜୟ ବ୍ୟବଧାନ ବଢ଼ାଇ ବିରୋଧୀଙ୍କ ମୁହଁ ଚୁପ୍‍ କରିବାରେ ବାପୁ ସଫଳ

ହୋଇପାରିଛନ୍ତି।
୨୦୦୯ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ବିଜୟୀ ହୋଇଥିବାବେଳେ ୨୦୧୪ରେ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରି
ବିଧାୟକ ମୁକୁଟ ପିନ୍ଧିଥିଲେ। ୨୦୧୯ରେ ମୋଦି ହାୱା ସତ୍ତେ୍ୱ ବିଜେପି ପ୍ରାର୍ଥୀ କାଳନ୍ଦୀ ଚରଣ ସାମଲଙ୍କୁ ବ୍ରଜକିଶୋର ପ୍ରାୟ ୨୪
ହଜାରରୁ ଊର୍ଦ୍ଧ୍ବ ବ୍ୟବଧାନରେ ପରାଜିତ କରିଥିଲେ। ୨୦୦୯ରେ ବାପୁ ସ୍ୱାଧୀନ ଭାବେ ବିଧାୟକ ଭାବେ ପ୍ରତିଦ୍ୱନ୍ଦିତା କରି ସେ
ସମୟର ବିଜେଡି ପ୍ରାର୍ଥୀ ମହେଶ ସାହୁଙ୍କଠାରୁ ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ବ ଭୋଟରେ ଜିତିଥିଲେ। ୨୦୧୪ରେ ବାପୁ ବିଜେଡି ଟିକେଟ୍‍
ପାଇଁ ବିଜେପି ପ୍ରାର୍ଥୀ କାଳନ୍ଦୀ ସାମଲଙ୍କୁ ପ୍ରାୟ ୧୪ ହଜାରରୁ ଊର୍ଦ୍ଧ୍ବ ଭୋଟରେ ହରାଇଥିଲେ। ୨୦୧୪ ତୁଳନାରେ ୨୦୧୯ରେ
ପ୍ରାୟ ଦଶ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇ ରାଜନୀତିରେ ସେ ସଫଳ ବ୍ୟକ୍ତିତ୍ୱ ବୋଲି ପ୍ରମାଣ ଦେଇଛନ୍ତି।
ବିଜୁ ଯୁବ ବାହିନୀ, ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଜନତା ଦଳ, ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଯୋଗସୂତ୍ର
ରକ୍ଷା କରି ଭୋଟ ରାଜନୀତିରେ ସଫଳ ହୋଇପାରିଛନ୍ତି ବ୍ରଜକିଶୋର। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ବ୍ରଜକିଶୋର
ବିରୋଧୀଙ୍କୁ ମାତ ଦେବାକୁ ଏବେଠାରୁ ପ୍ରୟାସ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ସାଧାରଣ ନିର୍ବାଚନରେ ବାପୁ ସଫଳ
ହୋଇଥିବାବେଳେ ପଞ୍ଚାୟତ ନିର୍ବାଚନରେ କ’ଣ ଫଳ ମିଳୁଛି ତା ଉପରେ ସମସ୍ତଙ୍କର ନଜର ରହିଛି।

: ,
ସୁଧିର ସାମଲ ଯେତିକି ସରଳ ସେତିକି ସଫଳ
October 18, 2021

ସୁଧିର ସାମଲ,ଢେଙ୍କାନାଳ ବିଧାୟକ । ନିଜ ଅନ୍ଦାଜ ପାଇଁ ଯେତିକି ଆଲୋଚନା


ସାଉଁଟିଛନ୍ତି,ସାଙ୍ଗଠନିକ ଦକ୍ଷତାପାଇଁ ସେତିକି ସଫଳତା ବି ପାଇଛନ୍ତି ।ଢେଙ୍କାନାଳରେ
ଖଣିଖାଦାନକୁ ନେଇ ଶିଳ୍ପର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ଢେଙ୍କାନାଳ ବିଧାୟକ ସୁଧିର ସାମଲ
।ସୁଧିରଙ୍କ ପ୍ରଚେଷ୍ଟା ଓ ଜନ ସହଯୋଗରେ ନିକଟ ଅତୀତରେ ଢେଙ୍କାନାଳ ପାଇଛି ପ୍ରାୟ
୧୧ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ। ରୁଙ୍ଗ୍‌ଟା ଭଳି ବିଶ୍ୱସ୍ତରୀୟ କମ୍ପାନୀକୁ ରାଜ୍ୟ
ସରକାରଙ୍କ ସହ ଯୋଡ଼ି ସାମଗ୍ରୀକ ବିକାଶ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି
ଢେଙ୍କାନାଳର ଏହି ଜନପ୍ରତିନିଧି ।୨୦୦୪ ମସିହାରେ ପ୍ରଥମ ଥର ପାଇଁ କଂଗ୍ରେସ ଟିକେଟରେ
ଢେଙ୍କାନାଳ ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ ସୁଧିର ସାମଲ ।

୨୦୦୯ ନିର୍ବାଚନରେ କିନ୍ତୁ ପରାଜୟ ବରଣ କରିଥିଲେ । ଏମିତିକି ୨୦୧୪ରେ ତାଙ୍କୁ


ମିଳିନଥିଲା ଟିକେଟ । ହେଲେ କମିନଥିଲା ସୁଧିରଙ୍କ ସାଙ୍ଗଠନିକ ଦବ୍‌ଦବା । ୨୦୧୭
ମସିହାରେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ଢେଙ୍କାନାଳ ରାଜନୀତିର ଏହି ପୋଖତ
ଖେଳାଳି । ୨୦୧୯ରେ ବିଜେଡି ସୁଧିରଙ୍କ ଉପରେ ଭରସା କଲା । ଆଉ ୨୦୧୯ ନିର୍ବାଚନରେ
ଢେଙ୍କାନାଳରେ ବିଜେଡିର ବିଜୟ ବାନା ଉଡ଼ାଇବାରେ ସଫଳ ହେଲେ ସୁଧିର ।କେବଳ ବଡ଼
ମାର୍ଜିନରେ ସେ ନିର୍ବାଚନ ଜିତିଲେ ତାହା ନୁହେଁ ବରଂ ନବୀନ ନନ୍ଦଓ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଭଳି
ହେବିୱେଟ ନେତାଙ୍କୁ ବି ମାତ ଦେବାରେ ସଫଳ ହେଲେ । କେବଳ ଢେଙ୍କାନାଳ ନୁହେଁ ବିଜେଡି
ରାଜନୀତିରେ ବି ସୁଧିରଙ୍କ ଯଥେଷ୍ଟ ପ୍ରଭାବ ରହିଛି । ଅତି ସରଳ ଓ ନମ୍ର ଏହି ରାଜନେତାଙ୍କ
ସାଙ୍ଗଠନିକ ଦକ୍ଷତା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ପ୍ରଭାବିତ
ପରିପାରିଛି । ବରଗଡ଼ ଜିଲ୍ଲା ବିଜେଡି ପାଇଁ ସୁଧିରଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ ।
ବର୍ତମାନ ପଞ୍ଚାୟତ ନିର୍ବାଚନ ହାୱା ବୋହିବା ଆରମ୍ଭ ହୋଇଥିବା ବେଳେ ନିଜ ଦଳରେ
ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜନୀତିର ଏହି ପୋଖତ ଖେଳାଳି ।
ମୁକୁ ଯଦି ନୁହେଁ, ତେବେ କାହା ଫେସଭ୍ୟାଲୁରେ ମୈଦାନ କୁ ଓହ୍ଲାଇବ ବିଜେପି ?
୨୦୧୭ ପଂଚାୟତ ନିର୍ବାଚନରେ ବିଜେପି ସମସ୍ତଙ୍କୁ ଚକିତ କରିଦେଇଥିଲା  । ବିଜେପିର ଆଶାତୀତ ପ୍ରଦର୍ଶନ ବିଜେଡ଼ିର
ନିଦ ହଜାଇ ଦେଇଥିଲା । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ଏହି ଅଦ୍ଭୂତପୂର୍ବ ସଫଳତାକୁ ନେଇ ଅମିତ
ଶାହାବି ଉଚ୍ଚ ପ୍ରଶଂସା କରିଥିଲେ । ପଂଚାୟତ ନିର୍ବାଚନର ଏହି ସଫଳତା ପଛରେ ରହିଥିଲେ ଧର୍ମେନ୍ଦ୍ର ପ୍ରଧାନ  ।
ଯେଉଁଥିପାଇଁ ତାଙ୍କର ଲୋକପ୍ରିୟତା ଢେ଼ର ବଢ଼ିଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ୨୦୨୨ରେ ଓଡ଼ିଶା ପୁଣି ପଂଚାୟତ
ନିର୍ବାଚନର ସାମ୍ନା କରିବାକୁ ଯାଉଥିବାବେଳେ ନିର୍ବାଚନ ଦାୟିତ୍ୱରେ ଏଥର କିନ୍ତୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଖିବାକୁ ମିଳିବ
ନାହିଁ । ଯାହା ବିଜେଡ଼ି ଶିବିରକୁ ଉତ୍ସାହିତ କରିଥିବାବେଳେ ବିଜେପି ଶିବିରକୁ ହତୋତ୍ସାହିତ କରିଥିବା ଦେଖିବାକୁ ମିଳିଛି  ।

ଆଜି ଭାରତୀୟ ଜନତା ପାର୍ଟି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ବଡ଼ ଦାୟିତ୍ୱ ଦେଇଛି  । ଆସନ୍ତା ୨୦୨୨
ଫେବୃଆରୀରେ ଉତରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏବେଠାରୁ ଉତରପ୍ରଦେଶ ରାଜନୀତି ବେଶ
ସରଗରମ ହୋଇ ପଡ଼ିଥିବାବେଳେ ଧର୍ମେନ୍ଦ୍ରଙ୍କୁ ପ୍ରଭାରୀ କରାଯାଇଛି । ଉତରପ୍ରଦେଶରେ ବାଜିମାତ କରିବା ବିଜେପି
ପାଇଁ ନିତାନ୍ତ ଅପରିହାର୍ଯ୍ୟ  । ଜାତୀୟ ରାଜନୀତିକୁ ପ୍ରଭାବିତ କରିବାର ସାମର୍ଥ୍ୟ କେବଳ ଉତରପ୍ରଦେଶର ରହିଛି
କହିଲେ ଭୁଲ ହେବନାହିଁ । ଗୋଟିଏ ପଟେ ବିଜେପି ବୃହତ ବିଜୟ ହାସଲ ପାଇଁ ଅଙ୍କ କଷୁଥିବାବେଳେ ଅପରପକ୍ଷରେ
ବିଜେପିକୁ ହରାଇବା ପାଇଁ ବିରୋଧୀମାନେ ଏକତ୍ର ଭାବେ ଲଢ଼ିବାକୁ ବି ଯୋଜନା କରିଛନ୍ତି  । ଏଭଳି ପରିପ୍ରେକ୍ଷୀରେ
ଧର୍ମେନ୍ଦ୍ରଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱର ଭରସା ନିଶ୍ଚିତ ଭାବେ ଏକ ଉଲ୍ଳେଖନୀୟ ଘଟଣା । ପୂର୍ବରୁ ବିହାର,
ପଶ୍ଚିମବଙ୍ଗ, କର୍ଣ୍ଣାଟକ ଆଦି ରାଜ୍ୟ ଦାୟିତ୍ୱରେ ରହି ଧର୍ମେନ୍ଦ୍ର ନିଜର ସାଂଗଠନିକ ଦକ୍ଷତା ପ୍ରତିପାଦିତ କରିଛନ୍ତି । ଏହାକୁ
ନେଇ ବିଜେପି ନେତା ଓ କର୍ମୀମାନେ ଉତଫୁଲ୍ଲିତ ହେବା ସ୍ୱାଭାବିକ କଥା  ।

ଜ୍ଞାନ କୋଷ

ଓଡ଼ିଶା ଗରିବ କାହିଁକି ?


ମନେ ପଡିଲା ମହାତ୍ମାଙ୍କ ମନ୍ତବ୍ୟ । ଜାଣନ୍ତୁ କ’ଣ କହିଥିଲେ ଗାନ୍ଧିଜୀ ।

ସମୟ ସହ ରାଜ୍ୟ ଆଗକୁ ବଢୁଛି । ଓଡିଶାର ଜନସଂଖ୍ୟା ମଧ୍ୟ ବେଶ ବଢିଛି । କିନ୍ତୁ ରାଜ୍ୟରେ ଗରିବୀ
ଦୂରିକରଣ କ୍ଷେତ୍ରରେ ସେମିତି କିଛି ପରିବର୍ତନ ହୋଇନାହିଁ । ସବୁ ଲୋକେ ଭଲରେ ଦୁଇ ଓଳି ଦୁଇ
ମୁଠା ଖାଦ୍ୟ ଖାଇବା କଷ୍ଟକର ହୋଇପଡୁଛି । ତେବେ ଓଡିଶାର ଦାରିଦ୍ରତାକୁ ନେଇ ୮୩ ବର୍ଷ ତଳେ
ଚିନ୍ତା ପ୍ରକଟ କରିଥିଲେ ଜାତୀର ଜନକ । ଓଡିଶା ଗସ୍ତ ବେଳେ ମହାତ୍ମା ଗାନ୍ଧୀ କହିଥିଲେ ଓଡିଶାର
ଦାରିଦ୍ରତା ପାଇଁ ନିଶା, ଜଡତା ଓ ଆଳସ୍ୟ ହିଁ ପ୍ରମୁଖ ଦାୟୀ । ଆଜିର ଦିନରେ ଏହି ଉକ୍ତିର ଢେର
ପ୍ରାସଙ୍ଗିକତା ବି ରହିଛି ।
ଯୁଗ ବଦଳିଛି, ହେଲେ ଓଡିଶାର ଦାରିଦ୍ର୍ୟ ନିରାକରଣରେ ଆଖିଦୃଶିଆ ସଫଳତା ପାଇ ନାହିଁ । ମହାତ୍ମା
ଗାନ୍ଧୀ ଓଡିଶା ଗସ୍ତରେ ଆସି ୧୯୩୮ ମସିହାରେ ଯାହା କହିଥିଲେ, ତାହାର ପ୍ରାସଙ୍ଗିକତା ଆଜି ବି
ରହିଛି । ଓଡିଶାର ଦାରିଦ୍ର୍ୟ ପାଇଁ ମୁଖ୍ୟତଃ ୩ଟି କାରଣକୁ ଦାୟୀ କରିଥିଲେ ମହାତ୍ମା ଗାନ୍ଧୀ । ସେଗୁଡିକ
ହେଉଛି, ନିଶା, ଆଳସ୍ୟ ଓ ଜଡତା ।

ଓଡିଶାର ଦାରିଦ୍ର୍ୟକୁ ନେଇ ୮୩ ବର୍ଷ ପୂର୍ବେ ଜାତିର ପିତା ମହାତ୍ମା ଗାନ୍ଧୀ ଯାହା କହିଯାଇଛନ୍ତି । ତାହାର
ପ୍ରାସଙ୍ଗିକତା ଆଜି ମଧ୍ୟ ରହିଛି । ନିଶା ଏବେ ଯୁବପିଢିଙ୍କୁ କୁପଥକୁ ଟାଣି ନେଉଛି । ଆଳସ୍ୟ ଓ ଜଡ଼ତା
ମଧ୍ୟ ସମାଜରେ ପରିଲଖିତ ହେଉଛି ।

ସେହି ସମୟରେ ଓଡିଶାରେ ଅଫିମର ବ୍ୟବହାର ଅଧିକ ହେଉଥିଲା । ଦେଶୀ ମଦ ଓ ଗଂଜେଇ ମଧ୍ୟ
ବ୍ୟବହାର କରୁଥିଲେ ଲୋକ । ଏବେ ଓଡିଶାରେ ନିଶାର ପ୍ରସାର ପୂର୍ବପେକ୍ଷା ଅଧିକ ହୋଇଛି ।
ଗଂଜେଇ, ମଦ ଓ ବ୍ରାଉନସୁଗାର ବେପାର ବେଧଡକ ଚାଲିଛି । ଏହାଛଡା ଜଡ଼ତା ବା ନିଷ୍କ୍ରିୟତା ଆମକୁ
ପଛରେ ପକାଉଥିବା କହିଥାନ୍ତି ବିଶେଷଜ୍ଞ ।

ଓଡିଆ ଅଧିକ ସହନଶୀଳ, ହକ୍ ପାଇଁ ଲଢ଼େଇ କରିବା ମନବୃତି ଦେଖାଯାଏ ନାହିଁ । ପ୍ରତିବାଦ
ନକରିବା ଅର୍ଥ ହିଂସାକୁ ପ୍ରଶୟ ଦେବା ବୋଲି ଗାନ୍ଧୀ କହୁଥିଲେ । ଆଳସ୍ୟ ନେଇ ଗାନ୍ଧୀଜୀ ଯେଉଁ
ମନ୍ତବ୍ୟ ଦେଇଥିଲେ, ଆଜି ବି ଆମ ସମାଜରେ ରହିଛି ବୋଲି କୁହାଯାଏ ।

ସେହିପରି ମହାତ୍ମା ଗାନ୍ଧୀ ପୁରୀର ବେରବୋଇ ଅଧିବେଶନରେ କହିଥିଲେ, ଖାଦ୍ୟ ଓ ଖଦିର ଭଣ୍ଡାର
କଲେ ରାଜ୍ୟ ସମୃଦ୍ଧ ହେବ । ଏହାଛଡା ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରିବା ପାଇଁ ସ୍ଥାନୀୟ ସାମଗ୍ରୀ
ବ୍ୟବହାର କରିବାକୁ ଗୁରୁତ୍ୱ ଦେଉଥିଲେ ଗାନ୍ଧୀ । ତାଙ୍କରି ନିର୍ଦ୍ଦେଶରେ ବେରବୋଇରେ ଆୟୋଜିତ
ସେବା ସଂଘ ଅଧିବେଶନରେ ବ୍ୟବହୃତ ସମସ୍ତ ସାମଗ୍ରୀ ୧୦ କିଲୋମିଟର ପରିଧି ଭିତରୁ
ଅଣାଯାଇଥିଲା । ସମୟ ବଦଳିଛି, ଦେଶ ବଦଳିଛି । ଡିଜିଟାଲ କ୍ରାନ୍ତିରେ ପାଦ ଥୋଇ ଭାରତ ବିକାଶ
ପଥରେ ଆଗେଇ ଯାଉଛି । ହେଲେ ଗାନ୍ଧୀଙ୍କ ବିଚାର, ଦେଶକୁ ସମୃଦ୍ଧ ଓ ସ୍ୱାବଲମ୍ବୀ କରିବାରେ
ମୌଳିକ ଉପାୟ ହୋଇ ରହିଛି, ଏଥିରେ କୌଣସି ସନ୍ଦେହ ନାହିଁ ।

You might also like